ପୁଣି ଜଣେ କଶ୍ମୀର ପଣ୍ଡିତଙ୍କ ମୁଣ୍ଡ ଗଡ଼ିଲା

ବୁଡ଼ଗାମ: ପୁଣି ଜଣେ କଶ୍ମୀର ପଣ୍ଡିତଙ୍କ ମୁଣ୍ଡ ଗଡ଼ିଲା। ଜମ୍ମୁ-କଶ୍ମୀର ବୁଡ଼ଗାମ ଜିଲ୍ଲାରେ ଆଜି  ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଛି।  ମୃତକ ହେଲେ ରାହୁଲ ଭଟ୍ଟ। ଚଦୋରା ଗ୍ରାମରେ  ତହସିଲ ଅଫିସ ଭିତରେ ରାହୁଲଙ୍କୁ ଗୁଳି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ରାହୁଲ ତହିସଲ ଅଫିସର ଜଣେ କର୍ମଚାରୀ ଥିଲେ। ଗତ ୮ ମାସ ହେଲା ଏଠିକାର ପ୍ରବାସୀ ଓ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଆସୁଛନ୍ତି […]

pandit

Tapas Behera
  • Published: Thursday, 12 May 2022
  • , Updated: 12 May 2022, 06:03 PM IST

ବୁଡ଼ଗାମ: ପୁଣି ଜଣେ କଶ୍ମୀର ପଣ୍ଡିତଙ୍କ ମୁଣ୍ଡ ଗଡ଼ିଲା। ଜମ୍ମୁ-କଶ୍ମୀର ବୁଡ଼ଗାମ ଜିଲ୍ଲାରେ ଆଜି  ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଛି।  ମୃତକ ହେଲେ ରାହୁଲ ଭଟ୍ଟ। ଚଦୋରା ଗ୍ରାମରେ  ତହସିଲ ଅଫିସ ଭିତରେ ରାହୁଲଙ୍କୁ ଗୁଳି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ରାହୁଲ ତହିସଲ ଅଫିସର ଜଣେ କର୍ମଚାରୀ ଥିଲେ।

ଗତ ୮ ମାସ ହେଲା ଏଠିକାର ପ୍ରବାସୀ ଓ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଆସୁଛନ୍ତି ଆତଙ୍କବାଦୀ। ଏହି ୮ ମାସ ମଧ୍ୟରେ ଅନେକ ପ୍ରବାସୀ ଓ କଶ୍ମୀର ପଣ୍ଡିତମାନଙ୍କର ଜୀବନ ଗଲାଣି।  ଗତ ଅକ୍ଟୋବର ମାସରୁ ଆତଙ୍କବାଦୀମାନେ ରକ୍ତପାତ ଜାରି ରଖିଛନ୍ତି।  ବିଷେଶ କରି ସେମାନେ ପ୍ରବାସୀ ଓ ହିନ୍ଦୁ ପଣ୍ଡିତମାନଙ୍କୁ ନିଶାନା କରି ଗୁଳି ମାଡ଼ କରୁଛନ୍ତି। ଏହି କିଛି ମାସ ହେବ ଆତଙ୍କବାଦୀଙ୍କ ଆକ୍ରମଣରେ ଥରହର ହୋଇଛି ଜମ୍ମୁ-କଶ୍ମୀର। ବିଶେଷ କରି଼ କାମ ସନ୍ଧାନରେ ବାହାରୁ ଆସୁଥିବା ପ୍ରବାସୀ ଏବଂ ଏଠିକାର ସଂଖ୍ୟା ଲଘୁମାନେ ଆତଙ୍କବାଦୀଙ୍କ ଆକ୍ରମଣରେ ଶିକାର ହେଉଛନ୍ତି।

ଗତ ଅକ୍ଟୋବର ମାସରେ ୫ ଦିନ ମଧ୍ୟରେ ୭ ଜଣ ସାଧାରଣ ଲୋକେ ଆତଙ୍କବାଦୀଙ୍କ ହମଲାରେ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ କଶ୍ମୀର ପଣ୍ଡିତ, ଜଣେ ଶିଖ ଏବଂ ୨ ଜଣ ଅଣସ୍ଥାନୀବାସୀ ଅଛନ୍ତି। ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ବିଚ୍ଛିନ୍ନତାବାଦୀଙ୍କ ସମର୍ଥକଙ୍କ ପ୍ରତିହତ ଜାରି ରହିଛି। ଜମ୍ମୁ-କଶ୍ମୀରରେ ପ୍ରାୟ  ୧୬୮ ଜଣ ଆତଙ୍କବାଦୀ ସକ୍ରିୟ ଥିବା ବେଳେ ଚଳିତ ବର୍ଷ ସେମାନଙ୍କ ମଧ୍ୟରୁ ୭୫ ଜଣ ନିହତ ହୋଇଛନ୍ତି।

Related story