ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣନର ରଘୁରାମ ରାଜନ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ନେଇ ରାଜନୈତିକ ମହଲରେ ବେଶ ଆଲୋଚନାର ବିଷୟ ପାଲଟିଥିଲା। ସୋଶାଲ ମିଡିଆରେ ମଧ୍ୟ ତାଙ୍କୁ ଉଭୟ ପ୍ରଶଂସା ଓ ସମାଲୋଚନାର ସରବ୍ୟ ହେବାକୁ ପଡ଼ିଥିଲା। ତେବେ ରାହୁଲ ଗାନ୍ଧିଙ୍କ ସହ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାର ସପ୍ତାହକ ପରେ ନିଜର ପ୍ରତିକ୍ରିୟା ଖିଛନ୍ତି ରଘୁରାମ ରାଜନ। ସୋଶାଲ ମିଡିଆ ଲିଙ୍କଡିନ୍ରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ, ପ୍ରେମ କରିବା, ହେଲେ ଘୃଣା ନୁହଁ। ସମାନତା ଏବଂ ନ୍ୟାୟ । ଆକ୍ରମଣ କି ଅତ୍ୟାଚାର ନୁହେଁ। ବିବିଧତା ମଧ୍ୟରେ ଏକତା ଏବଂ ବିଭାଜନ ନୁହେଁ, ଏକ ଯୁକ୍ତିଯୁକ୍ତ ଗଣତନ୍ତ୍ର, ଅସହିଷ୍ଣୁ ପୁଲିସ ରାଜ୍ୟ ନୁହେଁ, ସହଯୋଗୀତାର ବିଶ୍ୱ, ଯୁଦ୍ଧର ବିଶ୍ୱ ନୁହଁ, ଏସବୁ ପାଇଁ ସଂଘର୍ଷ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଯଦି ସମସ୍ତେ ନିଜ ନିଜସ୍ତରରେ ଏଦିଗରେ ଛୋଟିଆ ପ୍ରୟାସଟିଏ ନକରିବେ ଆଗାମୀ ବର୍ଷରେ ସମସ୍ତେ ବିପଦରେ ପଡ଼ିବେ। ଜଣେ ଅର୍ଥନୈତିଜ୍ଞ କିମ୍ବା
ଜଣେ ପୂର୍ବତନ ଅଧିକାରୀ ଭାବେ ସେ ଏହି ପଦଯାତ୍ରାରେ ସାମିଲ ହୋଇ ନାହାନ୍ତି ବରଂ ଜଣେ ସଚେତନ ନାଗରିକ ଭାବେ ସେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ମୋର ଦାୟିତ୍ୱ ହିସାବରେ ସେହି ପ୍ରତିଶ୍ରୁତିବଦ୍ଧ ନାଗରିକମାନଙ୍କୁ ମୋର ସମର୍ଥନ ଯୋଗାଇବା ପାଇଁ କିଛି ମାଇଲ୍ ଚାଲିଥିଲି ବୋଲି ସେ କହିଛନ୍ତି । ସୂଚନା ଅନୁଯା୍ରୟୀ, ଗତ ସପ୍ତାହରେ କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ନେତା ରାହୁଲ ଗାନ୍ଧିଙ୍କ ସହ ରଘୁରାମ ସାମିଲ ହୋଥିଲେ । ରାଜସ୍ଥାନର ସୱାଇ ମାଧୋପୁରରେ ପଦଯାତ୍ରା ବେଳେ ରଘୁରାମ ଓ ରାହୁଲ ଆଲୋଚନା କରୁଥିବା ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ଏକ ଭିଡିଓରେ ଦେଖିବାକୁ ମିଳିଛି।
ଦେଶକୁ ଘୃଣା ବିରୋଧରେ ଏକଜୁଟ୍ କରିବା ପାଇଁ ଉଦ୍ଦିଷ୍ଟ ଏହି ଅଭିଯାନରେ ବିଶିଷ୍ଟ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଉପରେ ଭାଜପା ନେତା ଅମିତ ମାଲବ୍ୟ ଟୁଇଟ୍ କରି କହଇଥିଲେ ଯେ, ଆର୍ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ କଂଗ୍ରେସ ଦ୍ୱାରା ନିଯୁକ୍ତ ଜଣେ ବ୍ୟକ୍ତି। ସେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ମିଶିବାକୁ ନେଇ ବିସ୍ମିତ ହେବାର ନାହିଁ।
ରଘୁରାମ ନିଜକୁ ପରବର୍ତ୍ତୀ ମନମୋହନ ସିଂ ବୋଲି ମନେକରନ୍ତି। ଭାରତର ଅର୍ଥନୀତି ଉପରେ ତାଙ୍କ ସୁବିଧାବାଦୀ ଟିପ୍ପଣୀକୁ ତିରସ୍କାର କରାଯିବା ଉଚିତ।