ଦେଶର ବିଭିନ୍ନ ପ୍ରାନ୍ତରେ ଥିବା 'ଦୈନିକ ଭାସ୍କର' ଅଫିସରେ ଆଇଟି ରେଡ୍

ନୂଆଦିଲ୍ଲୀ: ଦେଶର ଅନ୍ୟତମ ମିଡିଆ ହାଉସ ଦୈନିକ ଭାସ୍କରର ବିଭିନ୍ନ ଅଫିସରେ ଆଜି ଆୟକର ବିଭାଗ ରେଡ୍ କରିଛି। କର ଚୋରୀ ଅଭିଯୋଗରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ଏହି ଗଣମାଧ୍ୟମ ସଂସ୍ଥାରେ ଅଫିସରେ ରେଡ୍ କରିଛି ଆୟକର ବିଭାଗ। ସଂସଦରେ ଏହାକୁ ନେଇ ବିରୋଧୀ ହୋ ହାଲ୍ଲା କରିଛନ୍ତି। ଏହାକୁ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ବୋଲି ବିରୋଧୀ କହିଛନ୍ତି। ଯାହାକୁ ନେଇ ସଂସଦ ମଧ୍ୟ କିଛି ସମୟ ପାଇଁ ସ୍ଥଗିତ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ […]

DAINIK-BHASKAR

Subhransu Sekhar
  • Published: Thursday, 22 July 2021
  • , Updated: 22 July 2021, 02:23 PM IST

ନୂଆଦିଲ୍ଲୀ: ଦେଶର ଅନ୍ୟତମ ମିଡିଆ ହାଉସ ଦୈନିକ ଭାସ୍କରର ବିଭିନ୍ନ ଅଫିସରେ ଆଜି ଆୟକର ବିଭାଗ ରେଡ୍ କରିଛି। କର ଚୋରୀ ଅଭିଯୋଗରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ଏହି ଗଣମାଧ୍ୟମ ସଂସ୍ଥାରେ ଅଫିସରେ ରେଡ୍ କରିଛି ଆୟକର ବିଭାଗ। ସଂସଦରେ ଏହାକୁ ନେଇ ବିରୋଧୀ ହୋ ହାଲ୍ଲା କରିଛନ୍ତି। ଏହାକୁ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ବୋଲି ବିରୋଧୀ କହିଛନ୍ତି। ଯାହାକୁ ନେଇ ସଂସଦ ମଧ୍ୟ କିଛି ସମୟ ପାଇଁ ସ୍ଥଗିତ ରହିଥିଲା।

ମିଳିଥିବା ସୂଚନା ଅନୁଯାୟୀ ଆୟକର ବିଭାଗ ଗୁରୁବାର ସକାଳେ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ କାର୍ଯ୍ୟାଳୟରେ ଏହି ରେଡ୍ କରିଛି। ଏହାବାଦ ଏହି ମିଡ଼ିଆ ସଂସ୍ଥାର ପ୍ରୋମୋଟରଙ୍କ ଘରେ ମଧ୍ୟ ରେଡ୍ କରାଯାଇଥିବା ସୂଚନା ରହିଛି। କରୋନାର ଦ୍ୱିତୀୟ ଲହର ପିକରେ ଥିବା ବେଳେ ଏହି ମିଡିଆ ସଂସ୍ଥା ବିଭିନ୍ନ ରିପୋର୍ଟ ପ୍ରକାଶ କରିଥିଲା। ଯାହାକି କେନ୍ଦ୍ର ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଥିଲା। ତେଣୁ କେନ୍ଦ୍ର ସରକାର ଆୟକର ବିଭାଗ ଜରିଆରେ ସଂପୃକ୍ତ ମିଡ଼ିଆ ହାଉସକୁ ଚେତାବନୀ ଦେଇଥିବା କଂଗ୍ରେସ ନେତା କହିଛନ୍ତି।

https://twitter.com/pantlp/status/1418087014960746502?s=20

ଆୟକର ବିଭାଗ ରେଡ୍ କରିବା ବେଳେ ଦୈନିକ ଭାସ୍କରର ମୁଖ୍ୟ ସମ୍ପାଦକ ଏଲପି ପନ୍ତ ଟ୍ୱିଟ୍ କରି ଗୋଟିଏ ଶାୟରୀ ଲେଖିଛନ୍ତି, ' ସତ ବଢ଼ୁ କିମ୍ବା କମୁ ସତ୍ୟ ରହିବ ନାହିଁ, ହେଲେ ମିଛର ଅନ୍ତ ନାହିଁ।'

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଟ୍ୱିଟରେ କହିଛନ୍ତି, 'ଦୈନିକ ଭାସ୍କର ଖବରକାଗଜ ଏବଂ ଭାରତ ସମାଚାର ନ୍ୟୁଜ୍ ଚ୍ୟାନେଲ କାର୍ଯ୍ୟାଳୟରେ ଆୟକର ବିଭାଗ ରେଡ୍ କରି ଗଣମାଧ୍ୟମକୁ ଦମନ କରିବାର ପ୍ରୟାସ କରାଯାଉଛି। ସାମାନ୍ୟ ସମାଲୋଚନାକୁ ମଧ୍ୟ ମୋଦି ସରକାର ସହ୍ୟ କରିପାରିବେ ନାହିଁ। ଏହା ହେଉଛି ବିଜେପିର ଏକଛତ୍ରବାଦ ମାନସିକତା ଯାହା ଗଣତନ୍ତ୍ରରେ ସତ୍ୟର ଦର୍ପଣ ଦେଖିବାକୁ ପସନ୍ଦ କରେ ନାହିଁ। ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଦି ସରକାର ଗଣମାଧ୍ୟମକୁ ଦମନ କରିବାକୁ ଏବଂ ଏକ ବାର୍ତ୍ତା ପଠାଇବାକୁ ଚାହୁଁଛନ୍ତି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଦି ସରକାରରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଦମନ କରି ଆରମ୍ଭରୁ ସତକୁ ରୋକିବା କାମ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପେଗାସସ୍ ମାମଲାରେ ଅନେକ ଗଣମାଧ୍ୟମ ସଂଗଠନ ଏବଂ ଏହା ସହିତ ଜଡିତ ଲୋକମାନେ ଅଛନ୍ତି। ସାରା ଦେଶରେ ସାହସର ସହିତ ସତ୍ୟର ଖୁଲାସା କରୁଥିବା ଦୈନିକ ଭାସ୍କର ମିଡିଆ ଗୋଷ୍ଠୀକୁ ଦମନ କରିବାକୁ ସରକାର କାମ ଆରମ୍ଭ କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ବିରୋଧୀଙ୍କୁ ଦମନ କରିବା, ସତକୁ ରୋକିବା ପାଇଁ ଏହି ସରକାର ଆରମ୍ଭରୁ ଇଡି, ଆଇଟି ଏବଂ ଅନ୍ୟାନ୍ୟ ଏଜେନ୍ସିର ଅପବ୍ୟବହାର କରିଆସୁଛନ୍ତି ଏବଂ ଏହି କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି କି ବୋଲି ଗେହଲୋଟ ପ୍ରଶ୍ନ କରିଛନ୍ତି। କିନ୍ତୁ ସତ ବିଚଳିତ ହୋଇପାରେ କିନ୍ତୁ ପରାଜୟ କରିପାରିବ ନାହିଁ ବୋଲି ସେ ଟ୍ୱିଟ୍ କରି ଲେଖିଛନ୍ତି।

Related story