ଇସ୍ରୋ ପ୍ରେରିତ ସାଟେଲାଇଟ୍ SSLV-D1ର ମିଶନ୍‌ ଫେଲ

ହାଇଦ୍ରାବାଦ: ଇସ୍ରୋ ଦ୍ୱାରା ନବ ନିର୍ମିତ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ SSLV-D1  ଦ୍ୱାରା ପ୍ରଥମ ଉତକ୍ଷେପଣ ବିଫଳ ହୋଇଛି।  SSLV-D1ଦ୍ୱାରା ମହାକାଶକୁ  ଛଡ଼ାଯାଇଥିବା ଆର୍ଥ ଅବଜରଭେସନ ସାଟେଲାଇଟ୍ ବା ଭୂ-ସର୍ବେକ୍ଷଣ  ଉପଗ୍ରହ ଦ୍ୱୟ ଆଉ କୌଣସି କାମରେ ଆସିବ ନାହିଁ ବୋଲି ଇସ୍ରୋ ପକ୍ଷରୁ  ସୂଚନା ଦିଆଯାଇଛି।  ତେବେ କେଉଁଠି ତ୍ରୁଟି ରହିଲା, ତାହା ନିରୂପଣ  ହୋଇସାରିଛି । ଏହାର ଏକ କମିଟି ଏହାର ତର୍ଜମା କରିବା ପରେ ପରବର୍ତ୍ତୀ  ପଦକ୍ଷେପ ନିଆଯିବ ବୋଲି ଇସ୍ରୋ ପକ୍ଷରୁ […]

isro

  • Published: Sunday, 07 August 2022
  • , Updated: 07 August 2022, 07:15 PM IST

ହାଇଦ୍ରାବାଦ: ଇସ୍ରୋ ଦ୍ୱାରା ନବ ନିର୍ମିତ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ SSLV-D1  ଦ୍ୱାରା ପ୍ରଥମ ଉତକ୍ଷେପଣ ବିଫଳ ହୋଇଛି।  SSLV-D1ଦ୍ୱାରା ମହାକାଶକୁ  ଛଡ଼ାଯାଇଥିବା ଆର୍ଥ ଅବଜରଭେସନ ସାଟେଲାଇଟ୍ ବା ଭୂ-ସର୍ବେକ୍ଷଣ  ଉପଗ୍ରହ ଦ୍ୱୟ ଆଉ କୌଣସି କାମରେ ଆସିବ ନାହିଁ ବୋଲି ଇସ୍ରୋ ପକ୍ଷରୁ  ସୂଚନା ଦିଆଯାଇଛି।  ତେବେ କେଉଁଠି ତ୍ରୁଟି ରହିଲା, ତାହା ନିରୂପଣ  ହୋଇସାରିଛି । ଏହାର ଏକ କମିଟି ଏହାର ତର୍ଜମା କରିବା ପରେ ପରବର୍ତ୍ତୀ  ପଦକ୍ଷେପ ନିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଉତକ୍ଷେପଣ ବେଳେ  ସବୁ ଠିକାଠାକ ଥିଲେ ବି ଏହା ଉପଯୁକ୍ତ କକ୍ଷପଥରେ ନ ରହି ଚେପଟା  ସ୍ଥାନରେ ଅବସ୍ଥାନ କରିବାରୁ ସମସ୍ୟା ଉପୁଜିଲା ବୋଲି କୁହାଯାଇଛି।

ଅନୁଧ୍ୟାନ ପରେ SSLVର ପରବତ୍ତୀ ପରୀକ୍ଷଣ କରାଯିବ ବୋଲି ଇସ୍ରୋ  ଚେୟାରମ୍ୟାନ କହିଛନ୍ତି । ତ୍ରୁଟିକୁ ଆଧାର କରି SSLV-D2 ଉତକ୍ଷେପଣ  ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । କ୍ଷୁଦ୍ର ସାଟେଲାଇଟ୍ ଛାଡ଼ିବା  ଲାଗି ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା SSLVର ବିକଶିତ କରାଯାଇଥିଲା ।  ଏହାପରେ ଆଜି ପ୍ରଥମ ଥର ପାଇଁ ଏଥିରେ ୨ଟି କ୍ଷୁଦ୍ର ଉପଗ୍ରହକୁ ମହାକାଶକୁ  ପ୍ରେରଣ କରାଯାଇଥିଲା । ଉତକ୍ଷେପଣ ବେଳେ ସବୁ ଠିକ୍ ଥିଲେ ବି  ମହାକାସରେ ପହଞ୍ଚିବାବେଳେ ଏହା ଏକ ଅସ୍ଥିର କକ୍ଷପଥରେ ଅବସ୍ଥାନ କରିଥିଲା ବୋଲି କୁହାଯାଇଛି । ରକେଟର ଶେଷ ପର୍ଯ୍ୟାୟରେ ତ୍ରୁଟି ଯୋଗୁଁ  ଏପରି ହୋଇଥିବା ଅନୁମାନ କରାୟାଉଛି।

ଆଜି ସକାଳ ୯ଟା ୧୮ ମିନିଟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ SSLV  ଦ୍ୱାରା ୨ଟି ସାଟେଲାଇଟ୍ ମହାକାଶକୁ ଛଡ଼ା ଯାଇଥିଲା । ଗୋଟିଏ ଆର୍ଥ  ଅବଜରଭେସନ ସାଟାଇଲାଇଟ୍ ହୋଇଥିବାବେଳେ ଅନ୍ୟଟି ଆଜାଦିସାଟ୍  । ଆଜାଦିସାଟକୁ ୭୫ଟି ବିଦ୍ୟାଳୟର ୭୫୦ ଜଣ ଛାତ୍ରୀ ନିର୍ମାଣ କରିଥିଲେ  । ଆଜାଦି କି ଅମୃତ ମହୋତ୍ସବ ଅବସରରେ ଏହି ସାଟେଲାଇଟ୍ ନିର୍ମାଣ  କରାଯାଇଥିଲା । ସ୍ପେଶ କିଡ୍ସ୍ ଇଣ୍ଡିଆର ଛାତ୍ରୀ ଟିମ୍ ମାତ୍ର ୭୨ ଘଣ୍ଟାରେ ଏହି  ରକେଟକୁ ନିର୍ମାଣ କରିଥିଲେ। ।  ସଫଳତା ନେଇ ଆଶାବାଦୀ ଥିଲେ ବି ଶେଷ  ମୁହୂର୍ତ୍ତରେ ଏହା ବିଫଳ ହୋଇଥିଲା।

Related story