ମଦ ଦୋକାନ ଖୋଲୁଖୋଲୁ ଅସମ୍ଭାଳ ଭିଡ଼, କରୋନା ନିୟମକୁ ଫୁ’

ଜମ୍ମୁ: ମହାମାରୀ କରୋନା ସଂକ୍ରମଣ କମୁଥିବାରୁ କିଛି ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମାର୍କେଟ ଠାରୁ ଆରମ୍ଭ କରି କିଛି ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ସ୍ଥାନୀୟ ସରକାର ଅନୁମତି ଦେଇଛନ୍ତି। ଏହିକ୍ରମରେ ଜମ୍ମୁ-କଶ୍ମୀର ପ୍ରଶାସନ ମଧ୍ୟ ଦୀର୍ଘ ଗୋଟିଏ ମାସର ଲକଡାଉନ ପରେ କାଲିଠାରୁ ଅନଲକ ପ୍ରକ୍ରିୟା ଆରମ୍ଭ କରିଛି। ମାର୍କେଟ ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଥିବା ବେଳେ ସାମଜିକ ଦୂରତା […]

wine

Hemant Lenka
  • Published: Wednesday, 02 June 2021
  • , Updated: 02 June 2021, 06:57 PM IST

ଜମ୍ମୁ: ମହାମାରୀ କରୋନା ସଂକ୍ରମଣ କମୁଥିବାରୁ କିଛି ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମାର୍କେଟ ଠାରୁ ଆରମ୍ଭ କରି କିଛି ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ସ୍ଥାନୀୟ ସରକାର ଅନୁମତି ଦେଇଛନ୍ତି।

ଏହିକ୍ରମରେ ଜମ୍ମୁ-କଶ୍ମୀର ପ୍ରଶାସନ ମଧ୍ୟ ଦୀର୍ଘ ଗୋଟିଏ ମାସର ଲକଡାଉନ ପରେ କାଲିଠାରୁ ଅନଲକ ପ୍ରକ୍ରିୟା ଆରମ୍ଭ କରିଛି। ମାର୍କେଟ ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଥିବା ବେଳେ ସାମଜିକ ଦୂରତା ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଆଜି ଜମ୍ମୁରେ ମଦ ଦୋକାନ ଖୋଲିବା କ୍ଷଣି ଏହି ନିୟମକୁ ଲୋକମାନେ ଫୁ’ କରି ଦେଇଛନ୍ତି। ମଦ ଦୋକାନ ଦୀର୍ଘ ଗୋଟିଏ ମାସ ପରେ ଖୋଲିଛି। ଏହି କାରଣରୁ ମଦ କିଣିବା ପାଇଁ ଦୋକାନ ଆଗରେ ଆଜି ସକାଳୁ ଅସମ୍ଭାଳ ଭିଡ଼ ଜମିଥିଲା। କିଛି ମଦ ଦୋକାନ ଆଗରେ ଲୋକମାନେ ଧାଡ଼ିରେ ଛିଡ଼ା ହୋଇ କିଣୁଥିବା ବେଳେ ଆଉ କିଛି ସ୍ଥାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ଲୋକମାନେ ସାମାଜିକ ଦୂରତା ନିୟକୁ ଉଲ୍ଲଙ୍ଘନ କରି ମଦ କିଣିବାରେ ବ୍ୟସ୍ତ ଥିବା ଦୃଶ୍ୟ ସାମ୍ନାକୁ ଆସିଛି। କିଛି ସ୍ଥାନରେ ସ୍ଥିତି ବିଗିଡ଼ିବାରୁ ପୁଲିସକୁ ଭିଡ଼ ନିୟନ୍ତ୍ରଣ କରିବାକୁ ପଡ଼ିଛି। ଶତାଧିକ ଲୋକ ଆଜି ସକାଳୁ ଲମ୍ବା ଲମ୍ବା ଧାଡ଼ି କରି ମଦ କିଣୁଥିବା ଦେଖିବାକୁ ମିଳିଛି। ଲୋକଙ୍କ ଭିଡ଼ ଯୋଗୁ କିଛି ଦୋକାନରେ ମଦର ବୋତଲ କମ ପଡ଼ିଥିଲା। ଏହି କାରଣରୁ ଏହି ଦୋକାନଗୁଡ଼ିକୁ ଆଗୁଆ ବନ୍ଦ କରିବାକୁ ପଡ଼ିଛି।

Related story