ରାମ ରହିମଙ୍କୁ ଆଜୀବନ ଜେଲ

ଚଣ୍ଡିଗଢ: ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରାସଚ୍ଚା ସୌଦା ପ୍ରମୁଖ ଗୁରୁମିତ ରାମ ରହିମଙ୍କୁ ପୁଣି ଆଜୀବନ କାରାଦଣ୍ଡାଦେଷରେ ଦଣ୍ଡିତ କରାଯାଇଛି। ଡେରା ମ୍ୟାନେଜର ରଣଜିତ ସିଂହ ତହ୍ୟା ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ ସ୍ପେଶାଲ କୋର୍ଟ। ଏଥିସହ ରାମ ରହିମଙ୍କ ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡିତ କରିଛନ୍ତି କୋର୍ଟ। କେବଳ ସେତିକି ନୁହେଁ ଜରିମାନା ବାବଦକୁ ରାମ ରହିମଙ୍କୁ ୩୧ ଲକ୍ଷ ଓ ଅନ୍ୟ ୪ ସହଯୋଗୀଙ୍କୁ ୫୦ ହଜାର ଟଙ୍କା […]

Ram Rahim

Madhupriya Mistry
  • Published: Monday, 18 October 2021
  • , Updated: 18 October 2021, 05:06 PM IST

ଚଣ୍ଡିଗଢ: ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରାସଚ୍ଚା ସୌଦା ପ୍ରମୁଖ ଗୁରୁମିତ ରାମ ରହିମଙ୍କୁ ପୁଣି ଆଜୀବନ କାରାଦଣ୍ଡାଦେଷରେ ଦଣ୍ଡିତ କରାଯାଇଛି। ଡେରା ମ୍ୟାନେଜର ରଣଜିତ ସିଂହ ତହ୍ୟା ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ ସ୍ପେଶାଲ କୋର୍ଟ। ଏଥିସହ ରାମ ରହିମଙ୍କ ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡିତ କରିଛନ୍ତି କୋର୍ଟ। କେବଳ ସେତିକି ନୁହେଁ ଜରିମାନା ବାବଦକୁ ରାମ ରହିମଙ୍କୁ ୩୧ ଲକ୍ଷ ଓ ଅନ୍ୟ ୪ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି କୋର୍ଟ।

୨୦୦୨ରେ ପୂର୍ବତନ ଡେରା ପ୍ରବନ୍ଧକ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ଅକ୍ଟୋବର ୮ରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦୀର୍ଘ ୧୯ ବର୍ଷ ପରେ ଏହି ମାମଲାରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି।  ରାୟ ଶୁଣାଇବା ପୂର୍ବରୁ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇ ୧୪୪ ଧାରା ଲାଗୁ କରାଯାଇଥିଲା।

ଡେରା ମ୍ୟାନେଜର ରଣଜିତ ସିଂହ ହତ୍ୟା ମାମଲାରେ ଅକ୍ଟୋବର ୮ରେ ଗୁରୁମିତଙ୍କ ସମେତ ଅନ୍ୟ ୫ ଜଣ ଆଇପିସି ଧାରା ୩୨୦, ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। କିନ୍ତୁ ସେତେବେଳେ କିଛି ଦଣ୍ଡାଦେଶର ଶୁଣାଣି ହୋଇନଥିଲା।

ପଞ୍ଚକୁଲାର ଡେରାରେ ଜଣେ ସ୍ୱାଧୀଙ୍କୁ କଥିତ ରୂପେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ଡେରା ମ୍ୟାନେଜର ରଣଜିତ ସିଂଙ୍କ ଡେରା ପ୍ରମୁଖ ଗୁରମିତି ରାମ ରହିମଙ୍କ ସହ ମତଭେଦ ବଢ଼ି ଚାଲିଥିଲା। ଏହାପରେ ୨୦୦୨ ଜୁଲାଇ ୧୦ ତାରିଖରେ କୁରୁକ୍ଷେତ୍ର ଜିଲ୍ଲା ଖାନପୁର କୋଲିୟାନ ଗାଁରେ ତାଙ୍କ ଚାଷ ନିକଟରେ ଉକ୍ତ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଏହାପରେ ରଣଜିତଙ୍କ ପୁଅ ଜଗସିର୍‌ ସିଂହ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତଙ୍କ ନାଁରେ ଅଭିଯୋଗ ଆଣିଥିଲେ। ତାଙ୍କ ନାଁରେ ପୁଲିସରେ ମାମଲା ରୁଜୁ କରିଥିଲେ

ଗୁରୁମିତ ରାମ ରହିମ ବର୍ତ୍ତମାନ ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଅଛନ୍ତି। ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୁଇଜଣ ସ୍ୱାଧୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୨୦ ବର୍ଷ କାରାଦଣ୍ଡରେ ତାଙ୍କୁ ଦଣ୍ଡିତ କରିଥିଲେ। ୨୦୧୯ ଜାନୁଆରୀ ୧୭ରେ ଉକ୍ତ ସିବିଆଇ କୋର୍ଟ ତାଙ୍କୁ ସିରସା ଭିତ୍ତିକ ସାମ୍ବାଦିକ ରାମ ଚାନ୍ଦ ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Related story