ଘର ଭିତରେ ମୃତ ମା’ ସହିତ ୧୦ ଦିନ ରହିଲା ଝିଅ

ଲକ୍ଷ୍ନୌ: ମୃତ ମା’ ସହିତ ୧୦ ଦିନ ରହିଲା ଝିଅ। ଘରେ ପଚାଷଢ଼ା ଶବ ସହ ରହୁଥିଲା ଝିଅ। ଘରୁ ଦୁର୍ଗନ୍ଧ ବାହାରିବା ପରେ ପୁଲିସ ଆଜି ଶବକୁ ଜବତ କରିଛି। ଖାଲି ସେତକି ନୁହଁ ସେହି ଘରେ ରହୁଥିବା ଝିଅକୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ଏଭଳି ଏକ ଘଟଣା ଲକ୍ଷ୍ନୌର ଇନ୍ଦ୍ରନଗରରିରୁ ଆସିଛି। ଯୁବତୀ ଜଣକ ହେଉଛନ୍ତି ୨୬ ବର୍ଷୀୟ ଅଙ୍କିତା ଦିଖିତ। ଝିଅକୁ  ଗୋଟିଏ ରୁମରୁ ଉଦ୍ଧାର କରାରଯାଇଥିବା ବେଳେ ମାର ଶବକୁ […]

Death

Tapas Behera
  • Published: Saturday, 21 May 2022
  • , Updated: 21 May 2022, 05:18 PM IST

ଲକ୍ଷ୍ନୌ: ମୃତ ମା’ ସହିତ ୧୦ ଦିନ ରହିଲା ଝିଅ। ଘରେ ପଚାଷଢ଼ା ଶବ ସହ ରହୁଥିଲା ଝିଅ। ଘରୁ ଦୁର୍ଗନ୍ଧ ବାହାରିବା ପରେ ପୁଲିସ ଆଜି ଶବକୁ ଜବତ କରିଛି। ଖାଲି ସେତକି ନୁହଁ ସେହି ଘରେ ରହୁଥିବା ଝିଅକୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ଏଭଳି ଏକ ଘଟଣା ଲକ୍ଷ୍ନୌର ଇନ୍ଦ୍ରନଗରରିରୁ ଆସିଛି। ଯୁବତୀ ଜଣକ ହେଉଛନ୍ତି ୨୬ ବର୍ଷୀୟ ଅଙ୍କିତା ଦିଖିତ। ଝିଅକୁ  ଗୋଟିଏ ରୁମରୁ ଉଦ୍ଧାର କରାରଯାଇଥିବା ବେଳେ ମାର ଶବକୁ ଅନ୍ୟ ଏକ କୋଠରୀରୁ ଜବତ କରାଯାଇଛି। କିନ୍ତୁ ମା’ର ମୃତ୍ୟୁ ସମ୍ପର୍କରେ ଝିଅ ଆଗରୁ ପୁଲିସକୁ ଅବଗତ କରି ନଥିଲେ। ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲ। ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା।

ପୁଲିସ ଆସି ମା’ ସୁନୀତା ଦିଖିତଙ୍କ ମୃତ ଦେହକୁ ଗଳିତ ଅବସ୍ଥାରେ ଜବତ କରିଥିଲା। ସୁନୀତା ହେଉଛନ୍ତି ହିନ୍ଦୁସ୍ତାନ ଏରୋନେଟିକସ୍‌ ଲିମିଟେଡ୍‌(ହାଲ)ର ଅବସରପ୍ରାପ୍ତ କର୍ମଚାରୀ। ଯେତେବେଳେ ପୁଲିସ ପ୍ରଥମେ ସେହି ଘରେ ପ୍ରବେଶ କଲା ସେମାନେ ଘରର ମୁଖ୍ୟ ଦ୍ୱାରର କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ। କିନ୍ତୁ ଭିତରପଟରୁ ଜଣେ ଯୁବତୀଙ୍କ ସ୍ୱର ସେ ଶୁଣିବାକୁ ପାଇଥିଲେ। ଯେତେବେଳେ ପୁଲିସ କବାଟ ବାଡ଼େଥିଲେ ଝିଅ ଅଙ୍କିତା କବାଟ ଖୋଲି ନଥିଲେ। ଭିତରପଟୁ ଥାଇ ସେ ପୁଲିସକୁ ବିରୋଧ କରିଥିଲେ। ତେବେ କୌଣସି ବିକଳ୍ପ ନପାଇ ପୁଲିସ ଜଣେ କାଠ ମିସ୍ତ୍ରୀ ଡକାଇ କବାଟ ଭାଙ୍ଗିଥିଲେ। ଏହା ପରେ ପୁଲିସ ଘରେ ପ୍ରବେଶ କରିଥିଲା।

ପୁଲିସ ଅଙ୍କିତାଙ୍କୁ ଗୋଟିଏ ରୁମ ଓ ମା’କୁ ଅନ୍ୟରୁମରେ ପାଇଥିଲା। ପ୍ରାଥମିକ ତଦନ୍ତରୁ ଅଙ୍କିତାଙ୍କ ମାନସିକ ବିକୃତି ଥିବା ଜଣାପଡ଼ିଛି।  ଅଙ୍କିତା ମଧ୍ୟ କଥା କହିବାରେ ଅକ୍ଷମ।। କେତେ ସମୟ ଜେରା ପରେ ଅଙ୍କିତା ମୃତ ମହିଳାଙ୍କ ଝିଅ ବୋଲି ଜଣାପଡ଼ିଥିଲା। ପାରିପାର୍ଶିକ ଅବସ୍ଥାରୁ ମୃତ ଦେହଟି ଅତିକମରେ ୧୦ ଦିନ ତଳର ବୋଲି ଜଣାପଡ଼ିଛି। ପୁଲିସ ଏହି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ପୁଲିସ କହିଛି । ତେବେ ମହିଳାଙ୍କ ମୃତ୍ୟୁର କାରଣ ଏଯାଏ ଜଣାପଡ଼ି ନାହିଁ। ମୃତ ସୁନୀତା ହାଲର ଜଣେ ଇଞ୍ଜିନିଅର ଭାବେ ଚାକିରି କରିଥିଲେ। ୧୦ ବର୍ଷ ପୂର୍ବେ ସୁନିତା ଓ ତାଙ୍କ ସ୍ୱାମୀ ରଜନୀଶ ଦୀଖିତଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ସୁନିତା କର୍କଟ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ତାଙ୍କ ଝିଅ ଅଙ୍କିତା ତାଙ୍କର ଦେଖାଶୁଣା କରୁଥିଲେ।

Related story