ଗୁଜରାଟରେ ଆଦିବାସୀକାର୍ଡ଼ ଖେଳିଲେ କେଜ୍ରିଓ୍ୱାଲ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ପୂର୍ବରୁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ  କେଜ୍ରିଓ୍ୱାଲ ଖେଳିଲେ ଆଦିବାସୀ କାର୍ଡ । ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା  କେଜ୍ରିଓ୍ୱାଲ ଆଜି ଛୋଟା ଉଦୟପୁରର ବୋଦେଲିରେ ଏକ ଜନସଭାକୁ  ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟରେ ଆପ୍ ସରକାର  ଶାସନକୁ ଆସିଲେ ଆଦିବାସୀଙ୍କ ବିକାଶ କରାଯିବ । ଆ ଦିବାସୀଙ୍କ ପାଇଁ  ରାଜ୍ୟରେ ପେସା ଆଇନ ଲାଗୁ କରାଯିବ । ଏହାସହ ଟ୍ରାଇବାଲ୍ ଆଡଭାଇଜରି  କମିଟିର ଚେୟାରମ୍ୟାନ ଆଦିବାସୀ […]

Kejriwal

  • Published: Sunday, 07 August 2022
  • , Updated: 07 August 2022, 07:22 PM IST

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ପୂର୍ବରୁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ  କେଜ୍ରିଓ୍ୱାଲ ଖେଳିଲେ ଆଦିବାସୀ କାର୍ଡ । ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା  କେଜ୍ରିଓ୍ୱାଲ ଆଜି ଛୋଟା ଉଦୟପୁରର ବୋଦେଲିରେ ଏକ ଜନସଭାକୁ  ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟରେ ଆପ୍ ସରକାର  ଶାସନକୁ ଆସିଲେ ଆଦିବାସୀଙ୍କ ବିକାଶ କରାଯିବ । ଆ ଦିବାସୀଙ୍କ ପାଇଁ  ରାଜ୍ୟରେ ପେସା ଆଇନ ଲାଗୁ କରାଯିବ । ଏହାସହ ଟ୍ରାଇବାଲ୍ ଆଡଭାଇଜରି  କମିଟିର ଚେୟାରମ୍ୟାନ ଆଦିବାସୀ ହିଁ ହେବେ ବୋଲି ସେ କହିଛନ୍ତି  । ସେହିପରି ବେକାର ଯୁବକ-ଯୁବତୀଙ୍କୁ ସେ ଚାକିରୀ ଦେବ ବୋଲି ସେ କହିଛନ୍ତି।

ଅରବିନ୍ଦ କେଜ୍ରିଓ୍ୱାଲ ଆହୁରି କହିଛନ୍ତି ଯେ, ଦିଲ୍ଲୀ ଓ ପଞ୍ଜାବ ଭଳି  ଗୁଜରାଟରେ ସରକାର ଗଢ଼ିଲେ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ  ଦିଆଯିବ।  ପଞ୍ଜାବରେ ଯେପରି ଲୋକମାନେ ମାଗଣା ବିଜୁଳି ଜାଳୁଛନ୍ତି,  ଗୁଜରାଟରେ ମଧ୍ୟ ସେହିଭଳି ଲୋକମାନେ ଲାଭାନିତ ହେବେ ବୋଲି ସେ  କହିଛନ୍ତି । ତେବେ ଏହା ତାଙ୍କର ଇସ୍ତାହାର ନୁହଁ ବରଂ ପାଞ୍ଚ ବର୍ଷ ପାଇଁ  ଓ୍ୱାରେଣ୍ଟି ବୋଲି ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି । ତେବେ ମାଗଣାରେ ସୁବିଧା  ଦେଉଛି ବୋଲି ଏମାନେ ଗାଳି ଦେଉଛନ୍ତି ହେଲେ ସେ ଜଣେ ଫକିର ବୋଲି  କେଜ୍ରିଓ୍ୱାଲ କହିଛନ୍ତି।

Related story