ଭାରତରେ ରେକର୍ଡ କଲା କରୋନା: ଦିନକରେ ୩୨ ହଜାରରୁ ଅଧିକ ପଜିଟିଭ,୬୦୬ ମୃତ

ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା। ପ୍ରଥମଥର ପାଇଁ ଗୋଟିଏ ଦିନରେ ମହାମାରୀ କରୋନା ଭାଇରସରେ ୩୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ କରୋନା ୬୦୬ ଜଣଙ୍କ ମୁଣ୍ଡ ନେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ସର୍ବାଧିକ ୩୨,୬୯୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୬୮,୮୭୬କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ୬୦୬ ଜଣଙ୍କ ଜୀବନ ଯିବାରୁ […]

da

Hemant Lenka
  • Published: Thursday, 16 July 2020
  • , Updated: 16 July 2020, 04:02 PM IST

ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା। ପ୍ରଥମଥର ପାଇଁ ଗୋଟିଏ ଦିନରେ ମହାମାରୀ କରୋନା ଭାଇରସରେ ୩୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ କରୋନା ୬୦୬ ଜଣଙ୍କ ମୁଣ୍ଡ ନେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ସର୍ବାଧିକ ୩୨,୬୯୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୬୮,୮୭୬କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ୬୦୬ ଜଣଙ୍କ ଜୀବନ ଯିବାରୁ ମୃତ୍ୟୁସଂଖ୍ୟା ୨୪,୯୧୫ ଛୁଇଁଛି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬,୧୨,୮୧୫ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ ସଂଖ୍ୟା ୩୩୧୧୪୬ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୨,୭୫,୬୪୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦,୯୨୮ ଜଣ ପ୍ରାଣ ହରାଇଛନ୍ତି। ୧,୫୨,୬୧୩ ଜଣ ସୁସ୍ଥ ହୋଇଛନ୍ତି।

ପ୍ରଭାବିତ ତାଲିକାର ଦ୍ୱିତୀୟ ସ୍ଥାନରେ ତାମିଲନାଡୁ ଓ ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି। ତାମିଲନାଡୁରେ କରୋନା ୧,୫୧,୮୨୦ ଜଣଙ୍କୁ ସଂକ୍ରମିତ କରିଥିବା ବେଳେ ୨୧୬୭ ଜଣଙ୍କ ମୁଣ୍ଡ ନେଇଛି।

ସେହିପରି ଦିଲ୍ଲୀରେ କରୋନା ୩୪୮୭ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୧୧୬୯୯୩ ଜଣ ସଂକ୍ରମିତ ହୋଇଛନ୍ତି। ଏଠାରେ ୯୫,୬୯୯ ଜଣ ସୁସ୍ଥ ହୋଇଛନ୍ତି ଓ ଆକ୍ଟିଭ କେସ ସଂଖ୍ୟା ୧୭,୮୦୭ ରହିଛି।

Related story