ରେକର୍ଡ ଭାଙ୍ଗୁଛି କରୋନା, ୨୪ ଘଣ୍ଟାରେ ଆଖି ବୁଜିଲେ ୪ ହଜାରରୁ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ଭୟାବହତା ସୃଷ୍ଟି କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଉହାନ ଭାଇରସର ଶିକାର ହୋଇ ଦେଶରେ ୪ ହଜାରରୁ ଅଧିକ ଆଖି ବୁଜିଛନ୍ତି। ଯାହାକି ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି। ସେହିପରି ଚତୁର୍ଥ ଥର ପାଇଁ ୪ ଲକ୍ଷ ଉପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ମେ ମାସ ୧ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ […]

Corona1

Subhransu Sekhar
  • Published: Saturday, 08 May 2021
  • , Updated: 08 May 2021, 10:10 AM IST

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ଭୟାବହତା ସୃଷ୍ଟି କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଉହାନ ଭାଇରସର ଶିକାର ହୋଇ ଦେଶରେ ୪ ହଜାରରୁ ଅଧିକ ଆଖି ବୁଜିଛନ୍ତି। ଯାହାକି ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି। ସେହିପରି ଚତୁର୍ଥ ଥର ପାଇଁ ୪ ଲକ୍ଷ ଉପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ମେ ମାସ ୧ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ପ୍ରଥମେ ୪,୦୧,୯୯୩ ଜଣ କୋଭିଡ୍ ପିଜିଟିଭ ଚିହ୍ନଟ ହୋଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ୪.୦୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଅବଧି ମଧ୍ୟରେ ୪,୧୮୭ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୧୮,୯୨,୬୭୬ ରହିଛି। ସେଥିମଧ୍ୟରୁ ୩୭,୨୩,୪୪୬ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୨.୩୮ ଲକ୍ଷ ଛୁଇଁଛି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧,୭୯,୩୦,୯୬୦ ଜଣ ଆରୋଗ୍ୟ ହୋଇଛନ୍ତି। କୋଭିଡର ଦ୍ୱିତୀୟ ଲହରକୁ ଦେଖି ବିଭିନ୍ନ ରାଜ୍ୟ ସରକାର ଲକଡାଉନ୍ ଜାରି କରିଛନ୍ତି। ଯେଉଁଥିରେ ଓଡ଼ିଶା, ମହାରାଷ୍ଟ୍ର, ଦିଲ୍ଲୀ, କେରଳ, କର୍ଣ୍ଣାଟକ, ମଣିପୁର, ତାମିଲନାଡୁ ଆଦି ଅନେକ ରାଜ୍ୟ ରହିଛି।

https://twitter.com/ANI/status/1390878995110006784?s=20

ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୪ ହଜାର ୧୮୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏହି ଅବଧି ମଧ୍ୟରେ ୩,୯୧୫ ଜଣ ଆଖି ବୁଜିଥିଲେ।

Related story