ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ ଯାଇଥିବା ଆଇପିଏସ୍‌ଙ୍କୁ ମୁମ୍ବାଇରେ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍‌‌

ପାଟଣା: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ମୁମ୍ବାଇ ଯାଇଥିବା ଜଣେ ଆଇପିଏସ୍ ଅଫିସରଙ୍କୁ ଜୋର ଜବରଦସ୍ତି କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଦେଇଥିବା ସୂଚନା ଅନୁଯାୟୀ, ରବିବାର ଆଇପିଏସ୍ ଅଫିସର ବିନୟ ତିୱାରୀ ପାଟଣାରୁ ଯାଇ ମୁମ୍ବାଇରେ ପହଞ୍ଚିଥିଲେ। ସେ ସେଠାରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ପୂର୍ବରୁ ଯାଇଥିବା ଟିମ୍‌ର ନେତୃତ୍ୱ […]

ips

Jitendra Garnayak
  • Published: Monday, 03 August 2020
  • , Updated: 03 August 2020, 08:30 AM IST

ପାଟଣା: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ମୁମ୍ବାଇ ଯାଇଥିବା ଜଣେ ଆଇପିଏସ୍ ଅଫିସରଙ୍କୁ ଜୋର ଜବରଦସ୍ତି କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ସେ ଦେଇଥିବା ସୂଚନା ଅନୁଯାୟୀ, ରବିବାର ଆଇପିଏସ୍ ଅଫିସର ବିନୟ ତିୱାରୀ ପାଟଣାରୁ ଯାଇ ମୁମ୍ବାଇରେ ପହଞ୍ଚିଥିଲେ। ସେ ସେଠାରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ପୂର୍ବରୁ ଯାଇଥିବା ଟିମ୍‌ର ନେତୃତ୍ୱ ନେଇଥା’ନ୍ତେ। ତେବେ ରାତି ୧୧ଟା ବେଳେ ବିଏମ୍‌ସି (ବ୍ରିହାନ୍‌ମୁମ୍ବାଇ ମହାନଗର ନିଗମ)ର ଅଧିକାରୀମାନେ ତାଙ୍କୁ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍‌ରେ ପଠାଇ ଦେଇଥିଲେ।

ବିହାର ଡିଜିପି ଟ୍ୱିଟ୍ କରିଛନ୍ତି ଯେ ଅନୁରୋଧ ସତ୍ତ୍ୱେ ବିନୟ ତିୱାରୀଙ୍କୁ ‘ଆଇପିଏସ୍‌ ମେସ୍‌’ରେ ରହିବାକୁ ଦିଆଗଲା ନାହିଁ। ସେ ଏବେ ଗୋରେଗାଁଓର ଏକ ଗେଷ୍ଟ୍ ହାଉସ୍‌ରେ ରହୁଛନ୍ତି।

ଆଇପିଏସ୍ ଅଫିସର ବିନୟ ତିୱାରୀ ଏବେ ସେଠାରେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରହିବେ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଦେଢ଼ ମାସ ପରେ ତାଙ୍କ ବାପା ପାଟଣାର ଏକ ଥାନାରେ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୬ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏଥିରେ ସେ ରିୟା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ଏତଲା ରୁଜୁ ହେବା ପରେ ବିହାର ପୁଲିସ୍‌ର ଏକ ଟିମ୍ ମୁମ୍ବାଇ ଯାଇ ଘଟଣାର ଖୋଳତାଡ଼ କରୁଛି। ମୁମ୍ବାଇ ପୁଲିସ୍ ଏହି ଟିମ୍‌କୁ ସହଯୋଗ କରୁ ନଥିବା ବେଳେ ଗତକାଲି ସେଠାକୁ ଯାଇଥିବା ଆଇପିଏସ୍ ଅଫିସର ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଇ ଦିଆଯାଇଛି।

Related story