ଲକ୍‌ଡାଉନରେ ବିଜନେସ୍ ଛିଡ଼ା କଲେ ଜୟନ୍ତୀ

ସୁରଟ: କରୋନା ଏବଂ ଲକ୍‌ଡାଉନ ଅନେକଙ୍କ ପାଇଁ ଆଣିଦେଇଛି ଦୁଃଖ ଓ ସମସ୍ୟା । ମାତ୍ର ଗୁଜରାଟ ଭଦୋଦରାର ଜଣେ ଛାତ୍ରୀ ଲକ୍‌ଡାଉନର ସଦୁପଯୋଗ କରି ନିଜର ନୂଆ ବିଜନେସ୍ ଛିଡ଼ା କରିପାରିଛନ୍ତି । ବିଭିନ୍ନ ଅଦରକାରୀ ସାମଗ୍ରୀରୁ ଫ୍ୟାସନେବଲ୍ ଇୟର ରିଙ୍ଗସ୍ ପ୍ରସ୍ତୁତ କରି ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି । ଏଥିରୁ ସେ ଭଲ ରୋଜଗାର କରିବା ସହ ଆତ୍ମନିର୍ଭର ହୋଇପାରିଛନ୍ତି। କପଡ଼ାରେ ସୁକ୍ଷ୍ମ କାରୁକାର୍ଯ୍ୟ । ଭଳିକି ଭଳି ଇୟର ରିଙ୍ଗ୍ସ ସହ ରାକ୍ଷୀ […]

6lk

Tapas Behera
  • Published: Sunday, 08 August 2021
  • , Updated: 09 August 2021, 10:59 AM IST

ସୁରଟ: କରୋନା ଏବଂ ଲକ୍‌ଡାଉନ ଅନେକଙ୍କ ପାଇଁ ଆଣିଦେଇଛି ଦୁଃଖ ଓ ସମସ୍ୟା । ମାତ୍ର ଗୁଜରାଟ ଭଦୋଦରାର ଜଣେ ଛାତ୍ରୀ ଲକ୍‌ଡାଉନର ସଦୁପଯୋଗ କରି ନିଜର ନୂଆ ବିଜନେସ୍ ଛିଡ଼ା କରିପାରିଛନ୍ତି । ବିଭିନ୍ନ ଅଦରକାରୀ ସାମଗ୍ରୀରୁ ଫ୍ୟାସନେବଲ୍ ଇୟର ରିଙ୍ଗସ୍ ପ୍ରସ୍ତୁତ କରି ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି । ଏଥିରୁ ସେ ଭଲ ରୋଜଗାର କରିବା ସହ ଆତ୍ମନିର୍ଭର ହୋଇପାରିଛନ୍ତି।

କପଡ଼ାରେ ସୁକ୍ଷ୍ମ କାରୁକାର୍ଯ୍ୟ । ଭଳିକି ଭଳି ଇୟର ରିଙ୍ଗ୍ସ ସହ ରାକ୍ଷୀ । ଦେଖିବାକୁ ଯେମିତି ସୁନ୍ଦର ଦାମ୍ ବି।  ସୁହାଇଲା ଭଳି ପାରଂପରିକ ଅଳଙ୍କାରଠାରୁ ଟିକେ ଭିନ୍ନ, ମାତ୍ର ଖୁବ୍ ଆକର୍ଷଣୀୟ । ଏସବୁ ତିଆରି ହୋଇଛି ଅଦରକାରୀ କାଗଜ ଓ କପଡ଼ାରୁ । ଗୁଜରାଟ ଭଦୋଦରା ଅକୋଟା ଅଞ୍ଚଳର ଜୟନ୍ତୀ ଦୁବେ ଓ ତାଙ୍କ ମାଆ ମିଶି ଏସବୁ ପ୍ରସ୍ତୁତ କରିଛନ୍ତି । କରୋନା କାଳରେ ଘରେ ରହିବା ବେଳେ ଅଦରକାରୀ ସାମଗ୍ରୀରୁ ଏସବୁ ପ୍ରସ୍ତୁତ କରିବା ସହ ଅନ୍‌ଲାଇନେର ଏହାକୁ ବିକ୍ରି ମଧ୍ୟ କରୁଛନ୍ତି ।

କରୋନାରେ ଜୟନ୍ତୀଙ୍କ ପୁରା ପରିବାର ସଂକ୍ରମିତ ହେବା ପରେ ଘରେ କ୍ୱାରେଣ୍ଟିନ୍‌ରେ ରହିଥିଲେ । ସେତେବେଳେ ଘରେ ଖାଲି ବସିବା ଅପେକ୍ଷା କିଛି କରିବା ପାଇଁ ଯୋଜନା କରିଥିଲେ ଜୟନ୍ତୀ । ପରେ ମାଆଙ୍କ ସହ ମିଶି ଏସବୁ ପ୍ରସ୍ତୁତ କରିବା ସହ ନୂଆ ବିଜନେସ୍ ସେଟ୍ଅପ୍ କରିଥିଲେ।  ଏବେ ତିନି ଚାରି ମାସ ହେବ କାରବାର ଭଲ ଚାଲିଥିବା କହିଛନ୍ତି ଜୟନ୍ତୀ।

Related story