ମାଇକ ଲଗାଇ କ୍ଷମା ମାଗିଲେ, ଟିଏମସିରେ ଯୋଗଦେବାକୁ ନିବେଦନ କଲେ ବିଜେପି କର୍ମୀ

ବୀରଭୂମି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ମିଶିଥିବା କର୍ମୀ ଓ ନେତାମାନେ ଏବେ ନିଜର ଭବିଷ୍ୟତକୁ ନେଇ ଶଙ୍କାରେ ଅଛନ୍ତି। ଟିଏମସି ଏକତରଫା ବିଜୟ ହାସଲ କରିଥିବାରୁ ବିଜେପିରେ ମିଶିଥିବା କର୍ମୀମାନେ ପୁଣି ଦଳକୁ ଫେରିବାକୁ ଚାହୁଁଛନ୍ତି। ପୂର୍ବରୁ ଏକାଧିକ ବିଜେପି ବିଧାୟକ ଟିଏମସକୁ ଫେରିବାକୁ ଚାହୁଁଥିବା ଜଣାପଡ଼ିଥିବା ବେଳେ ଏବେ ବୀରଭୂମିର ପଦ୍ମ ଦଳର କର୍ମୀମାନେ ସମାନ ପଦକ୍ଷେପ ନେଇଛନ୍ତି। ବୀରଭୂମିରେ ଟିଏମସିରୁ ଆସି ବିଜେପିରେ ଯୋଗଦେଇଥିବା କର୍ମୀମାନେ ମାଇକ ଲଗାଇ […]

BJP

Hemant Lenka
  • Published: Tuesday, 08 June 2021
  • , Updated: 08 June 2021, 08:56 PM IST

ବୀରଭୂମି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ମିଶିଥିବା କର୍ମୀ ଓ ନେତାମାନେ ଏବେ ନିଜର ଭବିଷ୍ୟତକୁ ନେଇ ଶଙ୍କାରେ ଅଛନ୍ତି। ଟିଏମସି ଏକତରଫା ବିଜୟ ହାସଲ କରିଥିବାରୁ ବିଜେପିରେ ମିଶିଥିବା କର୍ମୀମାନେ ପୁଣି ଦଳକୁ ଫେରିବାକୁ ଚାହୁଁଛନ୍ତି।

ପୂର୍ବରୁ ଏକାଧିକ ବିଜେପି ବିଧାୟକ ଟିଏମସକୁ ଫେରିବାକୁ ଚାହୁଁଥିବା ଜଣାପଡ଼ିଥିବା ବେଳେ ଏବେ ବୀରଭୂମିର ପଦ୍ମ ଦଳର କର୍ମୀମାନେ ସମାନ ପଦକ୍ଷେପ ନେଇଛନ୍ତି। ବୀରଭୂମିରେ ଟିଏମସିରୁ ଆସି ବିଜେପିରେ ଯୋଗଦେଇଥିବା କର୍ମୀମାନେ ମାଇକ ଲଗାଇ ସର୍ବସମ୍ମୁଖରେ କ୍ଷମା ମାଗିଛନ୍ତି। ଏଥିସହ ଟିଏମସି ଛାଡ଼ି ବିଜେପିରେ ମିଶିବା ସେମାନଙ୍କର ବଡ଼ ଭୁଲ ଥିବା ବୋଲି କହିଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ଅନେକ ବିଜେପି କର୍ମୀ ସେମାନଙ୍କ ଗାଁର ମାର୍କେଟକୁ ଅଟୋରେ ମାଇକ ଲଗାଇ ଆଗକୁ ବଢ଼ୁଛନ୍ତି। ବିଜେପି କର୍ମୀମାନେ ଏବେ ବିଜେପିରେ ମିଶିବାକୁ ଚାହୁଁଥିବା ମାଇକ ଯୋଗେ କହୁଛନ୍ତି। ପୂରା ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ଜଣେ ବିଜେପି କର୍ମୀ ଲୋକମାନଙ୍କୁ ମାଇକ ଯୋଗେ ସମ୍ବୋଧନ କରୁଛନ୍ତି।

ସେ କହିଛନ୍ତି ଯେ “ବିଜେପିରେ ମିଶିବା ଆମର ବଡ଼ ଭୁଲ ଥିଲା। ଆମେ ମିଛ କଥା କହି ସ୍ଥାନୀୟ ପଞ୍ଚାୟତର ଛବି ଖରାପ କରିଛୁ। ଆମେ ଏବେ ଟିଏମସି ସହ ମିଶି କାମ କରିବାକୁ ଚାହୁଁଛୁ। ଆମକୁ ସମସ୍ତେ କ୍ଷମା କରିଦିଅନ୍ତୁ।”


ଅନ୍ୟପକ୍ଷରେ ବିଜେପିର ଜିଲ୍ଲା ନେତୃବୃନ୍ଦ ଏପରି ଶୋଭାଯାତ୍ରା ପଛରେ ଟିଏମସି ଗୁଣ୍ଡାମାନଙ୍କ ହାତ ଥିବା କହିଛନ୍ତି। ଟିଏମସି ଗୁଣ୍ଡାମାନେ ସ୍ଥାନୀୟ କର୍ମୀମାନଙ୍କୁ ଭୟଭୀତ କରାଉଥିବାରୁ ସେମାନେ ଏପରି ପଦକ୍ଷେପ ନେଇଥିବା ଜଣେ ବିଜେପି ନେତା କହିଛନ୍ତି।

ବୀରଭୂମି ଜିଲ୍ଲା ବିଜେପି ସଭାପତି ଦ୍ରୁବ ସାହା କହିଛନ୍ତି, “ଏହା ଗଣତନ୍ତ୍ର ପାଇଁ ସବୁଠାରୁ ଲଜ୍ଜାର ବିଷୟ। ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନିଆଯାଉଛି। ଆମର ତୃଣମୂଳସ୍ତରର ନେତାମାନେ ଭୟରେ ରହୁଛନ୍ତି। ତେଣୁ ସେମାନଙ୍କୁ ଏପରି କରିବାକୁ ବାଧ୍ୟ କରାଯାଉଛି।”

Related story