ଅଡ଼ୁଆରେ ରାଜ୍ୟସଭା ସଦସ୍ୟ ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଆସିଲା ଏମିତି ନୋଟିସ

ନୂଆଦିଲ୍ଲୀ: ଅଡ଼ୁଆରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ରାଜ୍ୟ ସଭା ସଦସ୍ୟ ଜଷ୍ଟିସ୍ ରଞ୍ଜନ ଗୋଗୋଇ। ତାଙ୍କ ବିରୋଧରେ ସଂସଦରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣାଯାଇଛି । ଏନ୍‌ଡିଟିଭିକୁ ଦେଇଥିବା ସାକ୍ଷାତକାରର ଏକ ମନ୍ତବ୍ୟକୁ ନେଇ ଗୋଗୋଇଙ୍କ ବିରୋଧରେ ଏହି ନୋଟିସ ଆସିଛି।  ରାଜ୍ୟସଭାରେ ଉପସ୍ଥାନକୁ ନେଇ ଗୋଗୋଇ କହିଥିଲେ ଯେ, ମୁଁ ଯେତେବେଳେ ଅନୁଭବ କରେ ସେହି ସମୟରେ ସଦନକୁ ଯାଏ । ତେବେ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ମନ୍ତବ୍ୟ ରାଜ୍ୟ ସଭାର ମର୍ଯ୍ୟାଦା […]

ranjan-gogoi

Tapas Behera
  • Published: Monday, 13 December 2021
  • , Updated: 13 December 2021, 05:22 PM IST

ନୂଆଦିଲ୍ଲୀ: ଅଡ଼ୁଆରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ରାଜ୍ୟ ସଭା ସଦସ୍ୟ ଜଷ୍ଟିସ୍ ରଞ୍ଜନ ଗୋଗୋଇ। ତାଙ୍କ ବିରୋଧରେ ସଂସଦରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣାଯାଇଛି । ଏନ୍‌ଡିଟିଭିକୁ ଦେଇଥିବା ସାକ୍ଷାତକାରର ଏକ ମନ୍ତବ୍ୟକୁ ନେଇ ଗୋଗୋଇଙ୍କ ବିରୋଧରେ ଏହି ନୋଟିସ ଆସିଛି।  ରାଜ୍ୟସଭାରେ ଉପସ୍ଥାନକୁ ନେଇ ଗୋଗୋଇ କହିଥିଲେ ଯେ, ମୁଁ ଯେତେବେଳେ ଅନୁଭବ କରେ ସେହି ସମୟରେ ସଦନକୁ ଯାଏ । ତେବେ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ମନ୍ତବ୍ୟ ରାଜ୍ୟ ସଭାର ମର୍ଯ୍ୟାଦା ହାନି କରୁଛି। ସଦନର ଗାରିମାକୁ ନ୍ୟୁନ କରାଯାଥିବା ଅଭିଯୋଗ ଆଣି ତାଙ୍କ ବିରୋଧରେ ଟିଏମସି ପକ୍ଷରୁ ସ୍ୱାଧିକାର ନୋଟିସ ଉପସ୍ଥାନ କରାଯାଇଛି। ଏହି ନୋଟିସ୍‌ରେ ଅଭିଯୋଗର କାରଣ ଦର୍ଶାଯାଇଛି।

ସେଥିରେ ଗୋଗୋଇଙ୍କ ମନ୍ତବ୍ୟକୁ ଉଦ୍ଧୃତ କରି ଦର୍ଶାଯାଛି ଯେ, ତୁମେ ଗୋଟିଏ କିମ୍ବା ଦୁଇଟି ଅଧିବେଶନ କଥା ଆଲୋଚନା କର ନାହିଁ। କୋଭିଡ କାରଣରୁ ମୁଁ ଶୀତ ଅଧିବେଶନ ପୂର୍ବରୁ ସଦନରେ ଯୋଗ ଦେଇପାରିବ ନାହିଁ ବୋଲି ଚିଠି ଦାଖଲ କରିଥିଲି। ମୁଁ ସଦନକୁ ଯିବାକୁ ଅରାମଦାୟକ ଅନୁଭବ କରୁ ନାହିଁ।  ସୋସିଆଲ ଡିଷ୍ଟାସିଂ ନିୟମକୁ କଡ଼ା କଡ଼ି କରାଯାଇଛି।

ହେଲେ ସେଠାରେ କେହି ସଦସ୍ୟ ଏହି ନିୟମକୁ ମାନୁ ନାହାନ୍ତି ବୋଲି ଜଷ୍ଟିସ ଗୋଗୋଇ କହିଛନ୍ତି। ମୁଁ ଜଣେ ମନୋନିତ ସଦସ୍ୟ। ପାର୍ଟି ହୁଇପ୍ ଦ୍ୱାରା ମୁଁ ପରିଚାଳିତ ନୁହେଁ। ତେଣୁ ପାର୍ଟି ସଦସ୍ୟଙ୍କ ପାଇଁ ଯେତେବଳେ ହୁଇପ ଜାରି ହେବ ସେମାନେ ଉପସ୍ଥିତ ରହିବେ। ଏହା ମୋ ପାଇଁ ବାଧ୍ୟତା ମୂଳକ ନୁହେଁ। ମୁଁ ମୋ ପସନ୍ଦରେ ଯିବି ଏବଂ ଆସିବି।  ମୁଁ ଗୃହର ଜଣେ ସ୍ୱାଧିନ ସଦସ୍ୟ ବୋଲି ଜଷ୍ଟିସ୍ ଗୋଗୋଇ କହିଥିଲେ। ୨୦୨୦ ମାର୍ଚ୍ଚରୁ ରାଜ୍ୟସଭାରେ ତାଙ୍କ ଉପସ୍ଥାନ ୧୦ ପ୍ରତିଶତରୁ କମ୍ ରହିଛି। ଯାହା ସଂସଦୀୟ ରେକର୍ଡ଼ରୁ ଜଣାପଡ଼ିଛି।

Related story