ମିଡିଆ ଟ୍ରାଏଲ ବିପଜନ୍ନକ, ସୋଶାଲ ମିଡିଆ ଉପରେ ଅଙ୍କୁଶ ଲାଗିବା ଦରକାର: ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନକୁ ନେଇ କଡ଼ା ଭର୍ତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା ସୋଶାଲ ମିଡିଆର ଅପବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଜଷ୍ଟିସ ପର୍ଦ୍ଦିୱାଲା କହିଛନ୍ତି ଯେ, ସୋଶାଲ ମିଡିଆ ଉପରେ କଡ଼ା ଅଙ୍କୁଶ ଲାଗିବା ଦରକାର।  ସେହିପରି ମିଡିଆ ଟ୍ରାଏଲ ‘ରୁଲ ଅଫ ଲ’ ଗି  ସ୍ୱାସ୍ତ୍ୟକାର ନୁହଁ।  ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପର୍ଦ୍ଦିୱାଲା କହିଛନ୍ତି ଯେ, ସୋଶାଲ ମଡିଆର ବହୁଳ […]

suprem

Tapas Behera
  • Published: Sunday, 03 July 2022
  • , Updated: 03 July 2022, 06:44 PM IST

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନକୁ ନେଇ କଡ଼ା ଭର୍ତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା ସୋଶାଲ ମିଡିଆର ଅପବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଜଷ୍ଟିସ ପର୍ଦ୍ଦିୱାଲା କହିଛନ୍ତି ଯେ, ସୋଶାଲ ମିଡିଆ ଉପରେ କଡ଼ା ଅଙ୍କୁଶ ଲାଗିବା ଦରକାର।  ସେହିପରି ମିଡିଆ ଟ୍ରାଏଲ ‘ରୁଲ ଅଫ ଲ’ ଗି  ସ୍ୱାସ୍ତ୍ୟକାର ନୁହଁ।  ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପର୍ଦ୍ଦିୱାଲା କହିଛନ୍ତି ଯେ, ସୋଶାଲ ମଡିଆର ବହୁଳ ବ୍ୟବହାର ହେଥିବା ବେଳେ ଏଥିରେ ଅର୍ଦ୍ଧସତ୍ୟ ଏବଂ  ଅର୍ଦ୍ଧ ତଥ୍ୟ ପ୍ରସାରଣ ହେଉଛି। ଏହାଦ୍ୱାରା ରୁଲ ଅଫ ଲ, ବରିଚାର ପ୍ରକ୍ରିୟା ଏବଂ ପ୍ରମାଣ ପ୍ରଭାବିତ ହେଉଥିବା ସେ କହିଛନ୍ତି । ସୋଶାଲ ମଡିଆରେ ବିଭ୍ରାନ୍ତିକର ତଥ୍ୟ ପାଇଁ କୋର୍ଟରେ ଚାଲିଥିବା ଟ୍ରାଏଲ ପ୍ରଭାବିତ ହେଉଛି। ଡିଜିଟାଲ ମିଡିଆରେ ହେଉଥିବା ଟ୍ରାଏଲ ବିଚାର ପ୍ରକ୍ରିୟାରେ ଏକ ଅଜଥା ହସ୍ତକ୍ଷେପ ସଦୃଶ ବୋଲି ପର୍ଦ୍ଦିୱାଲା କହିଛନ୍ତି । ଅର୍ଦ୍ଧ ସତ୍ୟ ଓ ଅର୍ଦ୍ଧ ତଥ୍ୟକୁ ନେଇ ହେଉଥିବା ତର୍କ  ବିତର୍କ ଗଣତନ୍ତ୍ର ପାଇଁ ବିପଦ ବୋଲି ସେ କହିଛନ୍ତି ।

ସେହିପରି ଗଠନମୂଳକ ସମାଲୋଚନା ସମ୍ବିଧାନ ସ୍ୱୀକୃତ ଅଦାଲତ ଦ୍ୱରା ଗହଣୀୟ ହୋଇଥାଏ। । କିନ୍ତୁ ବ୍ୟକ୍ତିଗତ ସମାଲୋଚନାକୁ ସହ୍ୟ କରାଯାଇ ପାରେନା । ବିଚାରପତିମାନଙ୍କ ବିରୋଧରେ ସୋଶାଲ ମିଡିଆରେ ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଉଛି।  ବିଚାରପତିମାନଙ୍କର କୌଣସି ବିଚାରକୁ ଗଠନମୂଳକ ଭାବେ ତର୍ଜମା ନକରି ଶସ୍ଥା ଭାବେ ସମାଲୋଚନା କରାଯାଉଥିବା ସେ କହିଛନ୍ତି। ଏହା ଦ୍ୱାରା ବିଚାରବିଭାଗୀୟ ଅନୁଷ୍ଠାନ ଗୁଡ଼ିକ ଗୁରୁତର ପ୍ରଭାବିତ ହେଉଥିବା ସେ କହିଛନ୍ତି।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ଗତଶୁକ୍ରବାର ଦିନ  ନୂପୁର ଶର୍ମାଙ୍କ ଉପରେ ପ୍ରବଳ ବର୍ଷିଥିଲେ । ସୁପ୍ରିମକୋର୍ଟ କହିଛନ୍ତି, ନୂପୁର ଏବଂ ତାଙ୍କ ବୟାନ ସମଗ୍ର ଦେଶରେ ନିଆଁ ଲଗାଇଦେଇଛି। ନୂପୁର ଟିଭିରେ ଦେଇଥିବା ଦାୟିତ୍ବହୀନ ଟିପ୍ପଣୀ ପାଇଁ ସମଗ୍ର ଦେଶରେ ଉତ୍ତେଜନା ଲାଗିରହିଛି ଏବଂ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ଉପୁଜିଛି। ଦେଶରେ ଯେଉଁ ସ୍ଥିତି ଲାଗି ରହିଛି ସେଥିପାଇଁ କେବଳ ନୂପୁର ହିଁ ଦାୟୀ। ଯେଉଁଭଳି ଭା‌ବେ ସେ ଉତ୍ତେଜନା ସୃଷ୍ଟି କରିଛନ୍ତି, ସେଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି ସୁପ୍ରିମକୋର୍ଟ କହିଥିଲେ।

Related story