Advertisment

ବିଜେପିରେ ସାମିଲ ହେଲେ କଙ୍ଗନା ରାଣାଓ୍ୱତଙ୍କ ମା’

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାଣାଓ୍ୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଏବେ ଉତ୍କଟ ହୋଇଛି। ବିଏମସି ମଣିକର୍ଣ୍ଣିକା ଫିଲ୍ମସ୍ ଅଫିସ୍ ଭାଙ୍ଗିବାକୁ ନେଇ କଙ୍ଗନା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡ଼ା ଭାଷାରେ ସମାଲୋଚନା କରୁଥିବାଳେ ସରକାରର ମେଣ୍ଟ ସହଯୋଗୀ କଂଗ୍ରେସର ଅଧ୍ୟକ୍ଷା ସୋନିଆଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ଏହା ମଧ୍ୟରେ ଏକ ଘଟଣା କ୍ରମରେ କଙ୍ଗନାଙ୍କ ମା ଆଶା ରାଓ୍ୱତ୍ କଂଗ୍ରେସ ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ଗୁରୁବାର ସେ ବିଜେପିରେ […]

ବିଜେପିରେ ସାମିଲ ହେଲେ କଙ୍ଗନା ରାଣାଓ୍ୱତଙ୍କ ମା’

kangana

Advertisment

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାଣାଓ୍ୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଏବେ ଉତ୍କଟ ହୋଇଛି। ବିଏମସି ମଣିକର୍ଣ୍ଣିକା ଫିଲ୍ମସ୍ ଅଫିସ୍ ଭାଙ୍ଗିବାକୁ ନେଇ କଙ୍ଗନା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡ଼ା ଭାଷାରେ ସମାଲୋଚନା କରୁଥିବାଳେ ସରକାରର ମେଣ୍ଟ ସହଯୋଗୀ କଂଗ୍ରେସର ଅଧ୍ୟକ୍ଷା ସୋନିଆଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ଏହା ମଧ୍ୟରେ ଏକ ଘଟଣା କ୍ରମରେ କଙ୍ଗନାଙ୍କ ମା ଆଶା ରାଓ୍ୱତ୍ କଂଗ୍ରେସ ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି।

Advertisment

ଗୁରୁବାର ସେ ବିଜେପିରେ ସାମିଲ ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଏହା ପୂର୍ବରୁ କଙ୍ଗନାଙ୍କୁ ଓ୍ୱାଇ ପ୍ଲସ୍ ସୁରକ୍ଷା ଦିଆଯାଇଥିବାରୁ ମା ଆଶା ରାଓ୍ୱତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁକ୍ତ କଣ୍ଠରେ ପ୍ରଶଂସା କରିଥିଲେ। ବିଜେପିରେ ସାମିଲ ହେବା ପରେ ଆଶା କହିଛନ୍ତି ତାଙ୍କ ପରିବାର ପୂର୍ବରୁ କଂଗ୍ରେସ ଆଦର୍ଶରେ ଅନୁପ୍ରାଣିତ ଥିଲେ। ତେବେ ମହାରାଷ୍ଟ୍ର ସରକାରଙ୍କ ପ୍ରତିଶୋଧପରାୟଣ ମନୋଭାବକୁ ମେଣ୍ଟ ସହଯୋଗୀ ଭାବେ କଂଗ୍ରେସ ନିରବରେ ସହି ଯିବା ତାଙ୍କୁ ବ୍ୟଥିତ କରିଛି। ଏହାର ପ୍ରତିବାଦରେ ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି।

ସୂଚନାଯୋଗ୍ୟ, କଙ୍ଗନାଙ୍କ ଅଫିସକୁ ବିଏମସି ଭାଙ୍ଗିବାକୁ ନେଇ ଅନ୍ୟତମ ସହଯୋଗୀ ଏନସିପିର ମୁଖ୍ୟ ଶରଦ ପାଓ୍ନାର ନାପସନ୍ଦ କରିଥିଲେ। ରାଜ୍ୟପାଳ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି କେନ୍ଦ୍ରକୁ ରିପୋର୍ଟ ଦେବା ପାଇଁ ଚିନ୍ତା କରୁଥିବା କୁହାଯାଉଛି।

Advertisment
Bjp Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe