ଫାଇଟର୍ ଜେଟ୍ ତେଜସ୍ ବିକ୍ରି ପାଇଁ ମାଲେସିଆକୁ ଭାରତର ଅଫର୍

ନୂଆଦିଲ୍ଲୀ: ଫାଇଟର୍ ଜେଟ୍ ତେଜସ୍ ବିକ୍ରି ପାଇଁ ମାଲେସିଆକୁ ଭାରତ ଅଫର୍ ଦେଇଛି।  ୧୮ଟି ତେଜସ ବିମାନ ବିକ୍ରି କରିବା ପାଇଁ ଭାରତ ମ୍ୟାଲେସିଆକୁ ପ୍ରସ୍ତାବ ଦେଇଛି । ଏ ନେଇ କୌଣସି ଡିଲ୍ ଫାଇନାଲ୍ ହୋଇନାହିଁ । ଉଭୟ ଦେଶ ଭିତରେ ଏ ନେଇ କଥାବାର୍ତ୍ତା ଚାଲିଛି । ଗତ ଫେବୃଆରି ୨୦୧୯ରେ ମାଲେସିଆ ସରକାର ଏଥିପାଇଁ ରିକ୍ବେଷ୍ଟ ଫର ଇନଫର୍ମେସନ ଆହ୍ବାନ କରିଥିଲେ । ଏହାର ଜବାବରେ ଭାରତର ହାଲ୍ ନିଜର ପ୍ରସ୍ତାବ ଦାଖଲ […]

tejas

  • Published: Saturday, 06 August 2022
  • , Updated: 06 August 2022, 08:24 AM IST

ନୂଆଦିଲ୍ଲୀ: ଫାଇଟର୍ ଜେଟ୍ ତେଜସ୍ ବିକ୍ରି ପାଇଁ ମାଲେସିଆକୁ ଭାରତ ଅଫର୍ ଦେଇଛି।  ୧୮ଟି ତେଜସ ବିମାନ ବିକ୍ରି କରିବା ପାଇଁ ଭାରତ ମ୍ୟାଲେସିଆକୁ ପ୍ରସ୍ତାବ ଦେଇଛି । ଏ ନେଇ କୌଣସି ଡିଲ୍ ଫାଇନାଲ୍ ହୋଇନାହିଁ । ଉଭୟ ଦେଶ ଭିତରେ ଏ ନେଇ କଥାବାର୍ତ୍ତା ଚାଲିଛି । ଗତ ଫେବୃଆରି ୨୦୧୯ରେ ମାଲେସିଆ ସରକାର ଏଥିପାଇଁ ରିକ୍ବେଷ୍ଟ ଫର ଇନଫର୍ମେସନ ଆହ୍ବାନ କରିଥିଲେ । ଏହାର ଜବାବରେ ଭାରତର ହାଲ୍ ନିଜର ପ୍ରସ୍ତାବ ଦାଖଲ କରିଥିଲା । ଏହାପରେ ଗତ ବର୍ଷ ମାଲେସିଆର ବାୟୁସେନା ପକ୍ଷରୁ ଜାରି ରିକ୍ବେଷ୍ଟ ଫର ପ୍ରପୋଜାଲର ଜବାବରେ ହାଲ ନିଜର ବିଡ୍ ଦାଖଲ କରିଛି । ଆମେରିକା ଛଡ଼ା ଆର୍ଜେଣ୍ଟିନା, ଇଜିପ୍ଟ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ଫିଲିପାଇନ୍ସ ମଧ୍ୟ ଏଲସିଏ ବିମାନ ପ୍ରତି ନିଜର ଆଗ୍ରହ ଦେଖାଇଛନ୍ତି । ଏଲସିଏ ତାଲିମ ବିମାନ ( ଫାଇଟର ଲିଡ ଇନ ଟ୍ରେନର-ଏଲସିଏ) ଟି ବିଶ୍ବରେ ଏକ ଉତ୍କୃଷ୍ଟ ତାଲିମ ବିମାନ ଭାବେ ପରିଗଣିତ କରାଯାଉଛି।

ତେଜସ୍ ଭାରତର ସ୍ୱେଦେଶୀ ଯୁଦ୍ଧ ବିମାନ । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ହାଲ୍ ଦ୍ୱାରା ଏହାର ନିର୍ମାଣ କରାଯାଇଛି । ତେଜସ୍ ଏବେ ମାଲେସିଆର ପ୍ରଥମ ପସନ୍ଦ ହୋଇଥିବା ବେଳେ ଆମେରିକା ସମେତ ଅନ୍ୟ କେତେକ ଦେଶ ମଧ୍ୟ ଏଥିପ୍ରତି ନିଜର ରୁଚି ଦେଖାଇ ସାରିଛନ୍ତି । ମାଲେସିଆ ବାୟୁସେନା ନିକଟରେ ଥିବା ଋଷ ନିର୍ମିତ ସୁଖୋଇ-30 ଫାଇଟର ଜେଟ୍‌ଗୁଡିକ ପୁରୁଣା ହୋଇଯିବାରୁ ଏହାସ୍ଥାନରେ ମାଲେସିଆ ନୂଆ ଯୁଦ୍ଧ ବିମାନ କିଣିବାକୁ ଚାହୁଁଛି।  ଚୀନ୍, ଦକ୍ଷିଣ କୋରିଆ ଓ ରୁଷିଆର ଫାଇଟର୍ ଜେଟ୍ ରେସ୍‌ରେ ଥିବା ବେଳେ, ଦକ୍ଷତା ଓ ଜ୍ଞାନକୌଶଳ ଦୃଷ୍ଟିରୁ ତେଜସ ସମସ୍ତଙ୍କଠାରୁ ଆଗରେ ରହିଛି।

ହାଲ୍ ଠାରୁ ୮୩ଟି ତେଜସ ଜେଟ୍ କିଣିବା ଲାଗି ନିକଟରେ ଭାରତୀୟ ବାୟୁସେନା ଅର୍ଡର ଦେଇଛି।। ଭାରତରେ ନିର୍ମିତ ଲଢୁଆ ବିମାନ ତେଜସ୍ ବା ଏଲସିଏର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ବଢିବାରେ ଲାଗିଛି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଭାରତର ତେଜସ ବିମାନ ପ୍ରତି ଆଗ୍ରହ ଦେଖାଇଛି ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Related story