ଏନଆଇଏର ଡିଜି ହେଲେ ଆଇପିଏସ୍‌ ଦିନକର ଗୁପ୍ତା

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍‌ ଦିନକର ଗୁପ୍ତାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ଡିଜି ଭାବେ ନିଯୁକ୍ତି ମିଳିଛି। ଗୁରୁବାର କେନ୍ଦ୍ର ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦିନକର ଗୁପ୍ତା ହେଉଛନ୍ତି ୧୯୮୭ ମସିହା ପଞ୍ଜାବ କ୍ୟାଡରର ଆଇପିଏସ୍ ଅଫିସର। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଶ୍ରୀ ଗୁପ୍ତାଙ୍କୁ ଏନଆଇଏ ମହାନିର୍ଦ୍ଦେଶକ ଭାବେ ୨୦୨୪ ମାର୍ଚ୍ଚ ୩୧ ଯାଏ କାର୍ଯ୍ୟ କରିବାକୁ କହିଛି। ଶ୍ରୀ ଗୁପ୍ତା ପଞ୍ଜାବ ପୁଲିସ ମୁଖ୍ୟ ଭାବେ କାମ କରୁଥିଲେ। କିନ୍ତୁ କଂଗ୍ରେସ […]

IPS

Hemant Lenka
  • Published: Thursday, 23 June 2022
  • , Updated: 23 June 2022, 09:52 PM IST

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍‌ ଦିନକର ଗୁପ୍ତାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ଡିଜି ଭାବେ ନିଯୁକ୍ତି ମିଳିଛି। ଗୁରୁବାର କେନ୍ଦ୍ର ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦିନକର ଗୁପ୍ତା ହେଉଛନ୍ତି ୧୯୮୭ ମସିହା ପଞ୍ଜାବ କ୍ୟାଡରର ଆଇପିଏସ୍ ଅଫିସର। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଶ୍ରୀ ଗୁପ୍ତାଙ୍କୁ ଏନଆଇଏ ମହାନିର୍ଦ୍ଦେଶକ ଭାବେ ୨୦୨୪ ମାର୍ଚ୍ଚ ୩୧ ଯାଏ କାର୍ଯ୍ୟ କରିବାକୁ କହିଛି।

ଶ୍ରୀ ଗୁପ୍ତା ପଞ୍ଜାବ ପୁଲିସ ମୁଖ୍ୟ ଭାବେ କାମ କରୁଥିଲେ। କିନ୍ତୁ କଂଗ୍ରେସ ନେତା ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଗତବର୍ଷ ଅକ୍ଟୋବର ମାସରେ ଏହି ପଦରୁ ବିଦା କରାଯାଇଥିଲା। ପୁଲିସ୍ ମୁଖ୍ୟ ପଦରୁ ହଟାଇ ଶ୍ରୀ ଗୁପ୍ତାଙ୍କୁ ଚନ୍ନି ସରକାର ପଞ୍ଜାବ ପୁଲିସ୍ ହାଉସିଂ କର୍ପୋରେସନର ଅଧ୍ୟକ୍ଷ କରାଯାଇଥିଲେ। ତେବେ ସେ ଚନ୍ନି ସରକାର କ୍ଷମତାକୁ ଆସିବା ମାତ୍ରେ ମାସେ ଛୁଟିରେ ଚାଲି ଯାଇଥିଲେ।

ଶ୍ରୀ ଗୁପ୍ତାଙ୍କୁ ପୁଲିସ୍ ମୁଖ୍ୟ ପଦରୁ ହଟାଇ ପଞ୍ଜାବ ସରକାର ୧୯୮୮ ବ୍ୟାଚର ଆଇପିଏସ ଇକବାଲ ପ୍ରୀତ ସିଂହ ସାହୋଟାଙ୍କୁ ଡିଜି କରିଥିଲେ। ହେଲେ ଏବେ କେନ୍ଦ୍ର ସରକାର ଆଇପିଏସ୍ ଗୁପ୍ତାଙ୍କୁ ସିଧା ଏନଆଇଏର ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେଇଛନ୍ତି।

ସେହିପରି ଆଇବିର ସ୍ପେଶାଲ ନିର୍ଦ୍ଦେଶକ ସ୍ୱାଗତ ଦାସଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ(ଆଭ୍ୟନ୍ତରୀଣ ସୁରକ୍ଷା) ଭାବେ ନିଯୁକ୍ତି ଦିଆଯାଇଛି। ସ୍ୱାଗତ ଦାସ ହେଉଛନ୍ତି ୧୯୮୭ ମସିହା ଛତିଶଗଡ଼ କ୍ୟାଡରର୍‌ର ଆଇପିଏସ ଅଫିସର। ସେ ଏହି ପଦରେ ୨୦୨୪ ମସିହା ନଭେମ୍ବର ୩୦ ଯାଏ କାର୍ଯ୍ୟ କରିବେ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି।

Related story