ନୀତି ଆୟୋଗ ଏସଡିଜି ରାଙ୍କିଙ୍ଗରେ ୨୧କୁ ଖସିଲା ଓଡ଼ିଶା, କେରଳ ୧

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଥିଙ୍କଟ୍ୟାଙ୍କ ନୀତି ଆୟୋଗ ତା’ର ଏସଡିଜି (ସଷ୍ଟେନେବ୍‌ଲ ଡେଭଲପମେଣ୍ଟ ଗୋଲ୍‌)  ଇଣ୍ତିଆ ଇଣ୍ଡେକ୍ସ ୨୦୨୦-୨୧ ରିପୋର୍ଟ ପ୍ରକାଶ କରିଛି। ନୀତି ଆୟୋଗ ପ୍ରସ୍ତୁତ କରିଥିବା ରାଙ୍କିଙ୍ଗରେ କେରଳ ୧ନଂ ସ୍ଥାନରେ ଥିବା ବେଳେ ବିହାର ସବୁଠାରୁ ପଛରେ ରହିଛି। ଓଡ଼ିଶାର ସ୍ଥାନ ୧୬ରୁ ୨୧କୁ ଖସି ଯାଇଛି। ରାଜ୍ୟମାନଙ୍କର ସାମାଜିକ, ଅର୍ଥନୀତିକ ଓ ପରିବେଶ ଜନିତ ବିକାଶକୁ ଦୃଷ୍ଟିରେ ରଖି ଏହି ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ବା ନିରନ୍ତର ବିକାଶ ଲକ୍ଷ୍ୟ ରାଙ୍କିଙ୍ଗ […]

niti-aayog

Hemant Lenka
  • Published: Thursday, 03 June 2021
  • , Updated: 03 June 2021, 03:41 PM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଥିଙ୍କଟ୍ୟାଙ୍କ ନୀତି ଆୟୋଗ ତା’ର ଏସଡିଜି (ସଷ୍ଟେନେବ୍‌ଲ ଡେଭଲପମେଣ୍ଟ ଗୋଲ୍‌)  ଇଣ୍ତିଆ ଇଣ୍ଡେକ୍ସ ୨୦୨୦-୨୧ ରିପୋର୍ଟ ପ୍ରକାଶ କରିଛି। ନୀତି ଆୟୋଗ ପ୍ରସ୍ତୁତ କରିଥିବା ରାଙ୍କିଙ୍ଗରେ କେରଳ ୧ନଂ ସ୍ଥାନରେ ଥିବା ବେଳେ ବିହାର ସବୁଠାରୁ ପଛରେ ରହିଛି। ଓଡ଼ିଶାର ସ୍ଥାନ ୧୬ରୁ ୨୧କୁ ଖସି ଯାଇଛି। ରାଜ୍ୟମାନଙ୍କର ସାମାଜିକ, ଅର୍ଥନୀତିକ ଓ ପରିବେଶ ଜନିତ ବିକାଶକୁ ଦୃଷ୍ଟିରେ ରଖି ଏହି ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ବା ନିରନ୍ତର ବିକାଶ ଲକ୍ଷ୍ୟ ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଥାଏ। ସବୁ କ୍ଷେତ୍ରରେ କେରଳ ଭଲ ପ୍ରଦର୍ଶନ କରିଥିବାରୁ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି।

ରାଙ୍କିଙ୍ଗରେ ଓଡ଼ିଶା ୨୧ତମ ସ୍ଥାନକୁ ଖସି ଆସିଛି। ୨୦୧୯ରେ ଓଡ଼ିଶା ୧୬ ନମ୍ବର ସ୍ଥାନରେ ଥିବା। ଅନେକ ମାନଦଣ୍ଡରେ ରାଜ୍ୟର ପ୍ରଦର୍ଶନ କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ ମନେରଗା କାମ କମ ମିଳିଥିବା ବେଳେ ମହିଳା ବିରୋଧୀ ହିଂସା ବଢ଼ିଛି ବୋଲି ରିପୋର୍ଟରେ କୁହାଯାଇଛି।

ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ଥିବା କେରଳ ମୋଟ ୭୫ ପଏଣ୍ଟ ପାଇଛି। ହିମାଚଳ ପ୍ରଦେଶ ଓ ତାମିଲନାଡୁ ୭୪ ପଏଣ୍ଟ ଲେଖାଏ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚଳିତ ଇଣ୍ଡିଆ ସୂଚକାଙ୍କରେ ବିହାର, ଝାରଖଣ୍ଡ ଓ ଆସାମ ସବୁଠାରୁ ଖବର ପ୍ରଦର୍ଶନ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ୧ନଂ ସ୍ଥାନରେ ରହିଛି। ଚଣ୍ଡିଗଡ଼ର ପଏଣ୍ଟ ସଂଖ୍ୟା ୭୯ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀକୁ ୬୮ ପଏଣ୍ଟ ମିଳିଛି।

୨୦୧୯ ତୁଳନାରେ ମିଜୋରାମ, ହରିଆଣା ଓ ଉତ୍ତରାଖଣ୍ଡ ଭଲ ପ୍ରଦର୍ଶନ କରିଛନ୍ତି। ୨୦୨୦-୨୧ ରିପୋର୍ଟରେ ସେମାନଙ୍କ ପଏଣ୍ଟ ଯଥାକ୍ରମେ ୧୨,୧୦ ଓ ୮ ଲେଖାଏ ବଢ଼ିଛି। ୨୦୧୯ରେ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପଏଣ୍ଟ ସଂଖ୍ୟା ୬୫ରୁ ୯୯ ମଧ୍ୟରେ ରହିଥିଲା। ହେଲେ ୨୦୨୦-୨୧ରେ ଏହି ତାଲିକାରେ ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯୋଡ଼ି ହୋଇଯାଇଛନ୍ତି।

ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ହରିଆଣା, ତ୍ରିପୁରା, ଦିଲ୍ଲୀ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର, ଜମ୍ମୁ-କଶ୍ମୀର ଓ ଲଦାଖ ନୂଆ ଭାବେ ୬୫ରୁ ୯୯ ପଏଣ୍ଟ ରେଞ୍ଜରେ ସାମିଲ ହୋଇଛନ୍ତି।

ଦେଶର ଏସଡିଜି ସ୍କୋର ୬ ପଏଣ୍ଟ ବଢ଼ିଛି। ୨୦୧୯ରେ ଏହା ୬୦ ଥିବା ବେଳେ ୨୦୨୦-୨୧ରେ ୬୬କୁ ବୃଦ୍ଧି ପାଇଛି।

Related story