୨୦୧୯ ପରେ ଆମେ ଗଧ ମାନଙ୍କୁ ତଡ଼ି ଦେଇଛୁ: ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ

ମୁମ୍ବାଇ :ବିଜେପି ବିରୋଧରେ ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ୨୦୧୯ ନିର୍ବାଚନରେ ଆମ ସହ ମେଣ୍ଟ ଭାଙ୍ଗିବା ପରେ  ଆମେ ଗଧମାନଙ୍କୁ ତଡ଼ି ଦେଇଛୁ। ମୁମ୍ବାଇରେ ଏକ ରାଲିରେ ଯୋଗ ଦେଇ ଏହା କହିଛନ୍ତି ଉଦ୍ଧବ ଠାକରେ। ଉଦ୍ଧବ କହିଛନ୍ତି ଯେ, ଦେବେନ୍ଦ୍ର ଫଡ଼ନାଭିସ ଆମକୁ ଗଧଧାରି ହିନ୍ଦୁ ସମ୍ବୋଧିତ କରିଛନ୍ତି।  କିନ୍ତୁ ଆମେ କହି ରଖିଛୁ ୨୦୧୯ରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଆମେ ଗଧମାନଙ୍କୁ ତଡ଼ି ଦେଇଛୁ।  […]

UDHAV THAKREY

UDHAV THAKREY

Tapas Behera
  • Published: Saturday, 14 May 2022
  • Updated: 14 May 2022, 10:26 PM IST

Sports

Latest News

ମୁମ୍ବାଇ :ବିଜେପି ବିରୋଧରେ ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ୨୦୧୯ ନିର୍ବାଚନରେ ଆମ ସହ ମେଣ୍ଟ ଭାଙ୍ଗିବା ପରେ  ଆମେ ଗଧମାନଙ୍କୁ ତଡ଼ି ଦେଇଛୁ। ମୁମ୍ବାଇରେ ଏକ ରାଲିରେ ଯୋଗ ଦେଇ ଏହା କହିଛନ୍ତି ଉଦ୍ଧବ ଠାକରେ। ଉଦ୍ଧବ କହିଛନ୍ତି ଯେ, ଦେବେନ୍ଦ୍ର ଫଡ଼ନାଭିସ ଆମକୁ ଗଧଧାରି ହିନ୍ଦୁ ସମ୍ବୋଧିତ କରିଛନ୍ତି।  କିନ୍ତୁ ଆମେ କହି ରଖିଛୁ ୨୦୧୯ରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଆମେ ଗଧମାନଙ୍କୁ ତଡ଼ି ଦେଇଛୁ।  ବିଜେପି ସହ ମେଣ୍ଟ କରି ଆମର ୨୫ ବର୍ଷ ନଷ୍ଟ ହୋଇଛି।

ଆମର ହିନ୍ଦୁତ୍ୱ ହେଉଛି ଗଦାଧାରୀ। ଜମ୍ମୁ କାଶ୍ମୀରରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ଆତଙ୍କବାଦୀ ଗୁଳିରେ ନିହତ ହେଲେ। ସେଠାରେ ବିଜେପି କଣ କରୁଛି।  ଆପଣ ସେଠାରେ ହନୁମାନ ଚାଳିଶା ପଢ଼ିବେ କି କହି ଉଦ୍ଧବ ପ୍ରଶ୍ନ କରିଛନ୍ତି। ପ୍ରକୃତ ହିନ୍ଦୁତ୍ୱ ହେଉଛି ‘ଗଦାଧାରି’ ।

ଏହା ହେଉଛି ଶିବସେନାର ପରିଚୟ। ଆମ ସହ ବିଜେପି ‘ଘଣ୍ଟାଧାରି’  ଦଳ ଥିଲା ବୋଲି ସେ କହିଛନ୍ତି।  ନକଲି ହିନ୍ଦୁତ୍ୱ ଦେଶକୁ ଭ୍ରମିତ କରୁଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos