୧୭ ଜଣଙ୍କ ମୃତ୍ୟୁ ପରେ ପାଇଲଟ ମାଗିଲେ ସମ୍ମୁଖ ଯୋଦ୍ଧାର ମାନ୍ୟତା

ନୂଆଦିଲ୍ଲୀ: ଭାରତୀୟ ଏୟାର ଲାଇନ ପାଲଟମାନଙ୍କୁ କରୋନା ସମ୍ମୁଖ ଯୋଦ୍ଧାର ମାନ୍ୟତା ଦେବାକୁ ଦାବି କରାଯାଇଛି। ଅନ୍ୟମାନଙ୍କ ଭଳି ପାଇଲଟମାନେ ମଧ୍ୟ କରୋନା ସମୟରେ ସେବା ଯୋଗାଉଥିବାରୁ ସେମାନଙ୍କୁ ସମ୍ମୁଖ ଯୋଦ୍ଧା ତାଲିକାରେ ସାମିଲ କରିବାକୁ ସେମାନେ ଦାବି କରିଛନ୍ତି। ସମ୍ମୁଖ ଯୋଦ୍ଧାଙ୍କ ଭଳି ପାଇଲଟମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା, ବୀମା ଓ କ୍ଷତିପୂରଣ ଦେବାକୁ ସେମାନେ କହିଛନ୍ତି। କରୋନା ଯୋଗୁ ଭାରତୀୟ ଏୟାର ଲାଇନ ପ୍ରାୟ ୧୭ ଜଣ ପାଇଲଟଙ୍କୁ ହରାଇ ସାରିଲାଣି। ୨୦୨୧ ଫେବୃଆରୀ […]

Pilots

Hemant Lenka
  • Published: Tuesday, 08 June 2021
  • , Updated: 08 June 2021, 05:45 PM IST

ନୂଆଦିଲ୍ଲୀ: ଭାରତୀୟ ଏୟାର ଲାଇନ ପାଲଟମାନଙ୍କୁ କରୋନା ସମ୍ମୁଖ ଯୋଦ୍ଧାର ମାନ୍ୟତା ଦେବାକୁ ଦାବି କରାଯାଇଛି। ଅନ୍ୟମାନଙ୍କ ଭଳି ପାଇଲଟମାନେ ମଧ୍ୟ କରୋନା ସମୟରେ ସେବା ଯୋଗାଉଥିବାରୁ ସେମାନଙ୍କୁ ସମ୍ମୁଖ ଯୋଦ୍ଧା ତାଲିକାରେ ସାମିଲ କରିବାକୁ ସେମାନେ ଦାବି କରିଛନ୍ତି।

ସମ୍ମୁଖ ଯୋଦ୍ଧାଙ୍କ ଭଳି ପାଇଲଟମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା, ବୀମା ଓ କ୍ଷତିପୂରଣ ଦେବାକୁ ସେମାନେ କହିଛନ୍ତି। କରୋନା ଯୋଗୁ ଭାରତୀୟ ଏୟାର ଲାଇନ ପ୍ରାୟ ୧୭ ଜଣ ପାଇଲଟଙ୍କୁ ହରାଇ ସାରିଲାଣି। ୨୦୨୧ ଫେବୃଆରୀ ଠାରୁ ଇତି ମଧ୍ୟରେ ୧୩ ଜଣ ପାଇଲଟଙ୍କ ଜୀବନ ଯାଇଛି।

ଭାରତୀୟ ପାଇଲଟ ମହାସଂଘ ପକ୍ଷରୁ ବମ୍ବେ ହାଇକୋର୍ଟରେ ଆବେଦନ ଦାଖଲ କରାଯାଇଛି। ସେମାନଙ୍କ ପାଇଁ ସମ୍ମୁଖ ଯୋଦ୍ଧା ତାଲିକାରେ ସ୍ୱତନ୍ତ୍ର କ୍ୟାଟାଗୋରୀ Air Transportation Workers ତିଆରି କରି ସାମିଲ କରିବାକୁ ନିବେଦନ କରାଯାଇଛି। ଆବେଦନରେ ମହାସଂଘ କହିଛି, ଆଜି ଯାଏ କରୋନାରେ ପ୍ରାଣ ହରାଉଥିବା ପାଇଲଟଙ୍କ ପାଇଁ କୌଣସି କ୍ଷତିପୂରଣ ଦେବାର ବ୍ୟବସ୍ଥା ହୋଇନାହିଁ।

ପାଇଲଟଙ୍କ ସୁରକ୍ଷା ପାଇଁ କୌଣସି ବୀମା କିମ୍ବା ସେଭଳି କୌଣସି ଯୋଜନା କରାଯାଇ ନାହିଁ। ଦେଶର ସ୍ୱାର୍ଥ ପାଇଁ ପାଇଲଟମାନେ କରୋନା ସଂକ୍ରମଣ ଭିତରେ ୧୪ ମାସ ହେଲା ସେବା ଯୋଗାଇ ଆସୁଛନ୍ତି। ତେଣୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ମହାସଂଘରେ ପ୍ରାୟ ୫୬୧୯ ଜଣ ସଦସ୍ୟ ରହିଛନ୍ତି। ଏମାନେ ଏୟାର ଇଣ୍ଡିଆ, ସ୍ପାଇସ ଜେଟ, ଇଣ୍ଡିଗୋ, ରିଲାଏନ୍ସ କମର୍ସିଆଲ, ଗୋ ଏୟାର, ସାଉଦିଆ ଓ ଭିସ୍ତାର ଭଳି ବିମାନ କମ୍ପାନୀରେ କାମ କରୁଛନ୍ତି। କେବଳ ଏୟାର ଇଣ୍ଡିଆର ୧୯୯୫ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୮୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Related story