ଚାଇନା ବିରୋଧରେ ଭୋଟ ଦେଲାନି ଭାରତ, କିନ୍ତୁ ଦିନକ ପରେ...

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ଚାଇନା ବିରୋଧରେ ଆସିଥିବା ପ୍ରସ୍ତାବ ଉପରେ ଭୋଟ ଦେଇନି ଭାରତ। ପାଶ୍ଚାତ୍ୟ ଦେଶଗୁଡ଼ିକ ଚାଇନା ଉଇଘୁର ମୁସଲମାନମାନଙ୍କ ଉପରେ କରୁଥିବା ଅତ୍ୟାଚାରକୁ ବିରୋଧ କରି ବେଜିଂ ବିରୋଧରେ ଏପରି ପ୍ରସ୍ତାବ ଆଣିଥିଲେ। କିନ୍ତୁ ଭାରତ ସମେତ କିଛି ରାଷ୍ଟ୍ର ପ୍ରସ୍ତାବ ଉପରେ ଭୋଟ ନ ଦେବାରୁ ଏହା କାଟ ଖାଇଯାଇଛି। ଚାଇନା ଉଇଘୁର ମୁସଲିମଙ୍କ ମାନବାଧିକାର ଉଲ୍ଲଙ୍ଘନ କରୁଥିବାର ଏହି ପ୍ରସ୍ତାବ ଆସିଥିଲେ ମଧ୍ୟ ଭାରତ ଚୁପ ରହିବା ସମସ୍ତଙ୍କୁ […]

China

  • Published: Friday, 07 October 2022
  • , Updated: 07 October 2022, 08:03 PM IST

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ଚାଇନା ବିରୋଧରେ ଆସିଥିବା ପ୍ରସ୍ତାବ ଉପରେ ଭୋଟ ଦେଇନି ଭାରତ। ପାଶ୍ଚାତ୍ୟ ଦେଶଗୁଡ଼ିକ ଚାଇନା ଉଇଘୁର ମୁସଲମାନମାନଙ୍କ ଉପରେ କରୁଥିବା ଅତ୍ୟାଚାରକୁ ବିରୋଧ କରି ବେଜିଂ ବିରୋଧରେ ଏପରି ପ୍ରସ୍ତାବ ଆଣିଥିଲେ। କିନ୍ତୁ ଭାରତ ସମେତ କିଛି ରାଷ୍ଟ୍ର ପ୍ରସ୍ତାବ ଉପରେ ଭୋଟ ନ ଦେବାରୁ ଏହା କାଟ ଖାଇଯାଇଛି।

ଚାଇନା ଉଇଘୁର ମୁସଲିମଙ୍କ ମାନବାଧିକାର ଉଲ୍ଲଙ୍ଘନ କରୁଥିବାର ଏହି ପ୍ରସ୍ତାବ ଆସିଥିଲେ ମଧ୍ୟ ଭାରତ ଚୁପ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୁରୁବାର ଚାଇନା ବିରୋଧୀ ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଥିବା ଭାରତ ଆଜି କିନ୍ତୁ ଉଇଘୁର ମୁସଲିମଙ୍କ ଅଧିକାର ସପକ୍ଷରେ ମତ ରଖିଛି। ଚାଇନାର ସିନଜିଆଙ୍ଗ ପ୍ରଦେଶରେ ରହୁଥିବା ଲୋକଙ୍କ ମାନବାଧିକାରକୁ ବେଜିଂ ସମ୍ମାନ ଦେବା ଦରକାର ବୋଲି ଭାରତ ସରକାର କହିଛନ୍ତି।

ଭାରତ ଗୁରୁବାର କାହିଁକି ଚାଇନା ବିରୋଧରେ ଭୋଟ୍ ଦେଲା ନାହିଁ, ସେ ପ୍ରଶ୍ନର ଉତ୍ତର ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଦେଇଛନ୍ତି। ସେ କହିଛନ୍ତି, “ଭାରତ ସବୁବେଳେ ସମସ୍ତଙ୍କ ମାନବାଧିକାର ସୁରକ୍ଷା ସପକ୍ଷରେ ରହିଛି। ଭାରତ ମିଳିତ ଜାତିସଂଘରେ ତା’ର ପୂର୍ବ ନୀତିକୁ କାଏମ ରହିଛି। ନିର୍ଦ୍ଦିଷ୍ଟ ଦେଶ ଭିତ୍ତିକ ସଂକଳ୍ପ ବା Country Specific Resolutions କେବେ ହେଲେ ଫଳ ଦିଏ ନାହିଁ। ଏହା ଭାରତର ନୀତି। ଏହି ନୀତି ଅନୁସାରେ ଭାରତ ଭୋଟ ଦାନରୁ ଦୂରେଇ ରହିଥିଲା।

ଭାରତ ସବୁବେଳେ ଗୋଟିଏ ପ୍ରସଙ୍ଗର ସମାଧାନ ପାଇଁ ଆଲୋଚନାକୁ ହିଁ ସବୁଠାରୁ ଭଲ ମାଧ୍ୟମ ଭାବେ ବାଛି ଆସିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଉଇଘୁର ମୁସଲିମଙ୍କ ମାନବାଧିକାର ସମ୍ପର୍କରେ କରିଥିବା ଯାଞ୍ଚ ବିଷୟରେ ଭାରତ ଅବଗତ ରହିଛି। ସିନଜିଆଙ୍ଗ ଉଇଘୁର ଅଟୋନୋମସ ରିଜନରରେ ରହୁଥିବା ଲୋକଙ୍କ ମାନବାଧିକାରକୁ ସମ୍ମାନ ଦେବା ଦରକାର। ଏହାକୁ ନିଶ୍ଚିତ ମଧ୍ୟ କରାଯିବା ଉଚିତ। ଆମର ଆଶା ଏହା ସହିତ ଜଡ଼ିତ ପକ୍ଷମାନେ ଠିକ୍‌ ଭାବେ ପରସ୍ପର ସହ ଆଲୋଚନା ଓ ବିଚାର କରି ସମସ୍ୟାର ସମାଧାନ କରିବେ।”

କାନାଡା, ଡେନମାର୍କ, ଫିନଲ୍ୟାଣ୍ଡ ଆଇସଲ୍ୟାଣ୍ଡ, ସ୍ୱିଡେନ, ବ୍ରିଟେନ ଓ ଆମେରିକା ଭଳି ଦେଶ ଚାଇନା ବିରୋଧରେ ସଂକଳ୍ପ ଆଣିଥିଲେ। ତୁର୍କୀ ଭଳି ୧୭ଟି ଦେଶ ଏହାକୁ ସମର୍ଥନ କରିଥିଲେ।

ଚାଇନା ଉଇଘୁର ମୁସଲିମଙ୍କ ଉପରେ ଅତ୍ୟାଚାର କରୁଥିବା ସଂକଳ୍ପକୁ ପାକିସ୍ଥାନ ଓ ନେପାଳ ଭଳି ୧୯ଟି ଦେଶ ବିରୋଧ କରିଥିଲେ। ସେହିପରି ଭାରତ, ବ୍ରାଜିଲ, ମେକ୍ସିକୋ, ୟୁକ୍ରେନ ଓ ଅନ୍ୟ ୭ଟି ଦେଶ ମତଦାନରୁ ନିଜକୁ ଦୂରେଇ ରଖିଥିଲେ।

Related story