ଦୀର୍ଘ ୭୦ ବର୍ଷ ପରେ ଚାଇନା ବିରୋଧରେ ଷ୍ଟ୍ରାଟେଜି ବଦଳାଇଲା ଭାରତ

ନୂଆଦିଲ୍ଲୀ: ଗତବର୍ଷ ଗୁଲଓ୍ୱାନ ଘାଟିରେ ଭାରତ ଏବଂ ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷ ପାଇଁ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ାଇଛି। ସୀମାରେ ସ୍ଥିତି ସ୍ୱାଭାବିକ ହେବା ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ଆଲୋଚନା ହୋଇଛି। କିନ୍ତୁ ସଫଳ ମିଳି ନାହିଁ। ଏହାରି ଭିତରେ ସୀମାରେ ଚାଇନା ଅନେକ ପ୍ରକାର ସାମର୍ଥ୍ୟ ଓ ଶକ୍ତି ଠୁଳ କରୁଥିବା ଦେଖି ଭାରତ ମଧ୍ୟ ନିଜର ପୁରୁଣା ଷ୍ଟ୍ରାଟେଜିରେ ପରିବର୍ତ୍ତନ କରିଛି। ଦୀର୍ଘ ୭୦ ବର୍ଷ ପରେ ନୂଆଦିଲ୍ଲୀ […]

china

Subhransu Sekhar
  • Published: Monday, 28 June 2021
  • , Updated: 28 June 2021, 06:01 PM IST

ନୂଆଦିଲ୍ଲୀ: ଗତବର୍ଷ ଗୁଲଓ୍ୱାନ ଘାଟିରେ ଭାରତ ଏବଂ ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷ ପାଇଁ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ାଇଛି। ସୀମାରେ ସ୍ଥିତି ସ୍ୱାଭାବିକ ହେବା ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ଆଲୋଚନା ହୋଇଛି। କିନ୍ତୁ ସଫଳ ମିଳି ନାହିଁ। ଏହାରି ଭିତରେ ସୀମାରେ ଚାଇନା ଅନେକ ପ୍ରକାର ସାମର୍ଥ୍ୟ ଓ ଶକ୍ତି ଠୁଳ କରୁଥିବା ଦେଖି ଭାରତ ମଧ୍ୟ ନିଜର ପୁରୁଣା ଷ୍ଟ୍ରାଟେଜିରେ ପରିବର୍ତ୍ତନ କରିଛି। ଦୀର୍ଘ ୭୦ ବର୍ଷ ପରେ ନୂଆଦିଲ୍ଲୀ ବେଜିଂ ବିରୋଧରେ ନୀତିରେ ପରିବର୍ତ୍ତନ କରିଛି। ସୀମାରେ ଚାଇନା ବିରୋଧରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଭାରତ ୫୦ ହଜାର ସୈନ୍ୟ ଠୁଳ କରିଥିବା ସୂଚନା ରହିଛି।

କେନ୍ଦ୍ରର ମୋଦି ସରକାର ଚାଇନା ବିରୋଧରେ ଆକ୍ରାମଣାତ୍ମକ ଆଭିମୁଖ୍ୟ ରଖି ଚାଇନା ସହିତ ଯେଉଁଠି ସୀମା ରହିଛି ସେଠାରେ ଏହି ସମସ୍ତ ସୈନ୍ୟଙ୍କୁ ନିୟୋଜିତ କରିଛନ୍ତି। ସୀମାରେ ଲଡାକୁ ବିମାନ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ନିୟୋଜିତ କରିଛି ଭାରତ। ଚାଇନା ସୀମାକୁ ଲାଗିଥିବା ତିନୋଟି ସ୍ଥାନରେ ଏବେ ମୋଟ୍ ସୈନ୍ୟ ୨ ଲକ୍ଷ ମୁତୟନ ରହିଥିବା ସୂଚନା ରହିଛି। ଯାହାକି ଗତ ବର୍ଷ ତୁଳନାରେ ୪୦ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି।

ଏହାବାଦ ଚାଇନା ସହିତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ନେପାଳରେ ମଧ୍ୟ ସୀମା ବିବାଦ ରହିଛି। ଏହି ତିନି ସ୍ଥାନରେ ମଧ୍ୟ ଡିଭିଜନ ଲେବୁଲରେ ସୈନ୍ୟ ମୁତ୍ତୟନ କରାଯାଇଛି। ଗୋଟିଏ ଡିଭିଜନରେ ୧୦ ହଜାର ସୈନ୍ୟ ରହିଛନ୍ତି। ସୈନ୍ୟମାନଙ୍କୁ କଶ୍ମୀରରୁ ଆଣି ଗୁଲଓ୍ୱାନରେ ଥିବା ଉଚ୍ଚ ସ୍ଥାନରେ ଛାଡିବା ପାଇଁ ହେଲିକପ୍ଟର ନିୟୋଜିତ ହୋଇଥିବା ସୂଚନା ରହିଛି।

ତେବେ ଭାରତୀୟ ସୀମାରେ ଚାଇନା କେତେ ସୈନ୍ୟ ମୁତୟନ କରିଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି ନିକଟରେ ତିବ୍ଦତରୁ ହିମାଳୟର ବିବାଦୀୟ ଅଞ୍ଚଳରେ ଅବସ୍ଥିତ ଜିନଜିଆନ୍ ମିଲିଟାରୀ କମାଣ୍ଡକୁ ଅତିରିକ୍ତ ସୈନ୍ୟ ପଠାଇ ପାଟ୍ରୋଲିଂ ବଢ଼ାଇଛି।

Related story