ଅହମ୍ମଦାବାଦ: ଗୁଜରାଟ ବିଧାନସଭା ପୂର୍ବରୁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଖେଳିଲେ ଆଦିବାସୀ କାର୍ଡ । ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା କେଜ୍ରିଓ୍ୱାଲ ଆଜି ଛୋଟା ଉଦୟପୁରର ବୋଦେଲିରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟରେ ଆପ୍ ସରକାର ଶାସନକୁ ଆସିଲେ ଆଦିବାସୀଙ୍କ ବିକାଶ କରାଯିବ । ଆ ଦିବାସୀଙ୍କ ପାଇଁ ରାଜ୍ୟରେ ପେସା ଆଇନ ଲାଗୁ କରାଯିବ । ଏହାସହ ଟ୍ରାଇବାଲ୍ ଆଡଭାଇଜରି କମିଟିର ଚେୟାରମ୍ୟାନ ଆଦିବାସୀ ହିଁ ହେବେ ବୋଲି ସେ କହିଛନ୍ତି । ସେହିପରି ବେକାର ଯୁବକ-ଯୁବତୀଙ୍କୁ ସେ ଚାକିରୀ ଦେବ ବୋଲି ସେ କହିଛନ୍ତି।
ଅରବିନ୍ଦ କେଜ୍ରିଓ୍ୱାଲ ଆହୁରି କହିଛନ୍ତି ଯେ, ଦିଲ୍ଲୀ ଓ ପଞ୍ଜାବ ଭଳି ଗୁଜରାଟରେ ସରକାର ଗଢ଼ିଲେ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ। ପଞ୍ଜାବରେ ଯେପରି ଲୋକମାନେ ମାଗଣା ବିଜୁଳି ଜାଳୁଛନ୍ତି, ଗୁଜରାଟରେ ମଧ୍ୟ ସେହିଭଳି ଲୋକମାନେ ଲାଭାନିତ ହେବେ ବୋଲି ସେ କହିଛନ୍ତି । ତେବେ ଏହା ତାଙ୍କର ଇସ୍ତାହାର ନୁହଁ ବରଂ ପାଞ୍ଚ ବର୍ଷ ପାଇଁ ଓ୍ୱାରେଣ୍ଟି ବୋଲି ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି । ତେବେ ମାଗଣାରେ ସୁବିଧା ଦେଉଛି ବୋଲି ଏମାନେ ଗାଳି ଦେଉଛନ୍ତି ହେଲେ ସେ ଜଣେ ଫକିର ବୋଲି କେଜ୍ରିଓ୍ୱାଲ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।