ନୂପୁର ଶର୍ମାଙ୍କୁ କେହି ପାଉ ନାହାନ୍ତି !

ନୂଆଦିଲ୍ଲୀ: କୁଆଡ଼େ ଗଲେ ନୂପୁର ଶର୍ମା। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ନୂପୁରଙ୍କ ପତ୍ତା ମିଳଳୁନି । ପ୍ରଥମେ ମହାରାଷ୍ଟ୍ର  ଏବଂ ଏବେ କୋଲକାତା ପୁଲିସ ତାଙ୍କ ସନ୍ଧାନରେ ଲାଗିପଡ଼ିଛି। ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ଅରୁଚିକର ବୟାନ ଦେଇଥିବା ନୂପୁର ଶର୍ମାଙ୍କୁ ନେଇ ମାମଲା ଥମିବାର ନାଁ ଧରୁନି। ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଏବେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି କୋଲକାତା ପୁଲିସ। କୋଲକାତା ପୁଲିସ […]

Nupur Sharma

Tapas Behera
  • Published: Saturday, 02 July 2022
  • , Updated: 02 July 2022, 05:27 PM IST

ନୂଆଦିଲ୍ଲୀ: କୁଆଡ଼େ ଗଲେ ନୂପୁର ଶର୍ମା। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ନୂପୁରଙ୍କ ପତ୍ତା ମିଳଳୁନି । ପ୍ରଥମେ ମହାରାଷ୍ଟ୍ର  ଏବଂ ଏବେ କୋଲକାତା ପୁଲିସ ତାଙ୍କ ସନ୍ଧାନରେ ଲାଗିପଡ଼ିଛି। ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ଅରୁଚିକର ବୟାନ ଦେଇଥିବା ନୂପୁର ଶର୍ମାଙ୍କୁ ନେଇ ମାମଲା ଥମିବାର ନାଁ ଧରୁନି। ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଏବେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି କୋଲକାତା ପୁଲିସ। କୋଲକାତା ପୁଲିସ ପକ୍ଷରୁ ନୂପୁରଙ୍କ ବିରୋଧରେ ୨ଟି ଏତଲା ରୁଜୁ ହୋଇଛି। ପୂର୍ବରୁ ନାର୍କେଲଡାଙ୍ଗା ପୁଲିସ ପକ୍ଷରୁ  ନୂପୁରକୁ ନୋଟିସ ହୋଇଥିଲା।

ଜୁନ୍‌ ୨୦ରେ ତାଙ୍କୁ ହାଜର ପାଇଁ ନୋଟିସ ହୋଇଥିଲା। ସେହିପରି ଆଉ ଗୋଟି ପୁଲିସ ଷ୍ଟେସନ ପକ୍ଷରୁ  ନୂପୁରଙ୍କୁ ଜୁନ୍‌ ୨୫ରେ ହାଜର ପାଇଁ ନୋଟିସ ହୋଇଥିଲା । କିନ୍ତୁ ଦୁଇଟି ଯାକ ନୋଟିସକୁ ଏଡ଼ାଇଯାଇଛନ୍ତି ନୂପୁର ଶର୍ମା। ଶାରିରୀକଭାବେ ସେ ଥନାରେ ହାଜର ହେଉ ନାହାନ୍ତି।  ଜୀବନ ପ୍ରତି ବିପଦ ଦର୍ଶାଇ ସେ ଥାନାକୁ ଆସୁ ନଥିବା ଜଣାପଡ଼ିଛି। ତେବେ ସେ ଥାନାରେ ହାଜର ହେଉ ନଥିବାରୁ  କୋଲକାତା ପୁଲିସ ତାଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ନୋଟିସ ଜାରି କରିଛି। ନୂପୁର ଶମାଙ୍କ ବିରୋଧରେ ହାଇଦ୍ରାବାଦ, ପୁଣେ ମୁମ୍ବାଇ ଏମିତ ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଛି।

ପୂର୍ବରୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ମୁମ୍ବାଇ ପୁଲିସ୍‌ର ଏକ ଟିମ୍ ଦିଲ୍ଲୀ ଆସିଥିବା ବେଳେ ନୂପୁର ଶର୍ମାଙ୍କୁ ପାଇନ ଥିଲା।  ମୁମ୍ବାଇ ପୁଲିସ୍ କହିଥିଲା ଯେ, ତାଙ୍କର ପତ୍ତା ମିଳୁନି। ସୂଚନାଯୋଗ୍ୟ, ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କୁ ବିଜେପି ନିଲମ୍ବିତ କରିଛି। ହେଲେ ତାଙ୍କ ବୟାନକୁ ବିରୋଧ କରି ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ଜାରି ରହିଛି।  ଏହାକୁ ନେଇ କେବଳ ଦେଶ ଭିତରେ ନୁହେଁ, ପ୍ରାୟ ସମସ୍ତ ମୁସ୍‌ଲିମ୍ ବହୁଳ ରାଷ୍ଟ୍ର ଗୁଡ଼ିକ ଭାରତ ସରକାରଙ୍କୁ ତୀବ୍ର ନିନ୍ଦା କରିବା ସହିତ ନୂପୁର ଶର୍ମାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Related story