ସେରୋ ସର୍ଭେ: ମଧ୍ୟପ୍ରଦେଶରେ ସର୍ବାଧିକ ଆଣ୍ଟିବଡି ବିକଶିତ, କେରଳରେ ସର୍ବନିମ୍ନ

ନୂଆଦିଲ୍ଲୀ: ଓଡ଼ିଶା ସମେତ ୧୧ ରାଜ୍ୟକୁ ନେଇ ଆଇସିଏମଆର ଏକ ସେରୋ ସର୍ଭେ କରିଥିଲା। ଜୁନ ୧୪ରୁ ଜୁଲାଇ ୬ ଯାଏ ଏହି ସେରୋ ସର୍ଭେ କରିଥିଲା ଆଇସିଏମଆର। ଯେଉଁଥିରୁ ଜଣାପଡ଼ିଛି ୧୧ ରାଜ୍ୟରେ ତିନି ଭାଗରୁ ଦୁଇ ଭାଗ ଜନସଂଖ୍ୟାରେ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଆଣ୍ଟିବଡି ବିକଶିତ ହୋଇସାରିଛି। ଦେଶର ୭୦ଟି ଜିଲ୍ଲାକୁ ନେଇ ଆଇସିଏମଆର କରିଥିବା ସେରୋ ସର୍ଭେ ରିପୋର୍ଟକୁ ବୁଧବାର କେନ୍ଦ୍ର ସରକାର ଜାରି କରିଛନ୍ତି। ମଧ୍ୟପ୍ରଦେଶରେ ୭୯ ପ୍ରତିଶତ […]

sero survey

Subhransu Sekhar
  • Published: Thursday, 29 July 2021
  • , Updated: 29 July 2021, 09:35 AM IST

ନୂଆଦିଲ୍ଲୀ: ଓଡ଼ିଶା ସମେତ ୧୧ ରାଜ୍ୟକୁ ନେଇ ଆଇସିଏମଆର ଏକ ସେରୋ ସର୍ଭେ କରିଥିଲା। ଜୁନ ୧୪ରୁ ଜୁଲାଇ ୬ ଯାଏ ଏହି ସେରୋ ସର୍ଭେ କରିଥିଲା ଆଇସିଏମଆର। ଯେଉଁଥିରୁ ଜଣାପଡ଼ିଛି ୧୧ ରାଜ୍ୟରେ ତିନି ଭାଗରୁ ଦୁଇ ଭାଗ ଜନସଂଖ୍ୟାରେ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଆଣ୍ଟିବଡି ବିକଶିତ ହୋଇସାରିଛି। ଦେଶର ୭୦ଟି ଜିଲ୍ଲାକୁ ନେଇ ଆଇସିଏମଆର କରିଥିବା ସେରୋ ସର୍ଭେ ରିପୋର୍ଟକୁ ବୁଧବାର କେନ୍ଦ୍ର ସରକାର ଜାରି କରିଛନ୍ତି।

ମଧ୍ୟପ୍ରଦେଶରେ ୭୯ ପ୍ରତିଶତ ସହିତ ସର୍ବାଧିକ ଆଣ୍ଟିବଡି ବିକଶିତ ହୋଇଥିବା ବେଳେ କେରଳରେ ୪୪.୪ ପ୍ରତିଶତ ସହିତ ସର୍ବନିମ୍ନ ଆଣ୍ଟିବଡି ବିକଶିତ ହୋଇଛି। ସେହିପରି ଆସାମାରେ ୫୦.୩ ଏବଂ ମହାରାଷ୍ଟ୍ରରେ ୫୮ ପ୍ରତିଶତ ରହିଛି ଆଣ୍ଟିବଡି। ଆଇସିଏମଆର ଦ୍ୱାରା ହୋଇଥିବା ଅଧ୍ୟୟନରୁ ଏହି ପ୍ରତିଶତ ଜଣାପଡ଼ିଛି।

ସର୍ଭେରେ ସାମିଲ୍ ହୋଇଥିବା ମୋଟ୍ ଜନସଂଖ୍ୟାରୁ ରାଜସ୍ଥାନରେ ୭୬.୨ ପ୍ରତିଶତ, ବିହାରରେ ୭୫.୯ ପ୍ରତିଶତ, ଗୁଜରାଟରେ ୭୫.୩ ପ୍ରତିଶତ, ଛତିଶଗଡ଼ରେ ୭୪.୬ ପ୍ରତିଶତ, ଉତ୍ତରାଖଣ୍ଡରେ ୭୩.୧ ପ୍ରତିଶତ, ୟୁପିରେ ୭୧ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୭୦.୨ ପ୍ରତିଶତ, କର୍ଣ୍ଣାଟକରେ ୬୯.୮ ପ୍ରତିଶତ, ତାମିଲନାଡୁରେ ୬୯.୨ ପ୍ରତିଶତ ଏବଂ ଓଡ଼ିଶାରେ ୬୮.୧ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଛି।

ଏହି ସେରୋ ସର୍ଭେରେ ଓଡ଼ିଶାର ୩ଟି ଜିଲ୍ଲା ଅଂଶଗ୍ରହଣ କରିଥିଲା। ଏହି ୩ଟି ଜିଲ୍ଲାରେ ହାରାହାରି ୬୫ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ କେନ୍ଦ୍ର ସରକାର ଜାରି କରିଥିବା ଚୂଡ଼ାନ୍ତ ରିପୋର୍ଟରେ ମୋଟ୍ ୬୮.୧ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଛି। ସ୍ୱାସ୍ଥ୍ୟକର୍ମୀଙ୍କଠାରେ ସର୍ବାଧିକ ୮୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି।  ଏହି ତିନି ଜିଲ୍ଲାରେ ଯାଥାକ୍ରମେ ଗଞ୍ଜାମ ୭୦.୯ ପ୍ରତିଶତ, ରାୟଗଡ଼ା ୬୩ ପ୍ରତିଶତ, କୋରାପୁଟରେ ୬୧ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଛି।

ଏବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କହିଛି ଯେ ଆଇସିଏମଆରର ପରାମର୍ଶ କରି ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସେରୋ ସର୍ଭେ କରିବା ଦରକାର। ଏହି ସର୍ଭେର ଅଧ୍ୟୟନ ବେଳେ ଆଇସିଏମଆରର ଗାଇଡଲାଇନ୍ ପାଳନ ହେବା ଦରକାର ବୋଲି ସରକାର କହିଛନ୍ତି।

Related story