ଦ୍ରୁତ ଆତ୍ମହତ୍ୟା ପଛରେ ମହାମାରୀ ପ୍ରଭାବ

ନୂଆଦିଲ୍ଲୀ: ଏକ ପ୍ରକାର କହିବାକୁ ଗଲେ କୋଭିଡ୍‌ ମହାମାରୀ ଏବେ ନିଷ୍କ୍ରିୟ ଅଛି। ପ୍ରଥମ ଏବଂ ଦ୍ୱିତୀୟ ଲହର ଭଳି ସେତେ ପ୍ରଭାବଶାଳି ନାହିଁ। କିନ୍ତୁ ତାର ଭୟ ଏବେ ବି ମଶିଷ ମନରେ ଆଡ୍ଡା ଜମାଇ ରହିଛି। ମହାମାରୀରୁ ବର୍ତ୍ତି ଯାଇଥିବା ଲୋକେ ଏହାର ଜାଲରୁ ମୁକୁଳି ପାରୁନାହାନ୍ତି। ମହାମାରୀରେ ପୀଡ଼ିତ ହୋଇ ସୁସ୍ଥ ହେବା ପରେ ମଧ୍ୟ ସେମାନେ ଦୀର୍ଘ ସମୟ ଧରି ଏକ ଅସୁସ୍ଥ ଜୀବନ ବିତାଉଛନ୍ତି। ଫଳରେ କୋଭିଡ୍‌ ପରବର୍ତ୍ତୀ ସମୟରେ […]

depression

  • Published: Friday, 09 September 2022
  • , Updated: 09 September 2022, 08:32 AM IST

ନୂଆଦିଲ୍ଲୀ: ଏକ ପ୍ରକାର କହିବାକୁ ଗଲେ କୋଭିଡ୍‌ ମହାମାରୀ ଏବେ ନିଷ୍କ୍ରିୟ ଅଛି। ପ୍ରଥମ ଏବଂ ଦ୍ୱିତୀୟ ଲହର ଭଳି ସେତେ ପ୍ରଭାବଶାଳି ନାହିଁ। କିନ୍ତୁ ତାର ଭୟ ଏବେ ବି ମଶିଷ ମନରେ ଆଡ୍ଡା ଜମାଇ ରହିଛି। ମହାମାରୀରୁ ବର୍ତ୍ତି ଯାଇଥିବା ଲୋକେ ଏହାର ଜାଲରୁ ମୁକୁଳି ପାରୁନାହାନ୍ତି। ମହାମାରୀରେ ପୀଡ଼ିତ ହୋଇ ସୁସ୍ଥ ହେବା ପରେ ମଧ୍ୟ ସେମାନେ ଦୀର୍ଘ ସମୟ ଧରି ଏକ ଅସୁସ୍ଥ ଜୀବନ ବିତାଉଛନ୍ତି। ଫଳରେ କୋଭିଡ୍‌ ପରବର୍ତ୍ତୀ ସମୟରେ ଆତ୍ମହତ୍ୟା ବଢ଼ୁଛି। ପ୍ରାୟ ୨୦୦ରୁ ଅଧିକ ଲକ୍ଷଣ ଥିବା କୋଭିଡ୍‌ ପରର ପ୍ରଭାବକୁ ଲଙ୍ଗ୍ କୋଭିଡ୍‌ କୁହାଯାଉଛି। ଯାହା ମଣିଷ ମନରେ ଚାପ ସୃଷ୍ଟି କରିବା ସହ ଆତ୍ମହତ୍ୟାକୁ ପ୍ରେରିତ କରୁଛି। ବର୍ତ୍ତମାନ ବୃଦ୍ଧି ପାଉଥିବା

ଆତ୍ମହତ୍ୟା ଘଟଣା ସହ ଏହି ‘ଲଙ୍ଗ୍ କୋଭିଡ୍‌’ର ସମ୍ପର୍କ ଥିବା ବୈଜ୍ଞାନିକମାନେ କହିଛନ୍ତି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ ଦୁର୍ବଳ ଲାଗିବା, ଜ୍ୱର, ମୁଣ୍ଡବିନ୍ଧା ଆଦି ମଧ୍ୟ କୋଭିଡ୍‌ର ପରବର୍ତ୍ତୀ ପ୍ରଭାବ ହୋଇପାରେ। ଯାହା ମଣିଷକୁ ଭୟୟ ଶାରିରୀକ ଓ ମାନସିକ ଅବସ୍ଥାକୁ ଅଧିକ ଦୁର୍ବଳ କରୁଛି। ତେବେ  ଏସମ୍ପର୍କରେ  ଆମେରିକା ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ବ୍ରିଟେନର ତଥ୍ୟ ସଂଗ୍ରହ ସଂସ୍ଥା ମିଳିତ ଭାବେ ଏକ ସର୍ଭେ କରିଥିଲେ। ସେଥିରେ ବିଶ୍ୱରେ ବୃଦ୍ଧି ପାଉଥିବା

ଆତ୍ମହତ୍ୟାର କାରଣ  ଏହି ଲଙ୍ଗ୍ କୋଭିଡ୍ ଜନିତ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।  ତେବେ କୋଭିଡରୁ ସୁସ୍ଥ ହେବା ପରେ ଆତ୍ମହତ୍ୟା ମାନସିକତା କାହିଁକି ଆସୁଛି ତାକୁ ନେଇ ବିଶେଷଜ୍ଞମାନେ ଅନୁଧ୍ୟାନ ଜାରି ରଖିଛନ୍ତି। ମଣିଷ ଶରୀର ଏବଂ ମସ୍ତିଷ୍କରେ ଭୂତାଣୁର ଆଉ କଣ ସବୁ ପ୍ରଭାବ ରହୁଛି ? ଯାହା ଦ୍ୱାରା ମଣିଷ ରୋଗଜନିତ ଅବସାଦଗ୍ରସ୍ତ ହେବାକରୁ ବାଧ୍ୟ ହେଉଛି।  ଏ ସବୁକୁ ନେଇ ବିଶେଷଜ୍ଞମାନେ ଗବେଷଣା ଜାରି ରଖିଛନ୍ତି।

Related story