ଭଗବାନ ହନୁମାନଙ୍କ ଜନ୍ମ ସ୍ଥାନକୁ ନେଇ ବିବାଦ: ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

ବେଙ୍ଗାଲୁରୁ: ଭଗବାନ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଚାଲିଥିବା ବିବାଦକୁ ଆହୁରି ତୀବ୍ର କରିଛି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ବୟାନ। ରାଜ୍ୟର କୋପ୍ପାଲ ଜିଲ୍ଲାରେ ଥିବା ଅଞ୍ଜନାଦ୍ରୀ ପାହାଡ଼ ହେଉଛି ଭାଗବାନ ହନୁମାନଙ୍କ ଜନ୍ମସ୍ଥାନ। ଏନେଇ ଐତିହାସିକ ତଥ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ବୋମାଇ ଦାବି କରିଛନ୍ତି। ଏହି ଦାବିକୁ ବହୁ ପୂର୍ବରୁ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ଖଣ୍ଡନ କରି ସାରିଛନ୍ତି। ଏଥିସହ ସେମାନଙ୍କ ରାଜ୍ୟରେ ହନୁମାନ ଜନ୍ମ ଗ୍ରହଣ କରିଥିବା ଉଭୟ କହିଥିଲେ। ଏହାକୁ […]

hanuman

  • Published: Monday, 01 August 2022
  • , Updated: 01 August 2022, 07:27 PM IST

ବେଙ୍ଗାଲୁରୁ: ଭଗବାନ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଚାଲିଥିବା ବିବାଦକୁ ଆହୁରି ତୀବ୍ର କରିଛି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ବୟାନ। ରାଜ୍ୟର କୋପ୍ପାଲ ଜିଲ୍ଲାରେ ଥିବା ଅଞ୍ଜନାଦ୍ରୀ ପାହାଡ଼ ହେଉଛି ଭାଗବାନ ହନୁମାନଙ୍କ ଜନ୍ମସ୍ଥାନ। ଏନେଇ ଐତିହାସିକ ତଥ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ବୋମାଇ ଦାବି କରିଛନ୍ତି। ଏହି ଦାବିକୁ ବହୁ ପୂର୍ବରୁ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ଖଣ୍ଡନ କରି ସାରିଛନ୍ତି। ଏଥିସହ ସେମାନଙ୍କ ରାଜ୍ୟରେ ହନୁମାନ ଜନ୍ମ ଗ୍ରହଣ କରିଥିବା ଉଭୟ କହିଥିଲେ।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି, “ଭଗବାନ ହନୁମାନ ଅଞ୍ଜନାଦ୍ରୀ ପାହାଡ଼ରେ ଜନ୍ମ ଗ୍ରହଣ କରିଥିଲେ। କିଶକିନ୍ଧା ରୂପରେ ଏହାର ପ୍ରମାଣ ରହିଛି। ହନୁମାନ ଏଠି ସେଠି ଜନ୍ମ ହୋଇଥିବା ଦାବି କରି ବିବାଦୀୟ ବୟାନ ଦିଆଯାଇ ପାରେ। କିନ୍ତୁ ବାସ୍ତବରେ ଏହି ସ୍ଥାନରେ ହିଁ ହନୁମାନଙ୍କ ଜନ୍ମ ହୋଇଥିଲା। ସେ ଅଞ୍ଜନାଦ୍ରୀ ହିଲ୍ ଓ କିଶକିନ୍ଧାରେ ଜନ୍ମ ଗ୍ରହଣ କରିଥିଲେ। ଏହାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନାହିଁ।”

ଏହାପୂର୍ବରୁ ନାଶିକରେ ହୋଇଥିବା ଧର୍ମସଭାବରେ ଦୁଇ ଜଣ ସାଧୁଙ୍କ ମଧ୍ୟରେ ହନୁମାନଙ୍କ ଜନ୍ମ ସ୍ଥାନକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। କିଶକିନ୍ଧା ମଠାଧିପତି ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ଦାବି କରିଥିଲେ ଯେ କିଶକିନ୍ଧା ହେଉଛି ଭଗବାନ ହନୁମାନଙ୍କ ଜନ୍ମ ସ୍ଥାନ।

ନାଶିକ ନିକଟରେ ଥିବା ଅଞ୍ଜନେରିରେ ହନୁମାନ ଜନ୍ମ ଗ୍ରହଣ କରି ନଥିବା ସେ ଦାବି କରିଥିଲେ। ମଠାଧିପତିଙ୍କ ଏହି ବୟାନ ପରେ ନାଶିକରେ ଧର୍ମସଭା ବସିଥିଲା। ୨୦୨୧ ଏପ୍ରିଲ ମାସରେ ଆନ୍ଧ୍ର ପ୍ରଦେଶର ଟିଟିଡି କହିଥିଲା ଯେ ହନୁମାନ ତିରୁମାଲାରେ ଜନ୍ମ ଗ୍ରହଣ କରିଥିଲେ।

Related story