ରାହୁଲ ଗାନ୍ଧି ପଚାରିଲେ ‘କ୍ୟା ବୋଲନା ହୈ’

ନୂଆଦିଲ୍ଲୀ: ନାଇଟ କ୍ଲବ ପରେ ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବିଜେପି ପକ୍ଷରୁ ରାହୁଲଙ୍କ ନୂଆ ଭିଡିଓ ପୋଷ୍ଟ କରାଯାଇଛି। ତେଲେଙ୍ଗାନାର ଚାଷୀମାନଙ୍କୁ ସମ୍ବୋଧନ କରିବା ପୂର୍ବରୁ ରାହୁଲ ଗାନ୍ଧି ରାଜ୍ୟର କଂଗ୍ରେସ ନେତାମାନଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ସେ ଚାଷୀମାନଙ୍କୁ ପ୍ରକୃତରେ କ’ଣ କହିବେ, ସେ ବିଷୟରେ ପଚାରୁଥିବା ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କରିଥିବା ଭିଡିଓରେ ଦାବି କରାଯାଇଛି। ୧୭ […]

rahul-gandhi

Hemant Lenka
  • Published: Saturday, 07 May 2022
  • , Updated: 07 May 2022, 02:38 PM IST

ନୂଆଦିଲ୍ଲୀ: ନାଇଟ କ୍ଲବ ପରେ ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବିଜେପି ପକ୍ଷରୁ ରାହୁଲଙ୍କ ନୂଆ ଭିଡିଓ ପୋଷ୍ଟ କରାଯାଇଛି। ତେଲେଙ୍ଗାନାର ଚାଷୀମାନଙ୍କୁ ସମ୍ବୋଧନ କରିବା ପୂର୍ବରୁ ରାହୁଲ ଗାନ୍ଧି ରାଜ୍ୟର କଂଗ୍ରେସ ନେତାମାନଙ୍କୁ ସାକ୍ଷାତ କରିଥିଲେ।

ଏହି ସମୟରେ ସେ ଚାଷୀମାନଙ୍କୁ ପ୍ରକୃତରେ କ’ଣ କହିବେ, ସେ ବିଷୟରେ ପଚାରୁଥିବା ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କରିଥିବା ଭିଡିଓରେ ଦାବି କରାଯାଇଛି। ୧୭ ସେକେଣ୍ଡର ଭିଡିଓରେ ରାହୁଲ ଗାନ୍ଧି ଗୋଟିଏ ଚେୟାରରେ ବସିଛନ୍ତି। ଏହି ସମୟରେ ତାଙ୍କ ପାଖରେ ରାଜ୍ୟ କଂଗ୍ରେସର କିଛି ନେତା ରହିଛନ୍ତି। ସେମାନଙ୍କୁ ରାହୁଲ ପାଣି ପିଇବା ପରେ ପଚାରୁଛନ୍ତି ଯେ “ଆଜିର ମୁଖ୍ୟ ପ୍ରସଙ୍ଗ କ’ଣ? କ’ଣ ପ୍ରକୃତରେ କହିବାର ଅଛି?”

ଶୁକ୍ରବାର ଠାରୁ ରାହୁଲ ଗାନ୍ଧି ଦୁଇ ଦିନିଆ ତେଲେଙ୍ଗାନା ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ୱାରଙ୍ଗଲ ଠାରେ ଚାଷୀମାନଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି।

ଅମିତ ମାଲବ୍ୟ ଏହି ଭିଡିଓ ଶେୟାର କରି କହିଛନ୍ତି, “ସମ୍ଭବତଃ ଚାଷୀଙ୍କୁ ସମବେଦନା ଜଣାଇବା ପାଇଁ ଗତକାଲିର ରାଲି ପୂର୍ବରୁ ରାହୁଲ ଗାନ୍ଧି ପଚାରୁଛନ୍ତି ପ୍ରସଙ୍ଗ କ’ଣ, କ’ଣ କହିବାର ଅଛି? ବ୍ୟକ୍ତିଗତ ବିଦେଶ ଟ୍ରପି ଓ ନାଇଟକ୍ଲବିଂକୁ ନେଇ ଯେତେବେଳେ ଆପଣ ରାଜନୀତି କରନ୍ତି, ଏମିତି ସବୁ ଘଟେ।”

ଅମିତ ମାଲବ୍ୟ ନିକଟରେ ରାହୁ ଗାନ୍ଧିଙ୍କ ନେପାଳର କାଠମାଣ୍ଡୁ ସ୍ଥିତ ଗୋଟିଏ ନାଇଟ କ୍ଲବରେ ରହିଥିବା ବେଳର ଭିଡିଓ ପୋଷ୍ଟ କରିଥିଲେ। ସେ ତାଙ୍କ ବନ୍ଧୁ ତଥା ସାମ୍ବାଦିକ ସୁମନିମା ଉଦାସଙ୍କ ବାହାଘର କାର୍ଯ୍ୟକ୍ରମରେ ଯୋଗାଦେବାକୁ ଯାଇଥିଲେ। ତେବେ ଘଟଣାର ଭିଡିଓକୁ ବିଜେପି ଟ୍ୱିଟ କରି ବେଶ ବିବାଦ ସୃଷ୍ଟି କରିଥିଲା।

Related story