ମାର୍ଚ୍ଚ ମାସ ପରେ ସବୁଠାରୁ କମ ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ହ୍ରାସ ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ମାର୍ଚ୍ଚ ବେଳର ସ୍ଥିତି ବର୍ତ୍ତମାନ ଫେରିଛି। ଆଜି ଦେଶର ଦୈନିକ ସଂକ୍ରମଣ ୧୪,୩୧୩ ରହିଛି। ଏହା ମାର୍ଚ୍ଚ ମାସ ପରେ ସବଠାରୁ କମ ଦୈନିକ ସଂକ୍ରମଣ। ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା ୧୮୧ ଜଣଙ୍କ ଜୀବନ ନେଇଛି। ଦେଶରେ ଏଯାଏ ୩,୩୯,୮୫,୯୨୦ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୫୦,୯୬୩ ଜଣଙ୍କ ଜୀବନ ଯାଇଛି। ୨୪ ଘଣ୍ଟାରେ […]

corona

Hemant Lenka
  • Published: Tuesday, 12 October 2021
  • , Updated: 12 October 2021, 10:34 AM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ହ୍ରାସ ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ମାର୍ଚ୍ଚ ବେଳର ସ୍ଥିତି ବର୍ତ୍ତମାନ ଫେରିଛି। ଆଜି ଦେଶର ଦୈନିକ ସଂକ୍ରମଣ ୧୪,୩୧୩ ରହିଛି। ଏହା ମାର୍ଚ୍ଚ ମାସ ପରେ ସବଠାରୁ କମ ଦୈନିକ ସଂକ୍ରମଣ। ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା ୧୮୧ ଜଣଙ୍କ ଜୀବନ ନେଇଛି।

ଦେଶରେ ଏଯାଏ ୩,୩୯,୮୫,୯୨୦ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୫୦,୯୬୩ ଜଣଙ୍କ ଜୀବନ ଯାଇଛି। ୨୪ ଘଣ୍ଟାରେ ୨୬,୫୭୯ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୩୩,୨୦,୦୫୭ ରହିଛି। ସେହିପରି ଦେଶରେ ୯୫.୮ କୋଟି ଡୋଜର ଟିକାକରଣ ଶେଷ ହେଲାଣି।

ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ଆରୋଗ୍ୟ ହାର ୯୮.୦୪% ରହିଛି। ଏହା ୨୦୨୦ ମାର୍ଚ୍ଚ ପରେ ସର୍ବାଧିକ।

ଦେଶର ସକ୍ରିୟ ମାମଲା ମୋଟ କେସ୍‌ର ୧%ରୁ କମ। ବର୍ତ୍ତମାନ ସକ୍ରିୟ ମାମଲାର ହାର ୦.୬୩% ରହିଛି। ଏହା ୨୦୨୦ ମାର୍ଚ୍ଚ ପରେ ସବୁଠାରୁ କମ। ବର୍ତ୍ତମାନ ୨,୧୪,୯୦୦ ଆକିଭ୍ଟ କେସ୍‌ ରହିଥିବା ବେଳେ ଏହା ୨୧୨ ଦିନ ମଧ୍ୟରେ ସବୁଠାରୁ କମ।


ସାପ୍ତାହିକ ପଜିଟିଭିଟି ହାରକୁ ବିଚାରକୁ ନେଲେ ଏହା ୧.୪୮% ରହିଛି। ଦୀର୍ଘ ୧୦୯ ଦିନ ହେଲାଣି ଦେଶରେ ସାପ୍ତାହିକ ପଜିଟିଭିଟି ହାର ୩% ତଳେ ରହୁଛି। ଦୈନିକ ପଜିଟିଭିଟି ରେଟ ମଧ୍ୟ ୧.୨୧% ଅଛି।

ଏବେ ବି କେରଳରେ ଦେଶର ପ୍ରାୟ ୫୦% ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬,୯୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ୧୭୩୬ ଓ ଦିଲ୍ଲୀରେ ମାତ୍ର ୨୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

Related story