ଅମୃତସର: ଶପଥ ନେବାର ଦିନ କେଇଟା ଯାଇନି ହେଲେ ଆକ୍ସନ୍ମୁଡ୍ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ମନ୍ତ୍ରିମଣ୍ଡଳ ଶପଥ ନେବାର ଦିନକ ପରେ ସମସ୍ତଙ୍କୁ ଟାସ୍କ ଦେଇଛନ୍ତି । ଆଉ ଟାର୍ଗେଟ ବି ଦିଆଯାଇଛି। ଯିଏ ଭଲ ପ୍ରଦର୍ଶନ ନକରିବା ତାଙ୍କୁ ଲୋକେ ବିଦା କରିବେ। ଏମିତି କହି ମନ୍ତ୍ରୀଙ୍କୁ ଚରମାଵାଣୀ ଶୁଣାଇଛନ୍ତି ମାନ। ଏପରିକି ମନ୍ତ୍ରୀଙ୍କୁ ବିଦା କରିବାକୁ ଯଦି ଲୋକେ ଦାବି କରନ୍ତି ତେବେ ତାକୁ ବି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଜାବ ମନ୍ତ୍ରିମଣ୍ଡଳର ସମସ୍ତ ସଭ୍ୟଙ୍କୁ ଟ୍ୟୁସନ କରିଛନ୍ତି ଆପ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଶପଥ ନେବାର ମାତ୍ର ତିନି ଦିନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା ଶୁଣାଇଛନ୍ତି ତାକୁ ନେଇ କେଜ୍ରିୱାଲ ସନ୍ତୋଷବ୍ୟକ୍ତ କରିବା ସହିତ ଖୁସି ପ୍ରକଟ କରିଛନ୍ତି। ଫସଲ ପାଇଁ କ୍ଷତିପୂରଣ ରାଶି ହେଉ କି ଦୁର୍ନୀତି ବିରୋଧୀ ଆକ୍ସନ ଅବା ୨୫ ହଜାର ନିଯୁକ୍ତି ସୁଯୋଗ ସବୁ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରୁଥିବା କେଜ୍ରିୱାଲ କହିଛନ୍ତି।
ସବୁ ବିଧାୟକଙ୍କ ସହିତ ଭର୍ଚ୍ଚୁଆଲ ମୋଡ୍ରେ କଥା ହୋଇଛନ୍ତି କେଜ୍ରିୱାଲ। ସେ କହିଛନ୍ତି, କେବଳ ଚଣ୍ଡିଗଡ଼ରେ ବସି ରହିଲେ ହେବ ନାହିଁ। ସମସ୍ତେ ଗାଁକୁ ଯିବାକୁ କହିଛନ୍ତି। ଲୋକଙ୍କ ଗହଣରେ ରହି ସମସ୍ୟା ସମଧାନ କରିବାକୁ କୁହାଯାଇଛି। ପଞ୍ଜବବାସୀ ଏକ ଭଲ ଟିମକୁ ଜିତାଛନ୍ତି । ତେଣୁ ଏକାଠି ହୋଇ ତାଙ୍କ ପାଇଁ କାମ କରିବାକୁ ହେବ। ନିଜ ବିଧାନସଭା କ୍ଷେତ୍ରର ସବୁ ସହରରେ ଅଫିସ ଖୋଲିବା ସହିତ ଦିନକୁ ୧୮ ଘଣ୍ଟା କାମ କରିବାକୁ କହିଛନ୍ତି।