ଆମେରିକାର ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼ ଘଟଣା : ନିଜକୁ ଦାୟୀ କଲା ଇରାନ୍‌

ନୂଆଦିଲ୍ଲୀ: ପ୍ରତିଶୋଧ ନେଲା ଇରାନ୍‌। ଆମେରିକାର ବାଣିଜ୍ୟ ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଇରାକର ଉତ୍ତର ଇରବିଲରେ ଥିବା ଆମେରିକାର ବାଣିଜ୍ୟ ଦୂତାବାସ  ଉପରକୁ ରବିବାର ୧୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ଏହି ଆକ୍ରମଣକୁ ନେଇ ନିଜକୁ ଦାୟୀ କରିଛି ଇରାନ୍‌। ଗତ ସପ୍ତାହରେ ସିରିୟାରେ ଇଶ୍ରାଏଲ ପକ୍ଷରୁ ଗୁଳି ମାଡ଼ରେ ଦୁଇଜଣ ବିଦ୍ରୋହୀ ଇରାନ ଗାର୍ଡ଼ଙ୍କ ମୃତ୍ୟୁ ପରେ ଏହାର ଜବାବ ଦିଆଯାଛି ବୋଲି ଇରାନ୍‌ କହିଛି। ତେବେ ରବିବାର ଆକ୍ରମଣରେ କାହାରି କିଛି […]

usa

Tapas Behera
  • Published: Monday, 14 March 2022
  • , Updated: 14 March 2022, 11:09 AM IST

ନୂଆଦିଲ୍ଲୀ: ପ୍ରତିଶୋଧ ନେଲା ଇରାନ୍‌। ଆମେରିକାର ବାଣିଜ୍ୟ ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଇରାକର ଉତ୍ତର ଇରବିଲରେ ଥିବା ଆମେରିକାର ବାଣିଜ୍ୟ ଦୂତାବାସ  ଉପରକୁ ରବିବାର ୧୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ଏହି ଆକ୍ରମଣକୁ ନେଇ ନିଜକୁ ଦାୟୀ କରିଛି ଇରାନ୍‌। ଗତ ସପ୍ତାହରେ ସିରିୟାରେ ଇଶ୍ରାଏଲ ପକ୍ଷରୁ ଗୁଳି ମାଡ଼ରେ ଦୁଇଜଣ ବିଦ୍ରୋହୀ ଇରାନ ଗାର୍ଡ଼ଙ୍କ ମୃତ୍ୟୁ ପରେ ଏହାର ଜବାବ ଦିଆଯାଛି ବୋଲି ଇରାନ୍‌ କହିଛି। ତେବେ ରବିବାର ଆକ୍ରମଣରେ କାହାରି କିଛି କ୍ଷତି ଘଟିନଥିବା ଜଣାପଡ଼ିଛି। ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ପଡୋଶୀ ଇରାନରୁ ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଇରାନ୍‌ର ଏହି କ୍ଷେପଣାସ୍ତ୍ର ମାଡ଼ ପରେ ଆମେରିକା ସହ ଉତ୍ତେଜନା ବଢ଼ିଛି।

ତେବେ ଆମେରିକାର ଆଉ ଜଣେ ଅଧିକାରୀ କହିଛନ୍ତି ଯେ ବାଣିଜ୍ୟ ଦୂତାବାସର କୌଣସି କ୍ଷୟକ୍ଷତି ହୋଇନାହିଁ। ଇରାକର ଅଧିକାରୀମାନେ କହିଛନ୍ତି ଯେ ଅନେକ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଦୂତାବାସ କୋଠାଟି ନୂଆ କରି ନିର୍ମିତ ହୋଇଥିବାରୁ ସେଠାରେ କେହି ରହୁନଥିଲେ ବୋଲି ଆମେରିକା କହିଛି।  ଆମେରିକା ଏହାକୁ ଇରାକର ସାର୍ବଭୌମତ୍ୱ ଉପରେ ଅପମାନଜନକ ଆକ୍ରମଣ କହି ନିନ୍ଦା କରିଛି।  ମିଳିଥିବା ସୂଚନା ଅନୁଯାୟୀ ସିରିଆର ଦାମାସକସ ନିକଟରେ ଇସ୍ରାଏଲର ମିସାଇଲ ଆକ୍ରମଣ ଦ୍ୱାରା। ଇରାନର ରିଭଲ୍ୟୁସନାରୀ ଗାର୍ଡର ଦୁଇଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିତଲା।  ପରେ ଏହାର ପ୍ରତିଶୋଧ ନେବାକକୁ  ଇରାନର ବୈଦେଶିକ ମନ୍ତ୍ରଣାଳୟ ଧମକ ଦେଇଥିଲା।

Related story