ଜ୍ୟାକଲିନ୍‌ଙ୍କ ପଛେ ପଛେ ଇଡି   

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସିଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌  ଗତକାଲି ବିଦେଶ ଯିବା ପୂର୍ବରୁ ମୁମ୍ବାଇ ଏୟାରପୋର୍ଟରେ ଲାଗିଥିଲା ରୋକ୍।  ବିଦେଶକୁ ଏକ ସୋ’ ପାଇଁ ଯାଉଥିବା ବେଳେ ତାଙ୍କୁ ମୁମ୍ବାଇ ଏହାର ପୋର୍ଟରେ ଅଟକାଇଥିଲା ଇଡି । ଏହି ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବର ୮ ତାରିଖରେ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଦିଲ୍ଲୀ ଇଡି(ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ) ପାଖରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କା ଠକେଇ […]

Jacqueline

Tapas Behera
  • Published: Monday, 06 December 2021
  • , Updated: 06 December 2021, 06:27 PM IST

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସିଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌  ଗତକାଲି ବିଦେଶ ଯିବା ପୂର୍ବରୁ ମୁମ୍ବାଇ ଏୟାରପୋର୍ଟରେ ଲାଗିଥିଲା ରୋକ୍।  ବିଦେଶକୁ ଏକ ସୋ’ ପାଇଁ ଯାଉଥିବା ବେଳେ ତାଙ୍କୁ ମୁମ୍ବାଇ ଏହାର ପୋର୍ଟରେ ଅଟକାଇଥିଲା ଇଡି । ଏହି ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବର ୮ ତାରିଖରେ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଦିଲ୍ଲୀ ଇଡି(ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ) ପାଖରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସମ୍ପୃକ୍ତ ଥିବା ଜ୍ୟାକଲିନଙ୍କ ବିରୋଧରେ ଇଡି ତଦନ୍ତ କରୁଛି।  ନିକଟରେ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଥିବା ବେଳେ ତାଙ୍କ ସହ ଠକେଇରେ ଜ୍ୟାକଳିନଙ୍କ ସମ୍ପୃକ୍ତ ଅଛି ବୋଲି

ଉଲ୍ଲେଖ ରହିଛି।  ଜ୍ୟାକଲିନଙ୍କୁ ସୁକେଶ ଚନ୍ଦ୍ରଶେଖର ୧୦ କୋଟି ଦେଇଥିବା ବିଶେଷସୂତ୍ରରୁ ଖବର ମିଳିଛି। ଖାଲି ସେତକି ନୁହଁ ଜ୍ୟାକଲିନଙ୍କ ପାଇଁ ଚେନ୍ନାଇରୁ ମୁମ୍ବାଇ ପର୍ଯ୍ୟନ୍ତ ସୁକେଶ ଚାଟାର୍ଡ଼ ଫ୍ଲାଇଟ୍ ବ୍ୟବସ୍ଥା କରିଥିଲେ। ଠକେଇ ଘଟଣାରେ ସୁକେଶ ଚନ୍ଦ୍ରଶେଖର ଏବେ ଜେଲରେ ଅଛନ୍ତି। ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ଠକେଇ କରି ବିପୁଳ ପରିମାଣରେ ଅର୍ଥ ହାତେଇଛନ୍ତି ସୁକେଶ।

ସେଥିରୁ କିଛି ପରିମାଣ ଜ୍ୟାକଲିନ୍‌ଙ୍କ ପାଖକୁ ଯାଇଛି ବୋଲି ଇଡି ସନ୍ଦେହ କରୁଛି।  ତେବେ ଏହି ଘଟଣାରେ ଜ୍ୟାକଲିନ୍‌ ସଫେଇ ଦେଇ କହିଛନ୍ତି ଯେ ତାଙ୍କୁ ଫସାଇ ଦିଆଯାଇଛି। ତଦନ୍ତକାରୀ ସଂସ୍ଥାକୁ ସେ ସହଯୋଗ କରୁଛନ୍ତି ବୋଲି କହିଛନ୍ତି । ତିହାର ଜେଲରେ ଥିଲା ବେଳେ ଏକ ସଫ୍ଟୱେୟାର ବ୍ୟବହାର କରି ସ୍ପୋଫ୍‌ କଲ କରି  ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨୦୦ କୋଟି ଟଙ୍କା ଆଦାୟ କରିଥିଲେ ସୁକେଶ।

Related story