ତାଲା ନଖୋଲିବା ଯାଏଁ ମୁଁ ଖାଇବିନି: ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୋପାଲ: ‘ଯେ ପର୍ଯ୍ୟନ୍ତ ତାଲା ଖୋଲିନି, ସେ ପର୍ଯ୍ୟନ୍ତ ମୁଁ ଖାଇବିନି। ତ୍ୟାଗ କରିଦେବି ଅନ୍ନ।’ ଆଜି ଏଭଳି କିଛି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ। ରାୟସେନ ଦୁର୍ଗରେ ପୂଜା କରିବାକୁ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍‌ବୋଧନ ଦେଇ ସେ ଏଭଳି ଘୋଷଣା କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ରାୟସେନ ଦୁର୍ଗରେ ସୋମେଶ୍ୱର ମନ୍ଦିରରେ ପଡିଥିବା ତାଲାକୁ ନେଇ ବିବାଦ ଉପୁଜିଛି। ଏହି ତାଲା ଖୋଲିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ […]

Uma bharati

Madhupriya Mistry
  • Published: Monday, 11 April 2022
  • , Updated: 11 April 2022, 03:11 PM IST

ଭୋପାଲ: 'ଯେ ପର୍ଯ୍ୟନ୍ତ ତାଲା ଖୋଲିନି, ସେ ପର୍ଯ୍ୟନ୍ତ ମୁଁ ଖାଇବିନି। ତ୍ୟାଗ କରିଦେବି ଅନ୍ନ।' ଆଜି ଏଭଳି କିଛି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ। ରାୟସେନ ଦୁର୍ଗରେ ପୂଜା କରିବାକୁ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍‌ବୋଧନ ଦେଇ ସେ ଏଭଳି ଘୋଷଣା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ରାୟସେନ ଦୁର୍ଗରେ ସୋମେଶ୍ୱର ମନ୍ଦିରରେ ପଡିଥିବା ତାଲାକୁ ନେଇ ବିବାଦ ଉପୁଜିଛି। ଏହି ତାଲା ଖୋଲିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଟାର୍ଗେଟ କରାଯାଉଛି।  ନିକଟରେ ରାୟସେନର ଶିବ ମହାପୁରାଣ କଥା ପାଇଁ ପ୍ରସିଦ୍ଧ କଥାବାଚକ ପଣ୍ଡିତ ପ୍ରଦୀପ ମିଶ୍ରା ରାୟସେନା ଦୁର୍ଗରେ ଥିବା ଶିବ ମନ୍ଦିରରେ ତାଲା ପକାଇବାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଟାର୍ଗେଟ୍‌ କରିଥିଲେ।

ଏହା ପରେ ଉମା ଭାରତୀ କହିଥିଲେ ଯେ ସେ ଏହି ଦୁର୍ଗକୁ ଆସି ଗଙ୍ଗାଜଲରେ ଭଗବାନ ଶିବଙ୍କ ଅଭିଷେକ କରିବେ। ତାଙ୍କ ବୟାନ ଅନୁଯାୟୀ ଆଜି ଉମା ପୂଜାପାଠ ପାଇଁ ମନ୍ଦିରରେ ପହଞ୍ଚିଥିଲେ। କିନ୍ତୁ ମନ୍ଦିର ଗର୍ଭଗୃହର ତାଲା ଖୋଲାଯାଇ ନ ଥିବାରୁ ସେ ବାହାରେ ହିଁ ପୂଜା ପାଠ କରିଥିଲେ।

ଏହି ସମୟରେ ସେ କହିଥିଲେ, 'ମୁଁ ନିୟମର ପାଳନ କରିଛି। ଏହା ତ ବେଶ୍‌ ଛୋଟ ତାଲା, ମୋର ଗୋଟିଏ ମୁଥରେ ଏହା ଭାଙ୍ଗିଯିବ। କିନ୍ତୁ ମୁଁ ଏହା କରିବି ନାହିଁ। ପ୍ରତ୍ନତତ୍ତ୍ୱ ବିଭାଗ ସହ ଆଲୋଚନା କରି ସରକାର ଏହାକୁ ନିୟମ ଅନୁସାରେ ଖୋଲିବା ଉଚିତ୍। ଯେତେବେଳ ଯାଏଁ ଏହି ତାଲା ଖୋଲିନି ମୁଁ ଖାଇବି ନାହିଁ। ତାଲା ଖୋଲିବା ପରେ ମୁଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଏଠାକୁ ଆସି ଭୋଳାନାଥଙ୍କୁ ଭୋଗ ଲାଗାଇବି। ତା'ପରେ ଯାଇ ଖାଦ୍ୟ ଗ୍ରହଣ କରିବି।' ଉମା ଭାରତୀଙ୍କ ଏହି ଘୋଷଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି।

https://twitter.com/AmarUjalaNews/status/1513440521972174856?s=20&t=6O9U3-Y3a9xaCo8Nmb0kTg

Related story