ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଓଆଇସିକୁ ଭାରତର କଡ଼ା ଜବାବ

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିଥିଲା। ଇତି ମଧ୍ୟରେ ଏହି ଧାରା ହଟିବାକୁ ଦୁଇ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଇସଲାମିକ ସହଯୋଗ ସଂଗଠନ (Organisation of Islamic Cooperation’s) ନେଇ ଯେଉଁ ମନ୍ତବ୍ୟ ଦେଇଥିଲା ତାକୁ ଭାରତ ସରକାର ଖାରଜ କରିଛନ୍ତି। ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଓଆଇସି ଏଭଳି ବିବୃତ୍ତିକୁ ଭାରତ କେବେ ଗ୍ରହଣ କରେ ନାହିଁ। ଏହି ପ୍ରସଙ୍ଗରେ ଓଆଇସି ବୟାନବାଜିରୁ ଦୂରେଇ ରହିବା ଠିକ୍ ହେବ ବୋଲି […]

OIC

Subhransu Sekhar
  • Published: Friday, 06 August 2021
  • , Updated: 06 August 2021, 11:15 AM IST

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିଥିଲା। ଇତି ମଧ୍ୟରେ ଏହି ଧାରା ହଟିବାକୁ ଦୁଇ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଇସଲାମିକ ସହଯୋଗ ସଂଗଠନ (Organisation of Islamic Cooperation’s) ନେଇ ଯେଉଁ ମନ୍ତବ୍ୟ ଦେଇଥିଲା ତାକୁ ଭାରତ ସରକାର ଖାରଜ କରିଛନ୍ତି। ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଓଆଇସି ଏଭଳି ବିବୃତ୍ତିକୁ ଭାରତ କେବେ ଗ୍ରହଣ କରେ ନାହିଁ। ଏହି ପ୍ରସଙ୍ଗରେ ଓଆଇସି ବୟାନବାଜିରୁ ଦୂରେଇ ରହିବା ଠିକ୍ ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରିଛି।

ବୈଦେଶିକ ମନ୍ତ୍ରାଳୟ ବିବୃତ୍ତି ଜାରି କରି କହିଛି ଯେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ଉପରେ ଓଆଇସି ସେକ୍ରେଟେରୀ ଜେନେରାଲଙ୍କ ଏପରି ମନ୍ତବ୍ୟକୁ ଖାରଜ କରୁଛୁ। ଜମ୍ମୁ କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି ପ୍ରସଙ୍ଗରେ କୌଣସି ପକ୍ଷର ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଉପରେ କିଛି ସ୍ୱାର୍ଥ ନ୍ୟସ୍ତ ଗୋଷ୍ଠୀ ଓଆଇସି ମଞ୍ଚକୁ ବ୍ୟବହାର କୁରଛନ୍ତି। ଏହା ଗ୍ରହଣୀୟ ନୁହେଁ। ଭାରତ ଏଭଳି କହି ଓଆଇସିର ସଦସ୍ୟ ପାକିସ୍ତାନକୁ କଡ଼ା ଜବାବ ଦେଇଛି।

ଓଆଇସି କହିଥିଲା, ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବା ଏକପାଖିଆ ନିଷ୍ପତ୍ତି। ଜାତିସଂଘ ସୁରକ୍ଷା ପରିଷଦ ଅନୁଯାୟୀ ଏହି ଅଞ୍ଚଳଟି ବିବାଦୀୟ ସ୍ଥିତି। ଏହାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ କରିବାକୁ ଲକ୍ଷ୍ୟ ରହିଛି। ଯାହାକୁ ଭାରତ ଖାରଜ କରିଛି।

ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବେ ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦କୁ ରଦ୍ଦ କରି ଦେଇଥିଲେ। ଏହାକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ବିଭିନ୍ନ ସମୟରେ ଅନ୍ତର୍ଜାତୀୟ ଫୋରମରେ ଏହି ପ୍ରସଙ୍ଗ ଉଠାଇ ବେଜିତ ମଧ୍ୟ ହୋଇସାରିଛି। ଧାରା ୩୭୦ ହଟିବାକୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାକିସ୍ତାନ ପ୍ରାୟୋଜିତ ଭାବରେ ଓଆଇସି ଜରିଆରେ ଏହି ପ୍ରସଙ୍ଗ ଉଠାଇଛି। ତେବେ ଭାରତ ଅନ୍ତର୍ଜାତୀୟ ଫୋରମରେ ସ୍ପଷ୍ଟ କରିସାରିଛି ଯେ ଜମ୍ମୁ କଶ୍ମୀର ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣ କରାଯିବନି।

Related story