ଅର୍ଥନୈତିକ ସର୍ଭେ, ଚଳିତ ବର୍ଷ ୭% ବଢ଼ିବ ଉପଭୋଗ

ନୂଆଦିଲ୍ଲୀ: ଆଜିଠୁ ସଂସଦରେ ଆରମ୍ଭ ହୋଇଛି ବଜେଟ୍‌ ଅଧିବେଶନ। ପ୍ରଥମ ଦିନରେ ଉପସ୍ଥାପନ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୧-୨୨। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ତଥା ୨୦୨୨ରେ ଭାରତରେ ୭ ପ୍ରତିଶତ କିଣା ବିକା ତଥା ଉପଭୋଗ ବଢ଼ିବ, ଯେଉଁଥିରେ ସରକାରୀ ଉପଯୋଗିତା ସର୍ବାଧିକ ଯୋଗଦାନ ରହିବ ବୋଲି ଆର୍ଥିକ ସର୍ବେକ୍ଷଣରେ ଆକଳନ କରାଯାଇଛି। ସର୍ଭେ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ପ୍ରି-ପାଣ୍ଡେମିକ୍ […]

Economic Survey

Madhupriya Mistry
  • Published: Monday, 31 January 2022
  • , Updated: 31 January 2022, 04:09 PM IST

ନୂଆଦିଲ୍ଲୀ: ଆଜିଠୁ ସଂସଦରେ ଆରମ୍ଭ ହୋଇଛି ବଜେଟ୍‌ ଅଧିବେଶନ। ପ୍ରଥମ ଦିନରେ ଉପସ୍ଥାପନ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୧-୨୨। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ତଥା ୨୦୨୨ରେ ଭାରତରେ ୭ ପ୍ରତିଶତ କିଣା ବିକା ତଥା ଉପଭୋଗ ବଢ଼ିବ, ଯେଉଁଥିରେ ସରକାରୀ ଉପଯୋଗିତା ସର୍ବାଧିକ ଯୋଗଦାନ ରହିବ ବୋଲି ଆର୍ଥିକ ସର୍ବେକ୍ଷଣରେ ଆକଳନ କରାଯାଇଛି।

ସର୍ଭେ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ପ୍ରି-ପାଣ୍ଡେମିକ୍ ସ୍ତର ଅତିକ୍ରମ କରିବା ପରେ ସରକାରୀ ଉପଭୋଗ ୭.୬ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏଥିସହ, ବେସରକାରୀ କିଣା ବିକାରେ ମଧ୍ୟ ଯଥେଷ୍ଟ ଉନ୍ନତି ହେବ ବୋଲି ପୂର୍ବାନୁମାନ କରାଯାଇଛି, ଯାହା ପୂର୍ବ-ମହାମାରୀ ଉତ୍ପାଦନ ସ୍ତରର ୯୭ ପ୍ରତିଶତ ଆଦାୟ ହୋଇପାରିବ।

ଦେଶରେ ସେମିକଣ୍ଡକ୍ଟର ଚିପ୍ସ ଅପେକ୍ଷା ଗ୍ରାହକଙ୍କ ଚାହିଦା ହ୍ରାସ ପାଇବାରୁ ଯାନବାହନ ପଞ୍ଜିକରଣରେ ମଧ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗ୍ରାହକଙ୍କୁ ନେଇ ହୋଇଥିବା ଏକ ସର୍ବେକ୍ଷଣରେ ସୂଚନା ମିଳିଛି ଯେ ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର ଆବଶ୍ୟକତା ମୁତାବକ ଆଗକୁ ଗ୍ରାହକଙ୍କ ଚାହିଦା ବୃଦ୍ଧି ପାଇବ। ସେପଟେ ମହାମାରୀ ସମୟରେ ୟୁପିଆଇ ଭଳି ଡିଜିଟାଲ ପେମେଣ୍ଟ ଉପରେ ଲୋକଙ୍କ ଭରସା ବଢ଼ିଛି। ଡିଜିଟାଲ ଲେଣଦେଣରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଏହି ପରିପ୍ରେକ୍ଷୀରେ, ବ୍ୟକ୍ତିଗତ ଉପଭୋଗରେ ଟିକାକରଣରେ ଦ୍ରୁତ ଗତିରେ ବୃଦ୍ଧି ଏବଂ ଅର୍ଥନୈତିକ କାର୍ଯ୍ୟକଳାପର ଆସିଥିବା ସ୍ୱାଭାବିକତା ଆଗକୁ ଆର୍ଥିକ ସ୍ଥିତିକୁ ଆହୁରି ମଜଭୁତ କରିବ ବୋଲି ସର୍ଭେରେ ଆକଳନ କରାଯାଇଛି।

Related story