‘ମେକ୍‌ ଇଣ୍ଡିଆ ନଂ ୧ ମିଶନ’ରେ ଯୋଡ଼ି ହେବାକୁ ଜାରି ହେଲା ନମ୍ବର

ନୂଆଦିଲ୍ଲୀ: ଭାରତକୁ ସାରା ବିଶ୍ୱରେ ନମ୍ବର ୱାନ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମେକ୍‌ ଇଣ୍ଡିଆ ନଂ ୧ ନାମକ କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ସେ ସମସ୍ତ ୧୩୦ କୋଟି ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି। ସମସ୍ତେ ମିଶିଲା ପରେ ହିଁ ଭାରତ ଆଗକୁ ଯିବ ବୋଲି ସେ କହିଛନ୍ତି। ଏଥିସହ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଜି ମିସଡ୍‌ କଲ ଅଭିଯାନ ଆରମ୍ଭ କରିଛନ୍ତି। 9510001000କୁ ମିସଡ୍‌ […]

Kejriwal

  • Published: Friday, 19 August 2022
  • , Updated: 19 August 2022, 06:07 PM IST

ନୂଆଦିଲ୍ଲୀ: ଭାରତକୁ ସାରା ବିଶ୍ୱରେ ନମ୍ବର ୱାନ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମେକ୍‌ ଇଣ୍ଡିଆ ନଂ ୧ ନାମକ କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ସେ ସମସ୍ତ ୧୩୦ କୋଟି ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି। ସମସ୍ତେ ମିଶିଲା ପରେ ହିଁ ଭାରତ ଆଗକୁ ଯିବ ବୋଲି ସେ କହିଛନ୍ତି।

ଏଥିସହ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଜି ମିସଡ୍‌ କଲ ଅଭିଯାନ ଆରମ୍ଭ କରିଛନ୍ତି। 9510001000କୁ ମିସଡ୍‌ କଲ ଦେଇ ଜଣେ ଭାରତୀୟ ଏହି ମିଶନରେ ସାମିଲ ହୋଇପାରିବେ ବୋଲି ଆଜି କେଜ୍ରିୱାଲ କହିଛନ୍ତି। ଏଥିସହ ଏହି ଅଭିଯାନ ବେଳେ ଅନେକ ପ୍ରକାରର ଘାତ ପ୍ରତିଘାତ ଆସିବ ବୋଲି ସେ ଆଗୁଆ ସମସ୍ତଙ୍କୁ ସତର୍କ କରାଇଛନ୍ତି।

ଏହି ମିସଡ କଲ୍‌ ଅଭିଯାନର ଆରମ୍ଭ କରି କେଜ୍ରିୱାଲ କହିଛନ୍ତି, “ଆଜି ମୁଁ ଗୋଟିଏ ନମ୍ବର ଜାରି କରୁଛି। ଲୋକମାନେ 9510001000କୁ ମିସଡକଲ ଦେଇ ମେକ ଇନ ଇଣ୍ଡିଆ ନଂ୧  ଅଭିଯାନରେ ସାମିଲ ହୋଇପାରିବେ। ଯେଉଁମାନେ ଭାରତକୁ ନମ୍ବର ୧ନଂ ଓ ଶକ୍ତିଶାଳୀ ଦେଶ ଭାବେ ଦେଖିବାକୁ ଚାହୁଁଛନ୍ତି, ସେମାନେ ଏହି ଅଭିଯାନରେ ସାମିଲ ହୁଅନ୍ତୁ।”

ଆଜି ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘରେ ରେଡ୍‌ କରୁଥିବା ବେଳେ କେଜ୍ରିୱାଲ ଏପରି ଏକ ନମ୍ବର ଜାରି କରିଛନ୍ତି। ଏଥିସହ ରେଡ୍‌ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିନକୁ ପୂର୍ବରୁ ଦିଲ୍ଲୀର ଶିକ୍ଷା ମଡେଲକୁ ନ୍ୟୁୟର୍କ ଟାଇମ୍ସ ପ୍ରଶଂସା କରିଥିଲା। ଏଥିସହ ନିଜର ପ୍ରଥମ ପୃଷ୍ଠାରେ ସିସୋଦିଆଙ୍କ ଫଟୋ ଦେଇଥିଲେ। ନ୍ୟୁୟର୍କ ଟାଇମ୍ସର ପ୍ରଶଂସା ପରେ ସିବିଆଇ ରେଡ୍‌ କରିଥିବାରୁ ଏହାକୁ କେଜ୍ରିୱାଲ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ ମନୀଷ ସିସୋଦିଆଙ୍କୁ ବିଶ୍ୱର ଶ୍ରେଷ୍ଠ ଶିକ୍ଷାମନ୍ତ୍ରୀ ଭାବେ ଏକ ପ୍ରକାରର ଘୋଷଣା କରାଯାଇଛି। କିନ୍ତୁ ସିବିଆଇ ଟିମ୍‌ ତାଙ୍କ ଘରେ ପହଞ୍ଚି ରେଡ୍‌ କରିଛି। ତେଣୁ ଭଲ କାମ କରିବା ବେଳେ ଅନେକ ପ୍ରକାରର ବାଧା ସୃଷ୍ଟି ହେବ। ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇବା ଓ ଦିଲ୍ଲୀରେ ଶିକ୍ଷା ବିପ୍ଳବ ଆଣିବା ଆଦୌ ସହଜ ନଥିଲା।

ସିବିଆଇ ରେଡ୍‌ ଆଜି ପ୍ରଥମଥର ହୋଇନି। ୭ ବର୍ଷ ହେଲେ ସିସୋଦିଆଙ୍କ ସମେତ ଦଳର ଏକାଧିକ ନେତାଙ୍କ ଘରେ ରେଡ କରାଯାଇଛି। ମୋ ନାଁରେ ମଧ୍ୟ ଏକାଧିକ ମିଥ୍ୟା ମାମଲା କରାଯାଇଛି। ହେଲେ ରେଡ୍‌ କରି ସେମାନେ ପୂର୍ବରୁ କିଛି ପାଇ ନଥିଲେ ଓ ଏବେ ବି ସେମାନଙ୍କୁ କିଛି ବି ମିଳିବ ନାହିଁ। ସିବିଆଇ ରେଡ୍‌ରେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଆମେ ସେମାନଙ୍କୁ ସ୍ୱାଗତ କରୁଛୁ। ଆମକୁ ହଇରାଣ କରିବା ପାଇଁ ସେମାନଙ୍କୁ ଉପରୁ ନିର୍ଦ୍ଦେଶ ମିଳିଛି।”

Related story