କରୋନା ଆକ୍ରାନ୍ତ କାନିମୋଝି ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଲେ

ଚେନ୍ନାଇ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ଭୋଟ ଦେବାକୁ ଭୁଲି ନାହାନ୍ତି ଡିଏମକେ ସାଂସଦ କାନିମୋଝି। ଆଜି ତାମିଲନାଡୁରେ ୨୩୪ଟି ଆସନ ପାଇଁ ମତଦାନ ଶେଷ ହୋଇଛି। କରୋନା ଆକ୍ରାନ୍ତ ସତ୍ତ୍ୱେ କାନିମୋଝି ପିପିଇ କିଟ୍‌ ପିନ୍ଧି ଚେନ୍ନାଇର ମୟଲପୋରେ ସ୍ଥିତ ମତଦାନ କେନ୍ଦ୍ରକୁ ଆସିଥିଲେ। ଏହାପରେ ସେ ନିଜର ମତାଧିକାର ସାବ୍ୟସ୍ତ କରି ଗଣମାଧ୍ୟମକୁ ଫଟୋ ପୋଜ ଦେଇଥିଲେ। ଡିଏମକେର ପ୍ରତିଷ୍ଠାତା ଏମ କରୁଣାନିଧିଙ୍କ ଝିଅ କାନିମୋଝି […]

Kanimozhi

Hemant Lenka
  • Published: Tuesday, 06 April 2021
  • , Updated: 06 April 2021, 10:03 PM IST

ଚେନ୍ନାଇ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ଭୋଟ ଦେବାକୁ ଭୁଲି ନାହାନ୍ତି ଡିଏମକେ ସାଂସଦ କାନିମୋଝି। ଆଜି ତାମିଲନାଡୁରେ ୨୩୪ଟି ଆସନ ପାଇଁ ମତଦାନ ଶେଷ ହୋଇଛି। କରୋନା ଆକ୍ରାନ୍ତ ସତ୍ତ୍ୱେ କାନିମୋଝି ପିପିଇ କିଟ୍‌ ପିନ୍ଧି ଚେନ୍ନାଇର ମୟଲପୋରେ ସ୍ଥିତ ମତଦାନ କେନ୍ଦ୍ରକୁ ଆସିଥିଲେ। ଏହାପରେ ସେ ନିଜର ମତାଧିକାର ସାବ୍ୟସ୍ତ କରି ଗଣମାଧ୍ୟମକୁ ଫଟୋ ପୋଜ ଦେଇଥିଲେ।

ଡିଏମକେର ପ୍ରତିଷ୍ଠାତା ଏମ କରୁଣାନିଧିଙ୍କ ଝିଅ କାନିମୋଝି କରୋନାରେ ଆକ୍ରାନ୍ତ ହେବା ପରେ ଚେନ୍ନାଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଭୋଟ ଥିବାରୁ ସେ ଆମ୍ବୁଲାନ୍ସ ଯୋଗେ ମତଦାନ କେନ୍ଦ୍ରକୁ ଆସିଥିଲେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ସନ୍ଧ୍ୟା ୬ଟାରୁ ୭ଟା ଯାଏ କରୋନା ଆକ୍ରାନ୍ତଙ୍କ ଭୋଟ ଦାନର ବ୍ୟବସ୍ଥା ସମସ୍ତ ମତଦାନ କେନ୍ଦ୍ରରେ କରାଯାଇଥିଲା।

ଏହି ସମୟ ମଧ୍ୟରେ କାନିମୋଝି ନିଜର ଭୋଟ ଦେଇଛନ୍ତି। ଆମ୍ବୁଲାନ୍ସରେ ଥିବା କାନିମୋଝିଙ୍କ ସମସ୍ତ ଷ୍ଟାଫ, ପୁଲିଂ ବୁଥ କର୍ମଚାରୀ ଓ ତାଙ୍କ ପାଖକୁ ଯାଉଥିବା ମିଡିଆ ପ୍ରତିନିଧିମାନେ ମଧ୍ୟ ପିପିଇ କିଟ୍‌ ପିନ୍ଧିଥିଲେ। ଭୋଟ ଦେବା ପରେ ସେ ମିଡିଆକୁ ବିଜୟ ସଙ୍କେତରେ ଫଟୋ ପୋଜ୍‌ ଦେଇଥିଲେ।


ତାମିଲନାଡୁର ସମସ୍ତ ୨୩୪ଟି ଆସନ ପାଇଁ ଆଜି ମତଦାନ ଶେଷ ହୋଇଛି। ଶାସକ ଏଆଇଏଡିଏମକେ ୧୯୧ଟି ଆସନରେ ଲଢ଼େଇ କରୁଥିବା ବେଳେ ଦଳର ସହ ମେଣ୍ଟ କରିଥିବା ପିଏମକେ ୨୩ ଓ ବିଜେପି ୨୦ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ଡିଏମକେ ୧୮୮, କଂଗ୍ରେସ ୨୫ ଓ ମେଣ୍ଟରେ ଥିବା ଅନ୍ୟ ଦଳ ବାକି ଆସନରେ ଲଢ଼େଇ କରୁଛନ୍ତି। କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ କାନିମୋଝି ଡିଏମକେ ପାଇଁ ଜୋରଦାର ପ୍ରଚାର ମଧ୍ୟ କରିଥିଲେ।

Related story