ଜୁନ୍‌ ୨୧ ଯାଏ ବଢ଼ିଲା ଲକଡାଉନ, କିଛି ସ୍ଥାନରେ କୋହଳ ହେଲା କଟକଣା

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣ କମୁ ଥିବା ବେଳେ ଏଯାଏ ବିପଦ ଟଳିନି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକା ସରକାର ଜୁନ୍‌ ୨୧ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ତେବେ ଯେଉଁ ସବୁ ଜିଲ୍ଲାରେ ପଜିଟିଭିଟି ରେଟ୍‌ ୧୫% ତଳକୁ ଥିବ ସେଠାରେ ଲକଡାଉନରେ କିଛିଟା କୋହଳ କରାଯିବ। ପୂର୍ବରୁ ଜାରି ହୋଇଥିବା ଲକଡାଉନ ଅବଧି ଜୁନ୍‌ ୧୪ରେ ଶେଷ ହେବାର ଥିଲା। ଏହା ପୂର୍ବରୁ ହିଁ ସରକାର କଟକଣା ଅବଧିକୁ ବୃଦ୍ଧି କରିଛନ୍ତି। ଏହି […]

LockDown

Hemant Lenka
  • Published: Thursday, 10 June 2021
  • , Updated: 10 June 2021, 10:36 PM IST

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣ କମୁ ଥିବା ବେଳେ ଏଯାଏ ବିପଦ ଟଳିନି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକା ସରକାର ଜୁନ୍‌ ୨୧ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ତେବେ ଯେଉଁ ସବୁ ଜିଲ୍ଲାରେ ପଜିଟିଭିଟି ରେଟ୍‌ ୧୫% ତଳକୁ ଥିବ ସେଠାରେ ଲକଡାଉନରେ କିଛିଟା କୋହଳ କରାଯିବ। ପୂର୍ବରୁ ଜାରି ହୋଇଥିବା ଲକଡାଉନ ଅବଧି ଜୁନ୍‌ ୧୪ରେ ଶେଷ ହେବାର ଥିଲା। ଏହା ପୂର୍ବରୁ ହିଁ ସରକାର କଟକଣା ଅବଧିକୁ ବୃଦ୍ଧି କରିଛନ୍ତି।

ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ ଅର୍ବାନ ରହିଛି। ଏଠାରେ ଲକଡାଉନ କୋହଳ ହେବ। ତେବେ ରାଜ୍ୟର ୧୧ଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ସେଠାରେ ଲକଡାଉନ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ।

ରାଜ୍ୟର କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ବୈଠକ କରିଥିଲେ। ଏଥିରେ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନେ ଯୋଗଦେଇଥିଲେ। ସର୍ବସମ୍ମତିକ୍ରମେ ଜୁନ୍‌ ୨୧ ଯାଏ ଲକଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି।

ଯେଉଁ ସବୁ ଜିଲ୍ଲାରେ ପଜିଟିଭିଟି ରେଟ୍‌ ୧୫% ତଳକୁ ରହିଛି, ସେଠାରେ ୫୦% କର୍ମଚାରୀଙ୍କୁ ନେଇ ଫ୍ୟାକ୍ଟ୍ରୀ ଖୋଲିପାରିବ। ଗାରମେଣ୍ଟ ଇଣ୍ଡଷ୍ଟ୍ରୀଗୁଡ଼ିକୁ ୩୦% କର୍ମଚାରୀରେ ଖୋଲିବାକୁ କୁହାଯାଇଛି। ସରକାର ନିର୍ମାଣ କାମ ଆଗକୁ ବଢ଼ାଇବାକୁ ଅନୁମତି ଦେଇଛନ୍ତି।

ଏହି ସବୁ ଜିଲ୍ଲାରେ ଜରୁରୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡ଼ିକ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବ। ପାର୍କ ଗୁଡ଼ିକ ସକାଳ ୫ଟାରୁ ଦିନ ୧୦ଟା ଯାଏ ଚାଲି ପାରିବ। ଲକଡାଉନ କୋହଳ ହୋଇଥିଲେ ହେଁ ସବୁ ଜିଲ୍ଲାରେ ପୂର୍ବଭଳି ସନ୍ଧ୍ୟା ୭ଟାରୁ ୫ଟା ଯାଏ ନାଇଟ କର୍ଫ୍ୟୁ ଓ ଶୁକ୍ରବାର ସନ୍ଧ୍ୟା ୭ଟାରୁ ସୋମବାର ୫ଟା ଯାଏ ସପ୍ତାହାନ୍ତ ଶଟଡାଉନ ଲାଗୁ କରାଯିବ। ଏହାବାଦ ଆଉ ସବୁ କଟକଣା ପୂର୍ବଭଳି ବଳବତ୍ତର ରହିବ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ କର୍ଣ୍ଣାଟକାରେ ଆଉ ୧୧,୦୪୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୧୯୪ ଜଣ ପ୍ରାଣ ହରାଇଛନ୍ତି। କେବଳ ବେଙ୍ଗାଲୁରୁ ଅର୍ବାନରେ ୨,୧୯୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Related story