ଜେଲ୍‌ରୁ ମୁକୁଳିବେ ଲାଲୁ!

ନୂଆଦିଲ୍ଲୀ: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦଙ୍କୁ ମିଳିଛି ବଡ ଆଶ୍ୱସ୍ତି। ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦଙ୍କୁ ଜାମିନ ମିଳିଛି । ରାଂଚି ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଫଳରେ ସେ ଜେଲ୍‌ରୁ ମୁକିଳିବା ନେଇ ବାଟ ଫିଟିଛି। ଦୀର୍ଘଦିନ ଧରି ଏହି ମାମଲାର ଶୁଣାଣି ଜାରି ରହିଥିଲା । ଏପ୍ରିଲରେ ଏହାର ଶୁଣାଣି ହେବାର ଥିଲା, ତେବେ ସିବିଆଇ ଜବାବ ଦାଖଲ କରିବାକୁ ସମୟ ମାଗିଥିଲେ । ଆଜି […]

Lalu Yadav

Madhupriya Mistry
  • Published: Saturday, 17 April 2021
  • , Updated: 17 April 2021, 01:46 PM IST

ନୂଆଦିଲ୍ଲୀ: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦଙ୍କୁ ମିଳିଛି ବଡ ଆଶ୍ୱସ୍ତି। ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦଙ୍କୁ ଜାମିନ ମିଳିଛି । ରାଂଚି ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଫଳରେ ସେ ଜେଲ୍‌ରୁ ମୁକିଳିବା ନେଇ ବାଟ ଫିଟିଛି।

ଦୀର୍ଘଦିନ ଧରି ଏହି ମାମଲାର ଶୁଣାଣି ଜାରି ରହିଥିଲା । ଏପ୍ରିଲରେ ଏହାର ଶୁଣାଣି ହେବାର ଥିଲା, ତେବେ ସିବିଆଇ ଜବାବ ଦାଖଲ କରିବାକୁ ସମୟ ମାଗିଥିଲେ । ଆଜି ଏହି ମାମାଲାର ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ । ଲାଲୁଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ । ସର୍ତ୍ତ ମୁତାବକ ଲାଲୁ ଦେଶ ଛାଡି ବିଦେଶ ଯାଇପାରିବେ ନାହିଁ । ଏହାସହ ନିଜର ନାଁ ଓ ଫୋନ ନମ୍ୱର ବି ବଦଳାଇ ପାରିବେ ନାହିଁ ।

ସେହିପରି ଡୁମ୍‌କା ଟ୍ରେଜେରୀରୁ ୩.୧୩ କୋଟି ଟଙ୍କା ପ୍ରତ୍ୟାହାର, ଖାଉଟି ସ୍କାମ ମାମଲା ସହ ଜଡିତ ଅନ୍ୟ ମାମଲାରେ ଲାଲୁ ଯାଦବଙ୍କୁ ଜାମିନ ମିଳିସାରିଛି । ଲାଲୁ ପୂର୍ବରୁ ଚାଇବାସା ଏବଂ ଦେଓଗର ଟ୍ରେଜେରୀ ମାମଲାରେ ଜାମିନ ପାଇଛନ୍ତି । ଲାଲୁ ଯାଦବଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ଏହାରି ଭିତରେ ସେ ୪୨ ମାସ ଓ ୧୧ ଦିନ ଜେଲରେ ରହିଛନ୍ତି। ଲାଲୁ ଅଧା ଦଣ୍ଡରୁ ବି ଅଧିକ ସମୟ ଭୋଗିଛନ୍ତି ଯାହା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏବେ ଲାଲୁ ୨ ଲକ୍ଷ ଟଙ୍କାର ୨ଟି ସିକ୍ୟୁରିଟି ବଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ମୁଚଳିକା ଦେବା ପରେ ଜେଲ୍‌ରୁ ବାହାରକୁ ଆସିପାରିବେ ବୋଲି ଜଷ୍ଟିସ ଅପ୍ରେଶ ସିଂହ କହିଛନ୍ତି।

Related story