ମୁମ୍ବାଇ: ମହାରାଷ୍ଟ୍ର ଅମରାବତୀର ଔଷଧ ଦୋକାନୀଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଇରଫାନ୍(୩୫)। ଇରଫାନ୍ ମର୍ଡ଼ର ପ୍ଲାନର ମାଷ୍ଟର ମାଇଣ୍ଡ ବୋଲି ପୁଲିସ କହିଛି। ନୂପୁର ଶର୍ମାଙ୍କୁ ସମର୍ଥନ କରି ସୋଶାଲ ମଡିଆରେ ପୋଷ୍ଟ କରିଥିବାରୁ ଉମେଶ ପ୍ରହଲ୍ଲାଦ କୋହ୍ଲେଙ୍କୁହ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଗତ ଜୁନ୍ ୨୧ ତାରିଖରେ ତାଙ୍କ ଗଳାକାଟି ହତ୍ୟା କରାଯାଇଛି। ଏହାର ସପ୍ତାହ ପୂର୍ବରୁ ରାଜସ୍ଥାନର ଉଦୟପୁରରେ ୨ ଜଣ ଆତଙ୍କବାଦୀ କହ୍ନେୟାଲାଲଙ୍କୁ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ୬ ଜଣଙ୍କ ନାମରେ ଏତଲା ରୁଜୁ କରିଛି। ଅମରାବତୀ ସହରରେ କୋହ୍ଲେ ଏକ ମେଡିକାଲ ଷ୍ଟୋର ଚଳାନ୍ତି। ନୂପୁର ଶର୍ମାଙ୍କୁ ସମର୍ଥନ କରି ଉମେଶ କେତେକ ହ୍ୱାଟସ୍ଆପ୍ ଗ୍ରୁପରେ ଏକ ପୋଷ୍ଟ ସେୟାର କରିଥିଲେ। ତେବେ ସେ ଭୁଲବସତଃ ସେଇ ପୋଷ୍ଟଟିକୁ କେତେକ ଗ୍ରୁପରେ ପୋଷ୍ଟ କରିଥିଲେ, ଯେଉଁଥିରେ କିଛି ମୁସଲମାନ ସଦସ୍ୟ ଅଛନ୍ତି। ସେହି ଗ୍ରୁପରେ ତାଙ୍କର କେତେକ ଉପଭୋକ୍ତା ଥିବା କୋଟୱାଲି ପୁଲିସ କହିଛି। ତେବେ ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଏନଆଇକୁ ନିର୍ଦ୍ଦେଶ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ଗତ ଜୁନ୍ ୨୧ ତାରିଖରେ ରାତି ୧୦ରୁ ୧୦ଟା ୩୦ ମଧ୍ୟରେ ଉମେଶ ଦୋକାନ ବନ୍ଦ କରି ତାଙ୍କ ଘରକୁ ଏକ ବାଇକରେ ଫେରୁଥିଲେ। ତାଙ୍କ ସହିତ ଆଉ ଏକ ବାଇକରେ ପୁଅ ସଙ୍କେତ(୨୭) ଏବଂ ତାଙ୍କ ସ୍ତ୍ରୀ ବୈଷ୍ଣବୀ ମଧ୍ୟ ଫେରୁଥିଲେ।
ଯେତବେଳେ ଏମାନେ ସମସ୍ତେ ମହିଳା କଲେଜ ଗେଟ ନିଟରେ ପହଞ୍ଚିଲେ ତାଙ୍କ ପଛପଟୁ ଦୁଇ ଜଣ ମୋଟରସାଇକେଲ ଆରୋହୀ ପିଛା କରି ସାମ୍ନାପଟୁ ଅଟକାଇଥିଲେ। ସଙ୍ଗେ ସଙ୍ଗେ ଜଣେ ଯୁବକ ହଠାତ୍ ଉମେଶଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ଚୋଟ ମାରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉମେଶ ତଳେ ପଡ଼ିଯାଇଥିଲେ। ପରେ ଉମେଶଙ୍କ ପୁଅ ସଙ୍କେତ ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରୁ ଧାରୁଆ ଅସ୍ତ୍ରଟିକୁ ଜବତ କରିଥିବା ବେଳେ ସିସିଟିଭି ଫୁଟେଜ ଦେଖି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।