ଦେଶରେ ଅକ୍ସିଜେନ ଅଭାବ ଦୂର କରିବା ପାଇଁ କେନ୍ଦ୍ରର ନୂଆ ଗାଇଡ୍ ଲାଇନ୍

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ହସ୍ପିଟାଲ ଗୁଡ଼ିକ କିଭଳି ଅଧିକରୁ ଅଧିକ ଅକ୍ସିଜେନ ପାଇବେ ସେ ନେଇ ଜେରଦାର ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର। ରବିବାର ଅକ୍ସିଜେନ ସଙ୍କଟର ସମାଧାନ ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ବର୍ତ୍ତମାନ କେବଳ ଚିକିତ୍ସା କାର୍ଯ୍ୟ ପାଇଁ ଅକ୍ସିଜେନ ଯୋଗାଣ କରାଯିବ। ଚିକିତ୍ସା କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଅକ୍ସିଜେନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ। ଏହି ଆଦେଶ ତୁରନ୍ତ […]

Oxygen1

Subhransu Sekhar
  • Published: Sunday, 25 April 2021
  • , Updated: 25 April 2021, 10:38 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ହସ୍ପିଟାଲ ଗୁଡ଼ିକ କିଭଳି ଅଧିକରୁ ଅଧିକ ଅକ୍ସିଜେନ ପାଇବେ ସେ ନେଇ ଜେରଦାର ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର। ରବିବାର ଅକ୍ସିଜେନ ସଙ୍କଟର ସମାଧାନ ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ବର୍ତ୍ତମାନ କେବଳ ଚିକିତ୍ସା କାର୍ଯ୍ୟ ପାଇଁ ଅକ୍ସିଜେନ ଯୋଗାଣ କରାଯିବ। ଚିକିତ୍ସା କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଅକ୍ସିଜେନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ। ଏହି ଆଦେଶ ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ କରିଛନ୍ତି ସରକାର। ପରବର୍ତ୍ତୀ ଆଦେଶ ଯାଏ ଏହି ଆଦେଶ ବଳବତ୍ତର ରହିବ।

ଅକ୍ସିଜେନ ଉତ୍ପାଦନ କରୁଥିବା ସମସ୍ତ କମ୍ପାନୀ ଅକ୍ସିଜେନ ଉତ୍ପାଦନ ପାଇଁ ସେମାନଙ୍କର ସର୍ବାଧିକ କ୍ଷମତା ବଢ଼ାଇବେ। ଏହା ସହିତ କମ୍ପାନୀଗୁଡିକ କେତେ ଅକ୍ସିଜେନ ଉତ୍ପାଦନ ହେଲା, କେତେ ଷ୍ଟକ ରହିଛି ଏ ସବୁର ସମସ୍ତ ସୂଚନା କେନ୍ଦ୍ରକୁ ଦେବେ। ଦିଲ୍ଲୀରେ ଅକ୍ସିଜେନର ଅଭାବ ଥିବା ନେଇ ଅନେକ ହସ୍ପିଟାଲରେ ଜଣେ ପରେ ଜଣେ ଆକ୍ରାନ୍ତ ଆଖି ବୁଜିଥିଲେ। ଏବେ ଦିଲ୍ଲୀକୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାର ସହଯୋଗ କରିବା ପରେ ଆପତଃତ ପୂର୍ବ ସ୍ଥିତିରେ ସୁଧାର ଆସିଛି।

ହେଲେ ଏବେ ଦିଲ୍ଲୀର ପଡ଼େଶୀ ହରିଆଣାରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଅକ୍ସିଜେନ ଅଭାବରୁ ଆଜି ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଅକ୍ସିଜେନର ଆବଶ୍ୟକତା ନେଇ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି।

ପଞ୍ଜାବରେ କୌଣସି ଅକ୍ସିଜେନ ପ୍ଲାଣ୍ଟ ନାହିଁ। ତେଣୁ ପଞ୍ଜାବକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର ହେବାକୁ ପଡିବ। ଅକ୍ସିଜେନ ନେଇ ପଡ଼ୋଶୀ ହରିଆଣା ମନା କରିବା ପରେ ପଞ୍ଜାବ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ସାର ସମବାୟ ସଂଗଠନ IFFCO କହିଛି ଯେ ଏହାର ତୃତୀୟ ଅକ୍ସିଜେନ କାରଖାନା ମେ ୩୦ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଉତ୍ତରପ୍ରଦେଶର ଫୁଲପୁରରେ ଏହି କାରଖାନା ସ୍ଥାପନ କରାଯାଉଛି। ଏହି କାରଖାନା ରାଜ୍ୟ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ହସ୍ପିଟାଲକୁ ମାଗଣାରେ ଅକ୍ସିଜେନ ଯୋଗାଇବ। ଏହି କମ୍ପାନୀ ୩୦ କୋଟି ଟଙ୍କା ବ୍ୟୟରେ ଦେଶରେ ଚାରୋଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରୁଛି। ଉତ୍ତରପ୍ରଦେଶରେ ଦୁଇଟି, ଓଡିଶାର ପାରାଦୀପ ଏବଂ ଗୁଜୁରାଟର କାଲୋଲରେ ଗୋଟିଏ ଲେଖାଏଁ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି।

Related story