୪ ମାସ ପାଇଁ  ଉଭେଇ ଯିବେ ସୂର୍ଯ୍ୟ

ନୂଆଦିଲ୍ଲୀ: ୪ ମାସ ପାଇଁ  ଉଭେଇ ଯିବେ ସୂର୍ଯ୍ୟ। ହଟିଯିବ ଆଲୁଅ। ରାଜୁତି କରିବ ଅନ୍ଧାର। ଆଣ୍ଟାର୍କଟିକାରେ ଆରମ୍ଭ ହୋଇଛି ଦୀର୍ଘକାଳୀନ ରାତି। ସେଠାରେ ଏହି ୪ ମାସ ରାତି ହେଉଥିବାରୁ ଅନେକ ରହସ୍ୟ ଉନ୍ମୋଚନ ହେବ। ଏଥି ପାଇଁ  ଏକ ଗବେଷଣା ଟିମ୍‌ ନିଜକୁ ପ୍ରସ୍ତୁତ କରିଛି। ଇୟୋରୋପର କନ୍‌କୋର୍ଡିଆ ଗବେଷଣା ସେଣ୍ଟରର ୧୨ ଜଣ ବୈଜ୍ଞାନିକ ଏହି ଗବେଷଣା କରିବେ। ସମଗ୍ର ବିଶ୍ୱରେ ମୁଖ୍ୟତଃ ୪ଟି ଋତୁ ଅନୁଭୂତ ହେଉଥିବା ବେଳେ ଆଣ୍ଟାର୍କଟିକାରେ ମାତ୍ର […]

sun

Tapas Behera
  • Published: Monday, 16 May 2022
  • , Updated: 16 May 2022, 01:25 PM IST

ନୂଆଦିଲ୍ଲୀ: ୪ ମାସ ପାଇଁ  ଉଭେଇ ଯିବେ ସୂର୍ଯ୍ୟ। ହଟିଯିବ ଆଲୁଅ। ରାଜୁତି କରିବ ଅନ୍ଧାର। ଆଣ୍ଟାର୍କଟିକାରେ ଆରମ୍ଭ ହୋଇଛି ଦୀର୍ଘକାଳୀନ ରାତି। ସେଠାରେ ଏହି ୪ ମାସ ରାତି ହେଉଥିବାରୁ ଅନେକ ରହସ୍ୟ ଉନ୍ମୋଚନ ହେବ। ଏଥି ପାଇଁ  ଏକ ଗବେଷଣା ଟିମ୍‌ ନିଜକୁ ପ୍ରସ୍ତୁତ କରିଛି। ଇୟୋରୋପର କନ୍‌କୋର୍ଡିଆ ଗବେଷଣା ସେଣ୍ଟରର ୧୨ ଜଣ ବୈଜ୍ଞାନିକ ଏହି ଗବେଷଣା କରିବେ।

ସମଗ୍ର ବିଶ୍ୱରେ ମୁଖ୍ୟତଃ ୪ଟି ଋତୁ ଅନୁଭୂତ ହେଉଥିବା ବେଳେ ଆଣ୍ଟାର୍କଟିକାରେ ମାତ୍ର ୨ଟି ଋତୁ ଅନୁଭୂତ ହୁଏ। ଗ୍ରୀଷ୍ମକାଳରେ ଏଠାରେ ୬ ମାସ ଦିନ ଏବଂ ଶୀତଋତୁରେ ୬ ମାସ ରାତି ହୋଇଥାଏ।  ସମୁଦ୍ରପତନଠାରୁ ୩୨୩୩ମିଟର  ଉପରେ ଅବସ୍ଥିତ ଆଣ୍ଟାର୍କଟିକାର ଜଳବାୟୁ ଅତ୍ୟନ୍ତ ‌ଥଣ୍ଡା। ଏଠାରେ ତାପମାତ୍ରା ୮୦ ଡିଗ୍ରୀ ସେଲସିୟସ ତଳେ ରୁହେ।  ଶୀତ ସମୟରେ ସମଗ୍ର ଆଣ୍ଟାର୍କଟିକା ବରଫାବୃତ ପାହାଡ଼ରେ ଘୋଡ଼ାଇ ହୁଏ।

ସାଧାରଣତଃ ରୁତୁଚକ୍ର ଅନୁସାରେ ପୃଥିବରୀର ବିଭିନ୍ନପ୍ରାନ୍ତରେ ସୂର୍ଯ୍ୟ କରିଣ ପଡ଼ିଥାରଏ।  ନାସା ଅନୁଯରୟୀ, ଗ୍ରୀଷ୍ମ ସମୟରେ ଆଣ୍ଟାର୍କଟିକା ସୂର୍ଯ୍ୟ ଆଡ଼କୁ ଢଳି ରହୁଥିବାରୁ ସବୁବେଳେ ସୂର୍ଯ୍ୟ କିରଣ ପାଇଥାଏ। କିନ୍ତୁ ଶୀତକାଳରେ ବୀପରିତ ଦିଗକୁ ଢଳି ରହିଲେ ଆଣ୍ଟାର୍କଟିକା ମହାଦେଶ ଅନ୍ଧାରରେ ବୁଡ଼ି ରୁହେ ।  ଆଣ୍ଟାର୍କଟିକାରେ ଥିବା ୟୁରୋପ୍‌ର କନ୍‌କୋର୍ଡିଆ’ ଗବେଷଣା କେନ୍ଦ୍ରରେ ସମ୍ପ୍ରତି ୧୨ଜଣ ବୈଜ୍ଞାନିକ ରହି ଗବେଷଣା କରୁଛନ୍ତି। ଦୀର୍ଘ କାଳି ଧରି ଏଠାରେ ରାତି ହେଉ ଥିବାରୁ ବୈଜ୍ଞାନକିମାନେ ଆଗୁଆ ପ୍ରସ୍ତୁତ କରିଛନ୍ତି।

Related story