NEET ପରୀକ୍ଷାରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ, ମାମଲା ରୁଜୁ

ଥିରୁବନ୍ତପୁରମ୍‌: ନିଟ୍‌ ପରୀକ୍ଷାରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ। ପରୀକ୍ଷା ଦେବାକୁ ଯାଇଥିବା ଏକାଧିକ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କରାଗଲା ବାଧ୍ୟ। ଏଭଳି କିଛି ଅଭିଯୋଗ ଆସିଛି କେରଳର କୋଲମ ଜିଲ୍ଲାରୁ। ନିକଟରେ କେରଳରେ ମେଡିକାଲ ପ୍ରବେଶିକା ପରୀକ୍ଷା NEET ଦେବାକୁ ଯାଇଥିବା ଅନେକ ଛାତ୍ରୀଙ୍କୁ ଯାଞ୍ଚ ବେଳେ ଅସମ୍ମାନଜନକ ପରିସ୍ଥିତିର ଶିକାର ହେବାକୁ ପଡ଼ିଛି ବୋଲି ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ‌ଯେଉଁମାନେ ଛାତ୍ରୀମାନଙ୍କ ଅନ୍ତଃବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିଲେ ପୁଲିସ […]

NEET Exam

NEET Exam

Madhupriya Mistry
  • Published: Tuesday, 19 July 2022
  • Updated: 19 July 2022, 12:29 PM IST

Sports

Latest News

ଥିରୁବନ୍ତପୁରମ୍‌: ନିଟ୍‌ ପରୀକ୍ଷାରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ। ପରୀକ୍ଷା ଦେବାକୁ ଯାଇଥିବା ଏକାଧିକ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କରାଗଲା ବାଧ୍ୟ। ଏଭଳି କିଛି ଅଭିଯୋଗ ଆସିଛି କେରଳର କୋଲମ ଜିଲ୍ଲାରୁ। ନିକଟରେ କେରଳରେ ମେଡିକାଲ ପ୍ରବେଶିକା ପରୀକ୍ଷା NEET ଦେବାକୁ ଯାଇଥିବା ଅନେକ ଛାତ୍ରୀଙ୍କୁ ଯାଞ୍ଚ ବେଳେ ଅସମ୍ମାନଜନକ ପରିସ୍ଥିତିର ଶିକାର ହେବାକୁ ପଡ଼ିଛି ବୋଲି ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ‌ଯେଉଁମାନେ ଛାତ୍ରୀମାନଙ୍କ ଅନ୍ତଃବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିଲେ ପୁଲିସ ସେମାନଙ୍କ ନାଁରେ ଧାରା ୩୫୪ ଅଧୀନରେ ମାମଲା ରୁଜୁ କରିଛି।

ଛାତ୍ରୀମାନଙ୍କ ବୟାନ ରେକର୍ଡ କରିବା ପରେ ମାମଲା ରୁଜୁ ହୋଇଛି। ପାଖାପାଖି ପରୀକ୍ଷା ଦେବାକୁ ଯାଇଥିବା ୯୦  ପ୍ରତିଶତ ଛାତ୍ରୀଙ୍କୁ ଏଭଳି ଅପ୍ରିତିକର ପରିସ୍ଥିତିର ସାମ୍ନାକୁ କରିବାକୁ ପଡିଛି। ଏହି ଘଟଣାକୁ ଗରୁତର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ସେମ‌ାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ସେପଟେ ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ କେରଳ ଶିକ୍ଷା ମନ୍ତ୍ରୀ ରାଗିଯାଇଛନ୍ତି। ସେ ଏହି ମାମଲାରେ ନିଜ ବୟାନ ଜାରି କରିଛନ୍ତି।

କେରଳ ଉଚ୍ଚଶିକ୍ଷା ମନ୍ତ୍ରୀ ଆର. ବିନ୍ଦୁ କହିଛନ୍ତି ଯେ କୌଣସି ସରକାରୀ ଏଜେନ୍ସି ଦ୍ୱାରା ଏହି ପରୀକ୍ଷା କରାଯାଇ ନାହିଁ। ଯାହା ଘଟିଲା ତାହା ଏକ ବଡ ଭୁଲ। ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଆମେ ପରୀକ୍ଷା କେନ୍ଦ୍ର ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରେ ଅଭିଯୋଗ କରିବୁ। NTA ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ପ୍ରବେଶିକା ପରୀକ୍ଷା କରେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଘଟଣାଟି ହେଉଛି କେରଳର କୋଲାମ ଜିଲ୍ଲାର। ଏକ ନିଟ୍ ପରୀକ୍ଷା କେନ୍ଦ୍ରରେ ମହିଳା ସୁରକ୍ଷା କର୍ମୀମାନେ ଛାତ୍ରୀଙ୍କୁ ମେଟାଲିକ ହୁକ୍ ପାଇଁ ଅନ୍ତଃବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିଲ। ଏହାପରେ ଛାତ୍ରୀ ଜଣକ ନିଜ ଅନ୍ତଃବସ୍ତ୍ର ବାହାର କରି ତାଙ୍କ ମା’ଙ୍କୁ ଦେଇଦେଇଥିଲେ। କାରଣ ଅନ୍ତଃବସ୍ତ୍ରରେ ଲାଗିଥିବା ମେଟାଲିକ ହୁକ୍  ସୁରକ୍ଷା ଯାଞ୍ଚ ସମୟରେ ଶବ୍ଦ କରୁଥିବା ଯୋଗୁ ତାଙ୍କୁ ପରୀକ୍ଷା ହଲରେ ବସିବାକୁ ଅନୁମତି ମିଳିନଥିଲା। ଜନୈକା ପରୀକ୍ଷାର୍ଥୀଙ୍କ ବାପା ପୁଲିସ ନିକଟରେ ଏପରି ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos