ସୋମବାର ପାଖରୁ ରେଳ ବିଭାଗ ଚଳାଇବ 'ଅକ୍ସିଜେନ୍ ଏକ୍ସପ୍ରେସ'

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଦ୍ୱିତୀୟ ଥର ପାଇଁ ତାଣ୍ଡବ ରଚିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଚିକିତ୍ସା ପାଇଁ ଆବଶ୍ୟକ ବେଡ୍ ଓ ଅକ୍ସିଜେନର ଅଭାବ ପରିଲିକ୍ଷିତ ହୋଇଛି। ଯାହାକୁ ନେଇ ସମସ୍ତ ରାଜ୍ୟ ଏବେ ଅକ୍ସିଜେନ ପାଇଁ କେନ୍ଦ୍ରର ସହାୟତା ଲୋଡିଛନ୍ତି। ଆଉ ଏହାକୁ ସମସ୍ତ ପାଖରେ ପହଞ୍ଚାଇବାକୁ ଅଣ୍ଟା ଭିଡିଛି ରେଳ ମନ୍ତ୍ରଳାୟ। ମନ୍ତ୍ରୀ ପୀୟୁଷ ଗୋଏଲ ଟ୍ୱିଟ୍ କରି ସାରା ଦେଶରେ ଅକ୍ସିଜେନ୍ ଏକ୍ସପ୍ରେସ ଚଳାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। […]

oxygen-express

Subhransu Sekhar
  • Published: Sunday, 18 April 2021
  • , Updated: 18 April 2021, 10:07 PM IST

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଦ୍ୱିତୀୟ ଥର ପାଇଁ ତାଣ୍ଡବ ରଚିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଚିକିତ୍ସା ପାଇଁ ଆବଶ୍ୟକ ବେଡ୍ ଓ ଅକ୍ସିଜେନର ଅଭାବ ପରିଲିକ୍ଷିତ ହୋଇଛି। ଯାହାକୁ ନେଇ ସମସ୍ତ ରାଜ୍ୟ ଏବେ ଅକ୍ସିଜେନ ପାଇଁ କେନ୍ଦ୍ରର ସହାୟତା ଲୋଡିଛନ୍ତି। ଆଉ ଏହାକୁ ସମସ୍ତ ପାଖରେ ପହଞ୍ଚାଇବାକୁ ଅଣ୍ଟା ଭିଡିଛି ରେଳ ମନ୍ତ୍ରଳାୟ। ମନ୍ତ୍ରୀ ପୀୟୁଷ ଗୋଏଲ ଟ୍ୱିଟ୍ କରି ସାରା ଦେଶରେ ଅକ୍ସିଜେନ୍ ଏକ୍ସପ୍ରେସ ଚଳାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି।

https://twitter.com/PiyushGoyal/status/1383759503150051336?s=20

ଜଣେ ଅଧିକାରୀ କହିଛନ୍ତି ଯେ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ରାଜ୍ୟ ସରକାର କୋଭିଡ ଚିକିତ୍ସା ପାଇଁ ଅକ୍ସିଜେନ ରେଳ ମନ୍ତ୍ରାଳୟ ନିକଟକୁ ଯାଇଥିଲେ। ଦୁଇ ରାଜ୍ୟ ସରକାର ରେଳ ମନ୍ତ୍ରାଳୟକୁ ରେଲଓ୍ୱେ ନେଟୱର୍କ ମାଧ୍ୟମରେ ଟ୍ୟାଙ୍କର ସାହାଯ୍ୟରେ ଅକ୍ସିଜେନ ମେଡିକାଲ ଗୁଡ଼ିକୁ ପଠାଇବାକୁ ନିବେଦନ କରିଥିଲେ। ଆଉ ସୋମବାର ଠାରୁ ଖାଲି ଟ୍ୟାଙ୍କର ମହାରାଷ୍ଟ୍ରରୁ ଯାତ୍ରା ଆରମ୍ଭ କରିବ। ଆଉ ଭାଇଜାଗ, ଜାମସେଦପୁର, ରାଉରକେଲା, ବୋକାରୋରୁ ଅକ୍ସିଜେନ ନେବ।

https://twitter.com/PTI_News/status/1383758011953385482?s=20

ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ଚିକିତ୍ସା ପାଇଁ ବେଡର ଅଭାବ ପରିଲିକ୍ଷିତ ହୋଇଛି। ଏହାକୁ ନଜରରେ ରଖି ରେଳ ମନ୍ତ୍ରାଳୟ ୮୦୦ଟି ବେଡର ବ୍ୟବସ୍ଥା କରିଛି। ରେଳ ବିଭାଗ ଦିଲ୍ଲୀର ବିଭିନ୍ନ ଷ୍ଟେସନରେ ଏଥିପାଇଁ ବଗି ବା କୋଚ ଛିଡ଼ା କରିଛି। ଏହି ବଗିରେ ଥିବା ବେଡ ଗୁଡ଼ିକୁ କୋଭିଡ୍ ବେଡ ଭାବରେ ତିଆରି କରିଛି ରେଳ ବିଭାଗ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି ଯେ ୯୨ ଦିନ ମଧ୍ୟରେ ଭାରତ ଦ୍ରୁତତମ ୧୨ ମିଲିୟନ ଟିକାକରଣ କରିଛି। ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ କରୋନା ଟିକା ଏକ କୋଟିରୁ ଅଧିକ ଡୋଜ ଦାଆଯାଇଛି।

Related story