ଗୋଗ୍ରା ହାଇଟ୍ସରୁ ପଛକୁ ହଟିଲେ ଭାରତ-ଚାଇନା, ଅସ୍ଥାୟୀ କ୍ୟାମ୍ପକୁ ବି ଭାଙ୍ଗିଲେ

ନୂଆଦିଲ୍ଲୀ: ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଭାରତ ଓ ଚାଇନା ଆଗକୁ ଆସିଛନ୍ତି। ନିକଟରେ ଶେଷ ହୋଇଥିବା ୧୨ତମ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ଉଭୟ ଦେଶ ନିଜର ସେନା ଯବାନଙ୍କୁ ପୂର୍ବ ଲଦାଖର ଗୋଗ୍ରା ହାଇଟ୍ସରୁ ପଛକୁ ହଟାଇଛନ୍ତି। ସେହିପରି ଏଠାରେ ଥିବା ଅସ୍ଥାୟୀ ନିର୍ମାଣ କାମଗୁଡ଼ିକୁ ମଧ୍ୟ ଉଚ୍ଛେଦ କରିଛନ୍ତି। ସୂଚନା ଅନୁସାରେ, ଉଭୟ ଦେଶ ଇଷ୍ଟର୍ଣ୍ଣ ଲଦାଖର ପ୍ୟାଟ୍ରୋଲ ପଏଣ୍ଟ-୧୭ଏରେ ଡିସଏନଗେଜ୍‌ମେଣ୍ଟ କରିଛନ୍ତି। ଏହି ସ୍ଥାନକୁ ନେଇ ଦୁଇ […]

gogra-Heights

Hemant Lenka
  • Published: Friday, 06 August 2021
  • , Updated: 06 August 2021, 05:50 PM IST

ନୂଆଦିଲ୍ଲୀ: ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଭାରତ ଓ ଚାଇନା ଆଗକୁ ଆସିଛନ୍ତି। ନିକଟରେ ଶେଷ ହୋଇଥିବା ୧୨ତମ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ଉଭୟ ଦେଶ ନିଜର ସେନା ଯବାନଙ୍କୁ ପୂର୍ବ ଲଦାଖର ଗୋଗ୍ରା ହାଇଟ୍ସରୁ ପଛକୁ ହଟାଇଛନ୍ତି। ସେହିପରି ଏଠାରେ ଥିବା ଅସ୍ଥାୟୀ ନିର୍ମାଣ କାମଗୁଡ଼ିକୁ ମଧ୍ୟ ଉଚ୍ଛେଦ କରିଛନ୍ତି।

ସୂଚନା ଅନୁସାରେ, ଉଭୟ ଦେଶ ଇଷ୍ଟର୍ଣ୍ଣ ଲଦାଖର ପ୍ୟାଟ୍ରୋଲ ପଏଣ୍ଟ-୧୭ଏରେ ଡିସଏନଗେଜ୍‌ମେଣ୍ଟ କରିଛନ୍ତି। ଏହି ସ୍ଥାନକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଦୀର୍ଘ ଗୋଟିଏ ବର୍ଷ ହେଲାଣି ଉକ୍ତ ସ୍ଥାନରେ ଭାରତ ଓ ଚାଇନାର ଯବାନମାନେ ମୁହାଁମୁହିଁ ହେଉଥିଲେ। ହେଲେ ଏବେ ସ୍ଥିତିରେ ସୁଧାର ଆସିବାର ବାଟ ଫିଟିଛି।

ଆର୍ମି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଉକ୍ତ ଅଞ୍ଚଳରେ ତିଆରି ହୋଇଥିବା ଅସ୍ଥାୟୀ କ୍ୟାମ୍ପ ଓ ଅନ୍ୟାନ୍ୟ ଜିନିଷକୁ ଉଭୟ ଦେଶ ହଟାଇ ଦେଇଛନ୍ତି। ସେହିପରି ଏହି ଉଚ୍ଛେଦ କାମ ଉଭୟ ଦେଶ ପରସ୍ପରର ସହଯୋଗରେ ଯାଞ୍ଚ କରିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଥିବା ସ୍ଥିତାବସ୍ଥା ଫେରାଇ ଆଣିବାକୁ ଭାରତ ଓ ଚାଇନା କାମ କରୁଛନ୍ତି।

ଏଠାରୁ ଅଗଷ୍ଟ ୪ ଓ ୫ରେ ଡିସଏନଗେଜମେଣ୍ଟ ହୋଇଥିଲା। ପର୍ଯ୍ୟାକ୍ରମେ ଦୁଇ ଦିନ ଧରି ସବୁ କିଛି କରାଯାଇଥିଲା। ଏବେ ଭାରତ ଓ ଚାଇନାର ଯବାନମାନେ ନିଜ ନିଜର ସ୍ଥାୟୀ ବେସରେ ରହିଛନ୍ତି। ଭାରତ ଓ ଚାଇନ ମଧ୍ୟରେ ଜୁଲାଇ ୩୧ରେ କର୍ପସ କମାଣ୍ଡରଙ୍କ ମଧ୍ୟରେ ୧୨ତମ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ଉଭୟ ଦେଶ ପର୍ଯ୍ୟାୟକ୍ରମେ ଓ ସମନ୍ୱିତ ଢଙ୍ଗରେ ଗୋଗ୍ରା ହାଇଟ୍ସରୁ ପଛକୁ ହଟିକାବୁ ସହମତି ହୋଇଥିଲେ। ତଦନୁଯାୟୀ ସବୁ କିଛି କରାଯାଉଛି।

ଭାରତୀୟ ସେନା ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ଓ ଏଲଏସିରେ ଶାନ୍ତି ବଜାୟ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏ ଦିଗରେ ଯବାନମାନେ କାର୍ଯ୍ୟ କରୁଥିବା ସେନା ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ଅର୍ଥାତ ୬ ମାସ ତଳେ ଶେଷଥର ପାଇଁ ଭାରତ ଓ ଚାଇନା ପୋଙ୍ଗାଙ୍ଗ ଟିଏସ୍‌ଓରୁ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ। ଏହାପରେ ଡିସଏନଗେଜମେଣ୍ଟ ବି ହୋଇଥିଲା। ତେବେ ସେବେଠାରୁ ଗୋଗ୍ରା ହାଇଟ୍ସରେ ସୃଷ୍ଟି ହୋଇଥିବା ସ୍ଥିତି ସମ୍ପର୍କିତ ଆଲୋଚନା ସ୍ଥଗିତ ହୋଇ ରହିଥିଲେ।

Related story