୧୦ ଦିନ ଭିତରେ ନିଜର ନୂଆ ଦଳ ଘୋଷଣା କରିବେ ଗୁଲାମ

ଶ୍ରୀନଗର: ଆସନ୍ତା ୧୦ ଦିନ ଭିତରେ ନିଜର ନୂଆ ଦଳ ବାବଦରେ ଘୋଷଣା କରିବେ ଗୁଲାମ ନବୀ ଆଜାଦ। କଂଗ୍ରସରୁ ଇସ୍ତଫା ଦେବା ପରେ ପ୍ରଥମ କରି ଜାମ୍ମୁର ସୈନିକ ସ୍କୁଲ୍‌ରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି।  ଆଜି ଜମ୍ମୁକଶ୍ମୀରରେ ବାରମୁଲାରେ ଏକ ରାଲିକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୦ ଦିନ ମଧ୍ୟରେ ସେ ଏକ ନୂଆ ଦଳ ଘୋଷଣା କରିବେ। ସେ ଆହୁରି କହିଛନ୍ତି ଯେ, ମୋଗଲମାନେ […]

Gulam-nabi-azad

  • Published: Sunday, 11 September 2022
  • , Updated: 11 September 2022, 04:53 PM IST

ଶ୍ରୀନଗର: ଆସନ୍ତା ୧୦ ଦିନ ଭିତରେ ନିଜର ନୂଆ ଦଳ ବାବଦରେ ଘୋଷଣା କରିବେ ଗୁଲାମ ନବୀ ଆଜାଦ। କଂଗ୍ରସରୁ ଇସ୍ତଫା ଦେବା ପରେ ପ୍ରଥମ କରି ଜାମ୍ମୁର ସୈନିକ ସ୍କୁଲ୍‌ରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି।  ଆଜି ଜମ୍ମୁକଶ୍ମୀରରେ ବାରମୁଲାରେ ଏକ ରାଲିକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୦ ଦିନ ମଧ୍ୟରେ ସେ ଏକ ନୂଆ ଦଳ ଘୋଷଣା କରିବେ। ସେ ଆହୁରି କହିଛନ୍ତି ଯେ, ମୋଗଲମାନେ ୮୦୦ ବର୍ଷ ଶାସନ କରିଥିଲେ ଏବଂ ବ୍ରିଟିଶମାନେ ୩୦୦ ବର୍ଷ ଶାସନ କରିଥିଲେ। କିନ୍ତୁ ଜମ୍ମୁକଶ୍ମୀରରେ ହଜାର ହଜାର ଶାସକ ଏବଂ ଆକ୍ରମଣକାରୀ ଅଛନ୍ତି। ସମସ୍ତେ ଜମ୍ମୁକଶ୍ମୀରକୁ ଲୁଟ୍ କରିଛନ୍ତି ଏବଂ ସ୍ୱାଧୀନତା ପରେ ଜମ୍ମୁକଶ୍ମୀର ଏକ ଆଭ୍ୟନ୍ତରୀଣ ରାଜନୀତିର ଶିକାର ହୋଇଛି। ଜମ୍ମୁକଶ୍ମୀରବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ,  ପ୍ରଥମ କାର୍ଯ୍ୟ ହେଉଛି ଜମି, ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର। ଜମ୍ମୁ କଶ୍ମୀରରେ କେବଳ ଯୁବପିଢ଼ିଙ୍କୁ ହିଁ ନିଯୁକ୍ତି ମିଳୁ। ବାହାରୁ ଆସି କେହି ଜାମ୍ମୁ କାଶ୍ମୀରରେ ଚାକିରି ପାଇବା ଉଚିତ୍ ନୁହେଁ। କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତମାନଙ୍କୁ ପୁନଃ ସ୍ଥାପିତ କରିବା ମଧ୍ୟ ମୋର ଏଜେଣ୍ଡାରେ ସାମିଲ ଅଛି ବୋଲି ଗୁଲାମ କହିଛନ୍ତି। ନିକଟରେ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କୁ ଯେଉଁଭଳି ଭାବେ ଟାର୍ଗେଟ୍‌ କିଲିଂ କରାଯାଉଛି ତାହା ବନ୍ଦ ହେବା ଉଚିତ। ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦରକାର। ଜମ୍ମୁକଶ୍ମୀରରେ ଅନେକ ପର୍ୟ୍ୟଟନ ସ୍ଥଳ ରହିଛି, କିନ୍ତୁ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।

ସେ କହିଛନ୍ତି ଯେ ସେ ଏକ ନୂତନ ଦଳ ଗଠନ କରିବାକୁ ଯାଉଛନ୍ତି । ଜମ୍ମୁକଶ୍ମୀରର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ଶୁଣୁଛନ୍ତି। ଜନସାଧାରଣଙ୍କ ସହ ପରାମର୍ଶ ପରେ ହିଁ ଦଳର ନାମ ରଖାଯିବ ବୋଲି ସେ କହିଛନ୍ତି। ତାଙ୍କ ଦଳ କାଶ୍ମୀରର ଅଧିକାର ପାଇଁ ଲଢ଼ିବ। ଭାଗ ଭାଗ ହୋଇଯାଇଥିବା କେନ୍ଦ୍ର ଶାସିତ ଅଞ୍ଚଳକୁ ପୁଣିଥରେ ରାଜ୍ୟରେ ପରିଣତ କରିବାରେ ତାଙ୍କ ଦଳର ମୁଖ୍ୟ ଆଭିମୁଖ୍ୟ ରହିବ  ବୋଲି ଆଜାଦ କହିଛନ୍ତି।

ସେ କହିଛନ୍ତି ଯେ ଜମ୍ମୁକଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଫେରାଇ ଆଣିବା ଏବଂ ସ୍ଥାନୀୟ ଲୋକଙ୍କ ଚାକିରୀ ତଥା ଜମି ଅଧିକାରକୁ ସୁରକ୍ଷା ଦେବା ପାଇଁ ତାଙ୍କ ଦଳ କାର୍ଯ୍ୟ କରିବ।  ଗତ ଅଗଷ୍ଟ ୨୬ ତାରିଖରେ ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

Related story