ଭୋଟ୍‌ ଦେବା ବେଳର ଫଟୋ ଶେଆର କରି ଫସିଗଲେ ମେୟର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ପାଇଁ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ୧୬ ଜିଲ୍ଲାରେ ୫୯ ସିଟ୍‌ ପାଇଁ ଭୋଟିଂ ଚାଲିଛି। ଭୋଟର୍‌ଙ୍କ ମଧ୍ୟରେ ଭୋଟିଂକୁ ନେଇ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ଏହାରି ଭିତରେ ନେତାମାନେ ନିର୍ବାଚନ କମିଶନରଙ୍କ ଗାଇଡଲାଇନ୍‌କୁ ଫୁ’ କରି ଉଡାଇ ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। କାନପୁରର ଜଣେ ମେୟର ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି। ଭୋଟ୍‌ ଦେବା ବେଳେ ସେ ଫଟୋ ଉଠାଇଛନ୍ତି। କେବଳ ସେତିକି […]

kanpur-mayor

Madhupriya Mistry
  • Published: Sunday, 20 February 2022
  • , Updated: 20 February 2022, 12:15 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ପାଇଁ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ୧୬ ଜିଲ୍ଲାରେ ୫୯ ସିଟ୍‌ ପାଇଁ ଭୋଟିଂ ଚାଲିଛି। ଭୋଟର୍‌ଙ୍କ ମଧ୍ୟରେ ଭୋଟିଂକୁ ନେଇ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ଏହାରି ଭିତରେ ନେତାମାନେ ନିର୍ବାଚନ କମିଶନରଙ୍କ ଗାଇଡଲାଇନ୍‌କୁ ଫୁ' କରି ଉଡାଇ ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।

କାନପୁରର ଜଣେ ମେୟର ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି। ଭୋଟ୍‌ ଦେବା ବେଳେ ସେ ଫଟୋ ଉଠାଇଛନ୍ତି। କେବଳ ସେତିକି ନୁହେଁ ଫଟୋ ଉଠାଇ ସୋଶାଲ ମିଡିଆରେ ମଧ୍ୟ ଶେଆର କରିଛନ୍ତି କାନପୁରର ମେୟର ପ୍ରମିଳା ପାଣ୍ଡେ। ଯାହାର ଫଟୋ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ମତଦାନ କେନ୍ଦ୍ରର ଗୋପନିୟତା ଭଙ୍ଗ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

ସୂଚନା ମୁତାବକ, ମେୟର ପ୍ରମିଲା ପାଣ୍ଡେ ଆଜି କାନପୁର ସହରର ହଡସନ ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଯାଇଥିଲେ। ଏହି ସମୟରେ, ସେ ଇଭିଏମ୍‌ରେ ଭୋଟ୍ ଦେବାବେଳେ ନିଜର ଫଟୋ ଶେଆର କରିଥିଲେ। ନିର୍ବାଚନ ଆୟୋଗର ନିୟମକୁ ଖଣ୍ଡନ କରି ସେ କେଉଁ ଦଳକୁ ଭୋଟ୍ ଦେଉଛନ୍ତି ତାହା ମଧ୍ୟ ଶେଆର କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ଆୟୋଗର ଏକ ସ୍ପଷ୍ଟ ଗାଇଡଲାଇନ ଅନୁଯାୟୀ ଭୋଟ୍ ସମୟରେ ଇଭିଏମ୍ର ଫଟୋ ଉଠାଇବା ବାରଣ। କିନ୍ତୁ ମେୟର ପ୍ରମିଲା ପାଣ୍ଡେ ଏହାକୁ ସମ୍ପୂର୍ଣ୍ଣରୂପେ ଅଣଦେଖା କରି କେବଳ ଫଟୋ କ୍ଲିକ୍ କରିନାହାଁନ୍ତି ବରଂ ଏହାକୁ ସୋଶାଲ ମିଡିଆରେ ଶେଆର ମଧ୍ୟ କରିଛନ୍ତି। ଏହାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସେପଟେ ମେୟର ପ୍ରମିଳା ସଫେଇ ଦେଇ କହିଛନ୍ତି, ମୁଁ ଏ ସବୁ କିଛି ଜାଣିନି। ତାଙ୍କ ଫଟୋ କିଏ ଉଠାଇଲା ସେ ଜାଣିନ୍ତି। ବୁଥ ଭିତରକୁ ମୋବାଇଲ ନେବାକୁ କିଏ ଅନୁମତି ଦେଲା। ଏନେଇ ମୁଁ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିବି ବୋଲି କହିଛନ୍ତି।

ଅନ୍ୟପଟେ ଭାଜୟୁମୋର ପୂର୍ବତନ ନଗର ଅଧ୍ୟକ୍ଷ ନବାବ ସିଂହ ବୁଥ ଭିତରକୁ ମୋବାଇଲ ନେଇ ଯାଇଥିଲେ। ସେ ଇଭିଏମରେ ଭୋଟ୍ ଦେବାବେଳେ ଏକ ଭିଡିଓ ମଧ୍ୟ କରିଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Related story