ପାଣି ଟ୍ୟାଙ୍କର-ବସ୍‌ ମୁହାମୁହିଁ ଧକ୍କା: ୩ ମୃତ

ୱାଶିମ: ମହାରାଷ୍ଟ୍ରର ୱାଶିମ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହୋଟେଲ ବସ୍‌ ସହ ପାଣି ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣ  ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଦୁଇଟି ଗାଡ଼ିର ଡ୍ରାଭର ଅଛନ୍ତି। ୭ ଜଣ ଆହତ ହୋଇଛନ୍ତି। ୱାଶିମ ସହର ଆକୋଲା ନାକା ଏରିଆରେ ଏହି ଦୁର୍ଘଟଣା ଘଟିଛି। ପୁଣେରୁ ୟବନ୍ତମାଳ ଅଭିମୁଖେ ସମୃଦ୍ଧି ରାଜପଥରେ ବସ୍‌ଟି ଯାତ୍ରା କରୁଥିବା ବେଳେ ପାଣି ଟ୍ୟାଙ୍କର ସହ ମୁହାଁମୁହିଁ […]

accident

Tapas Behera
  • Published: Thursday, 07 April 2022
  • , Updated: 07 April 2022, 04:16 PM IST

ୱାଶିମ: ମହାରାଷ୍ଟ୍ରର ୱାଶିମ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହୋଟେଲ ବସ୍‌ ସହ ପାଣି ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣ  ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଦୁଇଟି ଗାଡ଼ିର ଡ୍ରାଭର ଅଛନ୍ତି। ୭ ଜଣ ଆହତ ହୋଇଛନ୍ତି। ୱାଶିମ ସହର ଆକୋଲା ନାକା ଏରିଆରେ ଏହି ଦୁର୍ଘଟଣା ଘଟିଛି।

ପୁଣେରୁ ୟବନ୍ତମାଳ ଅଭିମୁଖେ ସମୃଦ୍ଧି ରାଜପଥରେ ବସ୍‌ଟି ଯାତ୍ରା କରୁଥିବା ବେଳେ ପାଣି ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇଟି ଗାଡ଼ି ମାଡ଼ ହୋଇ ଭାଙ୍ଗିରୁଜି ଯାଇଛି ।

ଉଭୟ ପାଣିଟାଙ୍କି ଏବଂ ବସ୍ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତେବେ ବସ୍‌ରେ ଥିବା ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ୱାଶିମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Related story