କଶ୍ମୀର ପଣ୍ଡିତଙ୍କୁ ଗୁଳି କଲେ ଆତଙ୍କବାଦୀ

ଜମ୍ମୁ: ସୋମବାର ସନ୍ଦ୍ୟାରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରିଛନ୍ତି  ଆତଙ୍କବାଦୀ।  ଦକ୍ଷିଣ କଶ୍ମୀର ସୋଫିଆ ଜିଲ୍ଲାରେ ଛୋଟୋଗାମ ଅଞ୍ଚଳରେ ଏହି ଅଭାବନୀ ଘଟଣା ଘଟିଛି। ସେ ହେଲେ ସୁନୋ କୁମାର ବାଲଜୀ। ତାଙ୍କୁ ଗୁରୁତର ଅବସ୍ଥାରେ  ଶ୍ରୀ ନଗରରେ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିରେ ୭ ଜଣ ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ସିଆରପିଏଫ ଯବାନ ଥିବା ବେଳେ ୪ ଜଣ ଶ୍ରମିକ […]

terror

Tapas Behera
  • Published: Monday, 04 April 2022
  • , Updated: 04 April 2022, 09:03 PM IST

ଜମ୍ମୁ: ସୋମବାର ସନ୍ଦ୍ୟାରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରିଛନ୍ତି  ଆତଙ୍କବାଦୀ।  ଦକ୍ଷିଣ କଶ୍ମୀର ସୋଫିଆ ଜିଲ୍ଲାରେ ଛୋଟୋଗାମ ଅଞ୍ଚଳରେ ଏହି ଅଭାବନୀ ଘଟଣା ଘଟିଛି। ସେ ହେଲେ ସୁନୋ କୁମାର ବାଲଜୀ। ତାଙ୍କୁ ଗୁରୁତର ଅବସ୍ଥାରେ  ଶ୍ରୀ ନଗରରେ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିରେ ୭ ଜଣ ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ସିଆରପିଏଫ ଯବାନ ଥିବା ବେଳେ ୪ ଜଣ ଶ୍ରମିକ ଅଛନ୍ତି।  ଦୁଇ  ଶ୍ରମିକଙ୍କୁ ପୁଲୱାମା ଗୁଳି କରାଯାଇଛି।

ଉଭୟେ ଗୁରୁତର ହୋଇଛନ୍ତି। ଆହତ ଦୁଇ ଜଣ ଶ୍ରମିକ ହେଲେ ପଟଲେଶ୍ୱର କୋକାରମ ଏବଂ ଜାକୋ ଚୌଧୁରୀ। ଭୟଙ୍କ ଘର ବିହାରରେ । ସେମାନେ ପୁଲୱାମାରେ ଶ୍ରମିକ ଭାବେ କାମ କରୁଥିଲେ। ସେହିପରି ଆତଙ୍କବାଦୀଙ୍କ  ଗୁଳିରେ ଜଣେ ସି୍ରଆରପିଏଫ ଯବାନ ସହିଦ ହୋଇଛନ୍ତି।

ତେବେ ଗତକାଲି ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରୁ ୪ ଜଣ ଲସ୍କର-ଏ-ତୋଏବା ସହଯୋଗୀଙ୍କୁ ଗିରଫ କରିଥିଲେ। ବାନ୍ଦିପୋରା ପୁଲିସ ଦୁଇଟି ଆତଙ୍କବାଦୀ ଆଡ୍ଡାର ପର୍ଦ୍ଦାଫାଶ କରି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଚାରି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିଲା। ପୁଲିସ କହିଥିଲା ଯେ ଅଭିଯୁକ୍ତମାନେ ଜିଲ୍ଲାରେ ଆତଙ୍କବାଦୀଙ୍କ ପାଇଁ ଲଜିଷ୍ଟିକ୍‌ ଏବଂ ପରିବହନ ସମନ୍ଵୟ ରକ୍ଷା କରୁଥିଲେ।

Related story